ପ୍ରେମିକ ଶୋଇବା ଘରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ରାଜ୍ୟ
ବାରିପଦା : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ବଡଧରଣର ପଞ୍ଚାୟତର ପୋଖରିଆ ଗ୍ରାମରେ ପ୍ରେମୀ ଯୁଗଳ ପ୍ରେମିକ ଙ୍କ କଚାଘର ଶେଣୀରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ପୋଲିସ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରି  ତଦନ୍ତ କରିବା ସହ କେଶ ମାମଲା ୧୧/୨୫ ଏବଂ ୧୨/୨୫ ରୁଜୁ କରି ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି   ।ଲଗାଣ ବର୍ଷା ଲାଗି ରହିଛି ।ଚାରିଆଡେ ଜଳାର୍ଣବ ।ଦୁନି ନାଏକଙ୍କ ୨୨ ବର୍ଷୀୟ ପୁଅ ସଦାନନ୍ଦ‌ ନାଏକ  ମଙ୍ଗଳଵାର ସଂନ୍ଧ୍ଯାରେର  ତାଙ୍କ ଭିଣୋଇ ଙ୍କ ସହ ମାଛ ଧରିବା ପାଇଁ ନିକଟସ୍ଥ ଜଳାଶୟରେ ଜାଲ ବିଛେଇ ଘରକୁ ଫେରି ଆସିଥିଲେ ।ସଦାନନ୍ଦ ଙ୍କ ଘର  ପାଖରୁ ୧୦୦ ମିଟର ଦୂରରେ ଜନୈକ ନାବାଳିକା ଙ୍କ ଘର‌ ।ଦୁଇ ଜଣଙ୍କ ମଧ୍ଯଯରେ ଚୋରା ପିରତି ଜାରି ରହିଥିଲା ।କୌଣସି କାରଣରୁ  ରାତିରେ ନାବାଳିକା ନିଜର ପୁରୁଷଵନ୍ଧୁ ସଦାନନ୍ଦ ଙ୍କ ଘରକୁ ରାତି ୧୦ ଟା ପାଖାପାଖି ସମୟରେ ଘରୁ ଲୁଚି ପଳାଇ ଆସିଥିବା ।ସଦାନନ୍ଦ ଙ୍କ ଘର ଲୋକେ ଚୁପଚାପ୍ ଶୋଇ ଯାଇଥିବାବେଳେ ଏହି ସୁଯୋଗରେ କଥାବାର୍ତା ହୋଇ ନାବାଳିକା ପୁରୁଷ ବନ୍ଧୁଙ୍କ ଶୋଇବା ଘରକୁ ପଳାଇ ଆସି ରହିଥିଲା । କୌଣସି ନା କୌଣସି କାରଣରୁ ଦୁଇ ପ୍ରେମୀ ଯୁଗଳ ନିଜକୁ ଅସହାୟ ମଣି  ଶେଷରେ ଜୀବନ ସାରିବାକୁ ନିଷ୍ପତ୍ତି ନେଇଥିଲେ ।ସେମାନେ ସଦାନନ୍ଦ ର ଶୋଇବା ଘରେ ଦୁଇଟି ଦଉଡିରେ ଦୁଇଜଣ ଯାକ ଘର ଶେଣୀରେ  ଦଉଡ଼ି ଲଗାଇ  ଝୁଲି ପଡ଼ିଥିଲେ ।ଘର ଲୋକେ ଏହାର ସୋର ଶବ୍ଦ ପାଇ ନ ଥିଲେ ।ରାତି ତିନିଟା ବେଳକୁ ସଦାନନ୍ଦ ର ଭିଣୋଇ ସଦାନନ୍ଦ ଙ୍କୁ ମାଛ ଜାଲ ଉଠାଇବାକୁ ବାରମ୍ବାର ଫୋନ କଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲା ।ବାଧ୍ୟ ହୋଇ ପିଲାର ଭିଣୋଇ ସଦାନନ୍ଦ ର ଘରକୁ ଆସି  ସାନ୍ଧ୍ୟ କବାଟ ଖୋଲି ଦେଖନ୍ତି ତ  ସଦାନନ୍ଦର ମୃତଦେହ ଝୁଲୁଥିବା ବେଳେ ନାବାଳିକାର ମୃତଦେହ ବେକରେ ରାଶି ଲାଗି  ତଳେ ପଡ଼ି ରହିଛି ।ନାବାଳିକାର ବେକରେ ଥିବା ରଶିଟି ଛିଡି ଯାଇଥିଲା l ଘଟଣା ସମ୍ବନ୍ଧରେ ପରିବାର ଲୋକେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା ।ସାରସକଣା ନିର୍ବାଚନ ମଣ୍ଡଳୀର  କଂଗ୍ରେସ ବିଧାୟକ ପ୍ରାର୍ଥୀ ଵେରେଲ ସିର୍କା ଘଟଣାସ୍ଥଳରେ ପହଞ୍ଚି ପରିବାରକୁ ସାନ୍ତ୍ଵନା ଦେବା ସହ ପୋଲିସକୁ ତଦନ୍ତରେ ସହଯୋଗ କରି ତୁରନ୍ତ ଶବ ଦୁଇଟିକୁ ବ୍ୟବଛେଦ ପାଇଁ ଵ୍ଯବସ୍ଥା କରାଇଥିଲେ । ବ୍ୟବଛେଦ ରିପୋର୍ଟ ଆସିବାପରେ ସତ ଘଟଣା ଲୋକ ଲୋଚନକୁ ଆସିବ ।କେଉଁ ପରିସ୍ଥିତିରେ ଯୁଗଳ ପ୍ରେମୀ ନିଜର ଅମୂଲ୍ୟ ଜୀବନ ହାରିଲେ ତାହା ଚିନ୍ତାର ବିଷୟ ପାଲଟିଛି ।ଦିନକୁ ଦିନ ପ୍ରେମ ଜନିତ ବ୍ୟାପାରରେ ଆତ୍ମହତ୍ୟା ,ହତ୍ୟା ବୃଦ୍ଧି ପାଉଥିବାରୁ ସାମାଜିକ କର୍ମୀମାନେ ଉଦବେଗ ପ୍ରକାଶ କରୁଛନ୍ତି ।ବିଶେଷତଃ ୧୮ ରୁ ୪୫ ବର୍ଷ ଯୁବକ ଏବଂ ୧୮ ରୁ ୨୯ ବର୍ଷ ମଧ୍ୟରେ ଯୁବତୀ/ ମହିଳାଙ୍କ ମଧ୍ୟରେ ଆତ୍ମହତ୍ୟା ବେଶି ଦେଖା ଦେଉଛି । ଲୋକ ଲଜ୍ଜା ପାଇଁ ୨୫ ପ୍ରତିଶତ ଯୁବତୀ/ ମହିଳାଙ୍କ ଆତ୍ମହତ୍ୟା ଲୋକ ଲୋଚନକୁ ଆସି ପାରେ ନାହିଁ । ଯାହାକି ଏବେ ଭିନ୍ନ ଏକ ମହାମାରୀ ରୋଗ  ।ଯୁବକ ଏବଂ ଯୁବତୀଙ୍କୁ ଆତ୍ମହତ୍ୟା ରୁ ନିଵର୍ତାଇବା ନିମନ୍ତେ ଉପଦେଶ ପ୍ରଦାନକାରୀ ନିଶ୍ଚିତ ଆବଶ୍ୟକ ।
Shrutilipi ad