ଆଗରପଡ଼ା :ଆଗରପଡ଼ା ପୁରୁଷଣ୍ଢ ସ୍ଥିତ ରଥ ସାହି ଠାରେ ମା’ ମହାକାଳୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବରରେ ପାଳିତ ହେଉଅଛି । ଏହି ଅବସରରେ ସ୍ଥାନୀୟ ସାଳନ୍ଦୀ ନଦୀରୁ ୧୦୮ କଳସ ବ୍ରାହ୍ମଣ ମାନଙ୍କ ଦ୍ୱାରା ମନ୍ତ୍ରପାଠ ଓ ରିତିନିତି ଅନୁଯାୟୀ ଏକ ବିରାଟ କଳସ ଶୋଭାଯାତ୍ରାରେ ଅଣାଯାଇ ମା’ଙ୍କ ନିକଟରେ ସ୍ଥାପନ କରାଯାଇଥିଲା । ମନ୍ଦିରର ପୃଷ୍ଠ ପୋଷକ ରମାକାନ୍ତ ସାମନ୍ତରାୟ ଓ ତାଙ୍କ ସହଧର୍ମିଣୀ ବାସନ୍ତୀ ସାମନ୍ତରାୟ ମୁଖ୍ୟ କଳସ ଦ୍ୱୟ ଆଣିଥିବା ବେଳେ ପଣ୍ଡିତ ବିଷ୍ଣୁମୋହନ ପାଣିଗ୍ରାହୀ, ଗୋପୀନାଥ ତ୍ରିପାଠୀ, ବଳରାମ ସତପଥି, ସତ୍ୟ ପ୍ରକାଶ ପଣ୍ଡା, ଜଗନ୍ନାଥ ପଣ୍ଡାଙ୍କ ସମେତ ପ୍ରାୟ ୨୫ ଜଣ ପଣ୍ଡିତଙ୍କ ଦ୍ୱାରା ୧୦୮ ଚଣ୍ଡୀ ମହାଯଜ୍ଞ , ଅଙ୍କୁରା ରପଣ, କଳସ ଶୋଭାଯାତ୍ରା, ମନ୍ଦିର ପ୍ରତିଷ୍ଠା, ଓ ମାଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହୋମ ଯଜ୍ଞ ସହ ପଣ୍ଡିତ ମାନଙ୍କ ମନ୍ତ୍ର ପାଠରେ ପ୍ରକମ୍ପିତ ହୋଇ ପଡିଛି ସମଗ୍ର ଅଞ୍ଚଳ । ଏହି ୧୦୮ ଚଣ୍ଡୀ ମହାଯଜ୍ଞ ଦିର୍ଘ ୮ ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତିଦିନ ଭକ୍ତଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଅଛି । ପ୍ରତିଦିନ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଛି । ସମସ୍ତ କାର୍ଯ୍ୟକ୍ରମ ସାମନ୍ତରାୟ ପରିବାର ସମେତ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହେଉଅଛି ।

