Eerwe

ଗାଁକୁ ନିର୍ମାଣ ହେଲା ସ୍ଥାୟୀ ରାସ୍ତା

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ଆଡ଼ିଆ ପଂଚାୟତର ତିନି ଗାଁକୁ ସ୍ଥାୟୀ ରାସ୍ତା ନଥିବାରୁ ବିଲହିଡ଼ ଯାତାୟାତର ମୁଖ୍ୟ ମାଧ୍ୟମ ପାଲଟିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତିନି ଗୋଟି ଗାଁ ବାହାଦଲପୁର,ନଳିତାଗଡ଼ିଆ ଓ ଅଣଧୁଆ ମଧ୍ୟରୁ ଇତି ମଧ୍ୟରେ ବାହାଦଲପୁର ଓ ଅଣଧୁଆ ଗ୍ରାମକୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତର ତିନି ଗୋଟି ଗାଁ ବାହାଦଲପୁର,ନଳିତାଗଡ଼ିଆ ଓ ଅଣଧୁଆ ଯେଉଁ ଗାଁକୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ନିର୍ମାଣ ହୋଇପାରିନଥିଲା । ଯଦ୍ୱାରା ବିଲ ହିଡ଼ ଗ୍ରାମବାସୀଙ୍କ ଯାତାୟାତର ମୁଖ୍ୟ ମାଧ୍ୟମ ପାଲଟିଥିଲା । ବାରମ୍ବାର ଅଭିଯୋଗ ପରେ ଜିରିଣା ରୁ ଆଡ଼ିଆ ପର୍ଯ୍ୟନ୍ତ ନିର୍ମାଣାଧିନ ରାସ୍ତା ଅଧାପନ୍ତରିଆ ଅବସ୍ଥାରେ ରହିଥିବା ବେଳେ ଉକ୍ତ ରାସ୍ତାରୁ ଚାଷଜମି ହିଡ଼ରେ ପ୍ରାୟ ୨ଶହ ମିଟର ଗଲାପରେ ଏକ ଛୋଟିଆ ଗାଁ ବାହାଦଲପୁରା ପଡ଼େ । ଯାହାର ଲୋକସଂଖ୍ୟା ୧୧୦ ତନ୍ନମଧ୍ୟରୁ ଭୋଟର ସଂଖ୍ୟା ୬୧ା ଉକ୍ତ ଗାଁକୁ ଲମ୍ବିଥିବା ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେଉନଥିଲା । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ ଥିଲା । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇ ଆଦୈା ସମ୍ଭବ ହେଉନଥିଲା । ଚାଷଜମି ମଧ୍ୟରେ ୨ରୁ ୩ ଫୁଟର ଲମ୍ବ ଥିବା ଏହି ମାଟି ରାସ୍ତାଟି ଖାଲ ଢିପରେ ପରିପୂର୍ଣ୍ଣ ଥିଲା । ଧାନ ଫସଲ ସମୟରେ ସାପ ତଥା ଅନ୍ୟାନ୍ୟ କୀଟପତଙ୍ଗ ଏଠାରେ ଯାତାୟାତ ସଦାସର୍ବଦା କରିଥାନ୍ତି । ସଂଧ୍ୟାପରେ ଯିବା ଅର୍ଥ ବିପଦକୁ ଡ଼ାକି ଆଣିବା, କିନ୍ତୁ ଏହା ଉପରେ ଗାଁ ଲୋକମାନେ ଯାଆଆସ କରିଥାନ୍ତି ।

ଗାଁ ମଝିରେ ପଞ୍ଚାୟତ ପୋଖରୀଟି ଥିବାରୁ ଗାଁ ମଧ୍ୟରେ ରାସ୍ତା ଆଦୈା ନାହିଁ ବୋଲି କହିଲେ ଚଳେ । ପୋଖରୀ ହୁଡ଼ାରେ ଗାଁ ମଧ୍ୟରେ ଯାଆଆସ କରିବାକୁ ହୋଇଥାଏ । ଆଡ଼ିଆରୁ ଏହି ଗାଁକୁ ଲମ୍ବିଥିବା ରାସ୍ତାଟି ଆସି ଜନୈକ ଗ୍ରାମବାସୀଙ୍କ ନିଜସ୍ୱ ଜାଗାକୁ ସଂଯୋଗ କରିଛି । ସମସ୍ତ ଗ୍ରାମବାସୀ ଏହି ବ୍ୟକ୍ତିଗତ ଜାଗା ଦେଇ ନିଜନିଜ ଘରକୁ ଆସିଥାନ୍ତି । ଅନୁରୂପଭାବେ ନଳିତାଗଡ଼ିଆ ଗ୍ରାମର ଲୋକସଂଖ୍ୟା ପାଖାପାଖି ୬୦, ତନ୍ନମଧ୍ୟରୁ ୪୦ଜଣ ଭୋଟର । ଏହି ଗାଁର ଅବସ୍ଥା ତଦ୍ରୁପ,କାଦୁଅ ପଚପଚ ରାସ୍ତାଟି ଖାଲଖମାରେ ଭର୍ତ୍ତି । ଏହି ଗାଁ ଓ ବାହାଦଲପୁର ଗାଁ ରୁ ଛାତ୍ରଛାତ୍ରୀ ଓ କୁନିକୁନି ପିଲାମାନେ ଅଙ୍ଗନବାଡ଼ି,ସ୍କୁଲ ତଥା କଲେଜକୁଏହି ରାସ୍ତାଦେଇ ପ୍ରତିଦିନ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ଷା ଋତୁ ରେ ଏହି ଦୁଇ ଗାଁ ବାହ୍ୟ ଜଗତରୁ ବିଛିନ୍ନ ପ୍ରାୟ ହୋଇଯାଇଥାଏ । ଏହି ୨ଟି ଗାଁର ରୋଗୀମାନଙ୍କୁ ଖଟିଆରେ ବୋହା ହୋଇ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥାଏ । ସେହିପରି ବନ୍ତ-ଆଗରପଡ଼ା ମୁଖ୍ୟ ରାସ୍ତାର ଟାଇଗୁଣା ଛକ ଠାରୁ ୧କିମି ଦୂରତାରେ ଅବସ୍ଥିତ ଅଣଧୁଆ ଗାଁ । ଗତ ବର୍ଷର୍ ଗାଁ ଶେଷମୁଣ୍ଡ ଆଡ଼କୁ ଓ ଆରମ୍ଭରୁ ମାତ୍ର ୨୦୦ ମିଟର ପାଖାପାଖି କଂକ୍ରିଟ ହୋଇଥିଲା । ଏହାକୁ ଛାଡ଼ି ମାଟି ରାସ୍ତା ପୁରାପୁରି ନଷ୍ଟ ହୋଇଯାଇଥିଲା । ଖାଲଖମାରେ ଭର୍ତ୍ତି ଏହି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବାରୁ ଗମନାଗମନରେ ଘୋର ବ୍ୟାଘାତ ସୃଷ୍ଟି ହେଉଥିଲା । ଏହି ୩ ଗାଁକୁ ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ ରାସ୍ତା ଅବସ୍ଥା ଯୋଗୁଁ ସେବା ଯୋଗାଇ ଦେବାରେ ବିଫଳ ହୋଇଥାଏ । ତେଣୁ ରାସ୍ତା ସମସ୍ୟା ଯୋଗୁଁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହେଉଥିବା ଉକ୍ତ ୩ ଗୋଟି ଗାଁକୁ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

Shrutilipi ad