ଆଗରପଡ଼ା :ବାଲି ବୋଝେଇ ୨ଟି ହାଇୱା ଓ ଗୋଟିଏ ଡ୍ରମ୍ଫରକୁ ପୋଲିସ୍ ଜବତ୍ କରିଥିବା ଜଣାପଡ଼ିଛି । ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବାଲିଘାଟ ଗୁଡ଼ିକୁ ଅକ୍ଟୋବର ମାସ ୧୫ତାରିଖ ପର୍ଯ୍ୟନ୍ତ ବନ୍ଦ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲେ ସୁଦ୍ଧା ବାଲି ପରିବହନ ବନ୍ଦ ହେଉନାହିଁ । ହାଟଡିହି ତହସିଲ ଅଂଚଳରୁ ବେଆଇନ ଭାବେ ବାଲି ବୋଝେଇ କରି ଏହି ଗାଡ଼ି ଗୁଡ଼ିକ ଭଦ୍ରକ ଆଡ଼କୁ ପରିବହନ କରୁଥିଲେ । ଖବର ପାଇ ବନ୍ତ ପୋଲିସ୍ ଏବଂ ତହସିଲଦାର ବରହ୍ମପୁର ଛକ ନିକଟରେ ଗାଡ଼ି ଗୁଡ଼ିକୁ ଅଟକାଇ କାଗଜପତ୍ର ତନଖି କରିଥିଲେ । ମାତ୍ର ଚାଳକମାନେ କୌଣସି ସଠିକ୍ କାଗଜପତ୍ର ଦେଖାଇ ନ ପାରିବାରୁ ୨ଗୋଟି ହାଇୱା ଏବଂ ଗୋଟିଏ ଡ୍ରମ୍ଫରକୁ ପୋଲିସ୍ ଜବତ୍ କରି ଥାନାକୁ ଆଣିଥିବାର ଜଣାପଡ଼ିଛି । ଏଥିନେଇ ପୋଲିସ୍ ଥାନାରେ ୧୩୨/୨୫ ମୂଳେ ମାମଲା ରୁଜ୍ଜୁ କରିଥିବା ସୂଚନା ମିଳିଛି ।

