ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଜୁଲାଇ ମାସ ପାଇଁ  ଯୁଗ୍ମ ଜନ ଶୁଣାଣୀ ଶିବିର ସମ୍ପର୍କୀତ କାର୍ଯ୍ୟସୂଚୀ

ରାଜ୍ୟ
  • ବିଧାୟକ ବଡ଼ସାହି ଶ୍ରୀ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ତା ୨୫-୦୬-୨୦୨୫ ରିଖ ବେତନଟୀ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଜନ ଶୁଣାଣି ଶିବିର
ବାରିପଦା : ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵlଵଧାନରେ ଚଳିତ ବର୍ଷ ଜୁଲାଇ ମାସରେ  ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇ ମାସର ପ୍ରଥମ ସୋମବାର  ତା ୦୭-୦୭-୨୦୨୫ ରିଖ   ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଘଟିକା ଠାରୁ ଅପରାହ୍ନ ୫ଘଟିକା ସମୟ ପର୍ଯ୍ୟନ୍ତ ଶୁଣାଣି ହେବ,ସେହିପରି ଜୁଲାଇ ମାସର ଦ୍ୱିତୀୟ ସୋମବାର ତା. ୧୪-୦୭-୨୦୨୫ରିଖ  ବାମନଘାଟି ଉପଖଣ୍ଡ ପାଇଁ ବାମନଘାଟି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ରାଇରଙ୍ଗପୁରରେ ପୂର୍ବାହ୍ନ ୧୦ଘଟିକା ଠାରୁ ଅପରାହ୍ନ ୦୫ ଘଟିକା ସମୟ ପର୍ଯ୍ୟନ୍ତ ଶୁଣାଣି ହେବ , ସେହିପରି ଜୁଲାଇ ମାସ ତୃତୀୟ ସୋମବାର  ତା ୨୧-୦୭-୨୦୨୫ ରିଖ  ପାଞ୍ଚପିଢ଼ ଉପଖଣ୍ଡ ପାଇଁ କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଘଟିକା ରୁ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ଶୁଣାଣି ହେବ ଏବଂ ଜୁଲାଇ ମାସର  ଚତୁର୍ଥ ସୋମବାର ତା ୨୮-୦୭-୨୦୨୫ ରିଖ  କପ୍ତିପଦା ଉପଖଣ୍ଡ ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ,ଉଦଳା ଠାରେ ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୫ଘଟିକା ସମୟ ପର୍ଯ୍ୟନ୍ତ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ |
ସେହିପରି ପୂର୍ବ ସମୟ ସାରଣୀ ପରିବର୍ତନ ଅନୁସାରେ ଜୁନ ମାସର ଚତୁର୍ଥ ସୋମବାର ତା ୨୩-୦୬-୨୦୨୫ ରିଖ କପ୍ତିପଦା ଉପଖଣ୍ଡ ପାଇଁ କପ୍ତିପଦା ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷ ,ଉଦଳା  ଠାରେ ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଶୁଣାଣି ହେବ
ଜୁନ ମାସର ପଞ୍ଚମ ସୋମବାର ତା. ୩୦-୦୬-୨୦୨୫ ରିଖ ଯଶିପୁର ବ୍ଲକର ଗୁଡୁଗୁଡ଼ିଆ ଗ୍ରାମପଂଚାୟତରେ ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ ।
ପ୍ରକାଶ ଥାଉକି ମାନ୍ୟବର ବିଧାୟକ ବଡ଼ସାହି ଶ୍ରୀ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତା ରେ ତା. ୨୫-୦୬-୨୦୨୫ ରିଖ ବଡ଼ସାହି ନିର୍ବାଚନ ମଣ୍ଡଳୀ ପାଇଁ ବେତନଟି ବ୍ଲକ କାର୍ଯ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର ଜନ ଅଭିଯୋଗ ଶୁଣାଣି  ଶିବିର ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ।
ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା  ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଜିଲ୍ଲା ସ୍ତରୀୟ ଲାଇନ ବିଭାଗ ଅଧିକାରୀ ଏବଂ ବାରିପଦା ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାର,ସମସ୍ତ ତହସିଲଦାର ଓ ସମସ୍ତ ସିଡିପିଓ ମାନଙ୍କ ଉପସ୍ଥିତି ରେ ଏବଂ ଜିଲ୍ଲାର ଅନ୍ୟ ଉପଖଣ୍ଡ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ଓ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିରରେ ସମ୍ପୃକ୍ତ ଉପଖଣ୍ଡର ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ବିଭାଗ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସମସ୍ତ ତହସିଲଦାର ଓ ସମସ୍ତ ସିଡିପିଓ  ମାନଙ୍କ ଉପସ୍ଥିତି ରେ ସାଧାରଣ ଜନତା ଙ୍କ ଆପତ୍ତି ଅଭିଯୋଗ ପତ୍ର ଗୁଡିକର ଶୁଣାଣି  କରି ସମାଧାନ ନିମନ୍ତେ ଆବଶ୍ୟକୀୟ  ପଦକ୍ଷେପ ନିଆଯିବ |
ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ଉପଖଣ୍ଡ ଅଂଚଳ ର ଜନସାଧାରଣ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା  ସମ୍ପର୍କିତ ଅଭିଯୋଗ ଗୁଡିକ ଉପସ୍ଥିତ ରହି ଜଣାଇ ପାରିବେ | ଆବେଦନକାରି ମାନେ ଅନ ଲାଇନରେ ମଧ୍ଯ ଜନ ଶୁଣାଣି ପୋର୍ଟାଲ ଜରିଆରେ ଅଭିଯୋଗ ପତ୍ର ଦାଖଲ କରିପାରିବେ।
Shrutilipi ad