ବାରିପଦା- ମୟୁରଭଞ୍ଜ ଜିଲ୍ଲା ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କଳିଙ୍ଗ ନେଟୱର୍କ ଫର୍ ପୁପିଲ ଉଇଥ ଏଚ୍ଚଆଇଭି ଏଡ୍ସ ର ଏନଜିଓ ସଂସ୍ଥା ଦ୍ଵାରା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ର ଏକ କାର୍ଯକ୍ରମ ହେଇଥିଲା । ଏହି କାର୍ଯକ୍ରମ ରେ ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଡାକ୍ତର ରିତେଶ ଚୈତନ୍ୟ, ବରିଷ୍ଠ ଯକ୍ଷ୍ମା ତଦାରଦକାରୀ ରୋହିତ କୁମାର ବାରିକ, ପିଏଚ୍ଇଓ ହିମାଂଶୁ ଶେଖର ବେହେରା ଓ କଳିଙ୍ଗ ନେଟୱର୍କ ର କର୍ମଚାରୀ ନୀଳୟ କୁମାର ମହାନ୍ତ ଙ୍କ ଉପସ୍ଥିତି ରେ କୁସୁମୀ ବ୍ଲକ ର ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା । ଏହି ପୁଷ୍ଟିକର ଖାଦ୍ୟ ପୁଡିଆ ରୋଗୀ ଭଲ ହେବା ପର୍ଯ୍ୟନ୍ତ ବଣ୍ଟନ ଚାଲୁରହିବ ।

