Img 20250619 wa0144

ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ରକ୍ତ ଶିକୁଳି ସଚେତନତା ଦିବସ ପାଳିତ

ରାଜ୍ୟ
ବାରିପଦା- ଆଜି ବାରିପଦା ଠାରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ କିଶୋର କୁମାର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ବିଶ୍ଵ ରକ୍ତ ଶିକୁଳି ସଚେତନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ସଚେତନତା ସଭାର ମଧ୍ୟ ଆୟୋଜନ କରଯାଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଓ ଆଶା କର୍ମୀ ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ ରକ୍ତ ଶିକୁଳି ରୋଗର କାରଣ ଓ ଏଥିରେ ଆକ୍ରାନ୍ତ ରୋଗୀଙ୍କଠାରେ କି କି ଲକ୍ଷଣ ଦେଖା ଯାଏ ତଥା ଏହାର ଭୟାବହତା ଉପରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ରକ୍ତ ଶିକୁଳି ରକ୍ତ ହୀନତା ଏକ ଅନୁବନ୍ସିକ ସ୍ଥିତି ଯେଉଁଥିରେ ଲୋହିତ ରକ୍ତ କଣିକା ମଧ୍ୟରେ ଥିବା ହିମୋଗ୍ଲୋବିନ ଆଣୁ ଗୁଡ଼ିକ ଅସ୍ବାଭାବିକ ଆକାର ର ହୋଇଯାଆନ୍ତି। ଉଭୟ ପୁରୁଷ ଓ ମହିଳା ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ। ଏହା ଏକ ଦୁରାରୋଗ୍ୟ ବ୍ୟାଧି ଓ ଏଥି ପାଇଁ ଆଜୀବନ ଚିକିତ୍ସା ଆବଶ୍ୟକ ହୋଇଥାଏ। ତେଣୁ ରୋଗର ଲକ୍ଷଣ ଯଥା ରକ୍ତ ହୀନତା, ଆଣ୍ଠୁ ଗଣ୍ଠି ବ୍ୟଥା, ଥକାପଣ ଓ ଶରୀରରେ ବାରମ୍ବାର ଘା ଏବଂ ସଂକ୍ରମଣ ଇତ୍ୟାଦି ଲକ୍ଷଣ ଦେଖାଦେବା ମାତ୍ରେ ଏହାକୁ ତିଳେ ମାତ୍ର ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ। ବିଶେଷ କରି ଶୁନ୍ୟ ରୁ ୪୦ ବର୍ଷର ସମସ୍ତ ବ୍ୟକ୍ତି ନିଶ୍ଚିତ ଭାବେ ସିକିଲ ସେଲ ରକ୍ତପରୀକ୍ଷା କରାଇ ନେବା ଉଚିତ। ବିବାହ ପୂର୍ବରୁ କିମ୍ବା ଗର୍ଭ ଧାରଣ ସମୟରେ ରକ୍ତ ପରୀକ୍ଷା କରାଇ ନେବା ସହ ଯଦି ଦମ୍ପତିଙ୍କର ରକ୍ତ ଶିକୁଳି ସମସ୍ୟା ଥାଏ, ତେବେ ଗର୍ଭସ୍ଥ ଶିଶୁ ମଧ୍ୟ ଏଥିରେ ପୀଡିତ ହେବାର ସମ୍ଭାବନା ଥିବାରୁ ଗର୍ଭସ୍ଥ ଶିଶୁର ମଧ୍ୟ ପରୀକ୍ଷା କରାଇ ନେବା ଉଚିତ ବୋଲି ଉଲ୍ଲେଖ କରିଥିଲେ। କେବଳ ବ୍ୟାପକ ସଚେତନତା ଦ୍ଵାରା ଯାଞ୍ଚ ରେ ସୁଧାର ଆସିବ ଓ ଏହି ରୋଗର ବୋଝ ହ୍ରାସ ପାଇବା।
ଏହି ଅବସରରେ ଡ ସୌମ୍ୟ ରଞ୍ଜନ ନାୟକ ରକ୍ତ ଶିକୁଳି ରୋଗର ଚିକିତ୍ସା ଓ ନିରାକରଣ ଉପରେ ବୁଝାଇଥିଲେ। ଡ ରଞ୍ଜନ ଭଣ୍ଡାରି, ଗର୍ଭାବସ୍ଥା ସମୟରେ ଜଣେ ରକ୍ତ ଶିକୁଳି ରୋଗୀ କିପରି ତାର ଚିକିତ୍ସା କରି ପାରିବ ସେ ବିଷୟରେ ବୁଝାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ବିଜୟ କୁମାର ଦାସ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଘାସିରାମ ମୁର୍ମୁ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଶାନ୍ତନୁ ଦାସ, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ସୁନନ୍ଦା ମିଶ୍ର, ଡ। ସୌମ୍ୟ ରଂଜନ ନାୟକ, ଡ ରଂଜନା ଭଣ୍ଡାରି, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅନିଲ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସଂପାର୍କ ଅଧିକାର ବିକାଶ ରଞ୍ଜନ ମହାନ୍ତି, ଡାକ୍ତର ଜ୍ଞାନେନ୍ଦ୍ର ମହାନ୍ତି, ଶିକ୍ଷା ବିଭାଗର ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ଭାରତୀ ଆରୁଖ, ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁ ମୁର୍ମୁ, ପ୍ରମୁଖ ଉପସ୍ଥିତ ଥିଲେ l
Shrutilipi ad