ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା କ୍ରୀଡା ବିଭାଗ, ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ତଥା ବାରିପଦା ପୌର ପାଳିକାଙ୍କ ମିଳିତ ସହଯୋଗରେ ବାରିପଦା ସ୍ଥିତ ଷ୍ଟାଡିଅମ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି.
ଏହି ଅବସରରେ ଜିଲ୍ଲପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ମହାରାଜା ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ଜିଲ୍ଲାପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ଯୋଗଦାନ କରି ଥିଲେ . ଅନ୍ୟତମ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ।
ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିଲା.
ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ସାମ୍ପ୍ରତିକ ପରିସ୍ଥିତି ରେ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ଯୋଗର ଭୂମିକା ଗୁରୁତ୍ବପୂର୍ଣ୍ଣ ନିୟମିତ ଯୋଗ ସାଧନା ଦ୍ୱାରା ନିଜ ଶରୀରକୁ ନିରୋଗ ରଖିବା ସହିତ ଏକ ସୁସ୍ଥ ପୃଥିବୀ ଗଠନ କରିବା ଦିଗରେ ଏହା ସହାୟକ ହେବ ବୋଲି ଚଳିତ ବର୍ଷ ଯୋଗ ଦିବସ ର ବିଷୟ ବସ୍ତୁ “ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ ” ମାଧ୍ୟମ ରେ ମତପୋଷଣ କରିଥିଲେ.ବିଶେଷ କରି ଆଜିକାଲି ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ସାଙ୍ଗକୁ ଲୋକମାନଙ୍କ ବ୍ୟସ୍ତବହୁଳ ଜୀବନ ଶୈଳୀ ହେତୁ ନିଜ ଶରୀର ପ୍ରତି ଉପଯୁକ୍ତ ଧ୍ୟାନ ନଦେବା ତଥା ଶରୀର କୁ କ୍ଷତି ପହଞ୍ଚାଉଥିବା ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ ଯୋଗୁଁ ଅଧିକାଂଶ ଲୋକ ରକ୍ତଚାପ, ମଧୁମେହ, ହୃଦଘାତ, ଆଜମା,ବୃକ୍ବକ କାର୍ଯ୍ୟ ନକରିବା,ଆଣ୍ଠୁ ଗଣ୍ଠି ଓ ମେରୁଦଣ୍ଡ ଯନ୍ତ୍ରଣା ତଥା ସ୍ନାୟୁ ଜନିତ ସମସ୍ୟା , ନିଦ୍ରାହୀନତା, ଅର୍ଦ୍ଧକପାଳି ମୁଣ୍ଡ ବ୍ୟଥା ଇତ୍ୟାଦି ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେବାର ଦେଖା ଯାଉଛି ଯାହାକି ନିୟମିତ ଯୋଗ ଭ୍ୟାସ ଦ୍ୱାରା କେତେକାଂଶରେ ଭଲ ହୋଇ ଯିବାର ସମ୍ଭାବନା ରହିଛି.
ତେଣୁ ଦୈନନ୍ଦିନ ଜୀବନ ଚର୍ଯ୍ୟା ରେ ସମସ୍ତେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରନ୍ତୁ ଏବଂ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ କିଛି ସମୟ ଯୋଗଭ୍ୟାସ କରିବା ପାଇଁ ପରାମର୍ଶ ଦେଇଥିଲେ .କାରଣ ନିୟମିତ ଯୋଗ କ୍ରିୟା ଯେ କେବଳ ଶାରୀର କୁ ସୁସ୍ଥ ରଖିଥାଏ ତା ନୁହେଁ ବରଂ ମାନସିକ ଶାନ୍ତି ପ୍ରଦାନ କରିଥାଏ ଓ ବୌଦ୍ଧିକ ଜ୍ଞାନର ବିକାଶ ଘଟାଇ ଥାଏ ବୋଲି ମତବ୍ୟକ୍ତ କରିଥିଲେ.
ସିଧାପ୍ରସାରଣ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏହି ପବିତ୍ର ଦିବସରେ ଅଭିଭାଷଣ ପରେ ଈଶ୍ୱରଙ୍କୁ ପ୍ରାର୍ଥନା ସହ ଏକ ଶାନ୍ତସ୍ନିଗ୍ଧ ପରିବେଶ ମଧ୍ୟରେ ସାମୁହିକ ଯୋଗ କ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏଥିରେ ବିଭିନ୍ନ ବର୍ଗ ର ଯଥା ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ମହିଳା ପୁରୁଷ, ବରିଷ୍ଠ ନାଗରିକ ସରକାରୀ ପଦାଧିକାରୀ ଓ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ଯୋଗ ଅନୁଷ୍ଠାନ ର ପ୍ରଶିକ୍ଷକ, ପ୍ରଶିକ୍ଷାର୍ଥୀ ଓ କର୍ମକର୍ତା ଏବଂ ସମାଜରେ ବିଭିନ୍ନ କ୍ଷେତ୍ର ରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ମିଶାଇ ପାଖାପାଖି ୧୦୦୦ ରୁ ଉର୍ଦ୍ଧ ଅଂଶ ଗ୍ରହଣ କରିଥିଲେ.ସରକାର ଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା ଅନୁସାରେ ବିଭିନ୍ନ ପ୍ରକାର ୨୦ ଟି ଯୋଗ କ୍ରିୟା ସମ୍ପାଦନ କରାଯାଇଥିଲା. ଏହାପରେ ଯୋଗ ଦିବସ ଉପଲକ୍ଷେ ସାମୁହିକ ଶପଥ ପାଠ ସହିତ କାଯ୍ୟକ୍ରମ କୁ ସମାପନ କରାଯାଇଥିଲା.
ଯୋଗ ଗୁରୁ ଶ୍ରୀ ଜ୍ୟୋତି ରଞ୍ଜନ ଦାସ ତାଙ୍କ ଛାତ୍ରୀ ଜ୍ୟୋତି ବାରିକ, ସଂଗୀତା ପାଢ଼ୀ ଓ ଲଟାଶା ଖୁରାନଙ୍କ ଦ୍ୱାରା ଯୋଗ କ୍ରିୟା କରାଇଥିଲେ।
ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ
ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସୁଭାଶିଷ ନାୟକ, ଅବକାରୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କହଁର ଓ ପୌର ପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟାକ୍ରମକୁ ପୂର୍ବତନ ବରିଷ୍ଠ କ୍ରୀଡା ଅଧିକାରୀ ଶ୍ରୀ କୁମାର ରଞ୍ଜନ ପଣ୍ଡା ପରିଚାଳନା କରିଥିବାବେଳେ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ସମ୍ପାଦନ ହୋଇଥିଲା.

