Photo for the news of blood camp

ସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ଖଗେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ସତ୍ୟସାଇ ସେବା ସଂଗଠନ ପଳସା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବରକୁ ସାଂସଦ ପ୍ରତିନିଧି ସନ୍ତୋଷ ନାୟକ,ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଖଗେଶ୍ୱର ପଣ୍ଡା, ସମାଜସେବୀ ବିଜୟ ନାୟକ ମିଳିତ ଭାବରେ ଉଦ୍ଘାଟନ କରିଥିଲେ । ଭଦ୍ରକ ରକ୍ତ ଭଣ୍ଡାର ଡ଼ା ଶରତ ଆଚାର୍ଯ୍ୟ, ଜାଜ୍ଞସେନି ସାହୁ, ମାନସ ପଣ୍ଡା, ରବୀନ୍ଦ୍ର କୁମାର ଜେନା, ଏସକେବୁଦ୍ଧିଆ ଉପସ୍ଥିତ ରହି ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ସନ୍ତୋଷ ସାହୁ, ନିରଞ୍ଜନ ବେହେରା, ଆବାହକ ସଂଜୀବ କୁମାର ଦାସ, ସୁଶାନ୍ତ ନାଥ, ପ୍ରଫୁଲ୍ଲ ସ୍ୱାଇଁ, ନିରାକାର ଜେନା, ଗୌରାଙ୍ଗ ଦାସ, କପାସିଆ ସମିତି ଆବାହକ ପ୍ରଦୀପ କୁମାର ବେହେରା, ଆନନ୍ଦ ରାଉତ, ଶ୍ରୀନିବାସ ମହାନ୍ତି, ହୃଦାନନ୍ଦ ବେଜ, ଆରତୀ ପୃଷ୍ଟି, ଚନ୍ଦନା ବାରିକ, ଭାଗ୍ୟଶ୍ରୀ ସାହୁ, ସସ୍ମିତା ବାରିକ, ସନ୍ତୋଷ ଗିରି, ସିମୁନ ସାହୁ ସମେତ ସମସ୍ତ ସାଇ ସେବା ସଂଗଠନର କର୍ମକର୍ତା ସହଯୋଗ କରିଥିବା ବେଳେ ଏହି ରକ୍ତଦାନ ଶିବିରରେ ୩୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

Shrutilipi ad