Img 20250618 wa0199

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ  ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ରାଜ୍ୟ
  • ଆଦିବାସୀ ସଶସ୍ତିକରଣ ପାଇଁ ଆମ ସରକାର ସଦା ସର୍ବଦା ଚେଷ୍ଠିତ – ମୁଖ୍ୟମନ୍ତ୍ରୀ
ବାରିପଦା- ତା ୧୮-୦୬-ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଉପଲକ୍ଷେ ଆଜି ତୃତୀୟ ଦିବସରେ ଜିଲ୍ଲା ପ୍ରଶାସନ ତରଫରୁ  ବାରିପଦାର ଛଉ ପଡ଼ିଆ ଠାରେ ଆୟୋଜିତ ରାଜ୍ୟସ୍ତରୀୟ “ଆଦିବାସୀ ଶକ୍ତି ସମାବେଶ”କୁ  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି।
ଏହି ଅବସରରେ  ମାନ୍ୟବର ମୁଖ୍ୟ ଅତିଥି କହିଛନ୍ତିଯେ, ଓଡ଼ିଶା ସାଂସ୍କୃତିକ ବୈଭବ ଚିତ୍ରପଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ତେଣୁ ଏହି ସଂସ୍କୃତିର ବିକାଶ ପାଇଁ ଆଗାମୀ ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ଓଡିଶାରେ ପରିଣତ କରିବାକୁ ହେବ। ଆଗାମୀ ୧୧ ବର୍ଷ ଭିତରେ ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ରାଜ୍ୟର ୪୦ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ବିକାଶ କରିବାକୁ ହେବ। ଆଦିବାସୀଙ୍କ ସାମଗ୍ରିକ ଉନ୍ନତି ବିନା ବିକାଶ ଅସମ୍ଭବ
ଆଜି ଏହି “ଆଦିବାସୀ ଶକ୍ତି ସମାବେଶ” ରେ  ସଂସ୍କୃତି ଓ ପରମ୍ପରାର ଏକ ଅପୂର୍ବ ମିଳନ ହେଉଛି। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମେଳା ରାଜ୍ୟର ସମସ୍ତ ଆଦିବାସୀ ସମ୍ପ୍ରଦାୟଙ୍କୁ ଏକାଠି କରିବାର ଓ ସେମାନଙ୍କୁ  ପରସ୍ପରର ସଂସ୍କୃତି ସହ ପରିଚିତ କରାଇବାର ଏକ ସୁଯୋଗ ସୃଷ୍ଟି କରିଛି। ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀ ସମ୍ପ୍ରଦାୟର ସମସ୍ତ ସମସ୍ୟା ଓ ଆବଶ୍ୟକତାକୁ ସୁନିଶ୍ଚିତ କରିବା। ସେମାନଙ୍କ ମୌଳିକ ଆବଶ୍ୟତା ଯଥା  ପେଟ ପାଇଁ ଦାନା, ପିନ୍ଧିବା ପାଇଁ କନା ଓ  ରହିବା ପାଇଁ ବାସ ଇତ୍ୟାଦିକୁ  ପୂରଣ କରିବା ସହିତ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ।
ଓଡିଶାର ପ୍ରାଣ ହେଉଛନ୍ତି ଏହାର ଜନଜାତି । ରାଜ୍ୟର ପ୍ରାୟ ଏକ ଚତୁର୍ଥାଂଶ ହେଉଛନ୍ତି ଆଦିବାସୀ ସଂପ୍ରଦାୟ ।ଆଦିବାସୀ ଜନଜାତି ଆଜି ଭାରତର ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିଛନ୍ତି ଏବଂ ମୟୂରଭଞ୍ଜରୁ ୭ ଜଣ ଆଦିବାସୀ ସମ୍ପ୍ରଦାୟର ବିଧାୟକ ମାନେ ଆଜି ଏହି ଜିଲ୍ଲାର ପ୍ରତିନିଧିତ୍ବ କରୁଛନ୍ତି, ଏହା ଆମ ପାଇଁ ଗୌରବର ବିଷୟ । ଯେତେବେଳେ ସମ୍ମାନର କଥା ଆସେ ଏଇ ମୟୂରଭଞ୍ଜ ମାଟିର ଜଣେ ସାଧାରଣ ପରିବାରର ଝିଅ ବହୁ ବାଧାବିଘ୍ନ ସତ୍ତ୍ୱେ ଆଜି ଦେଶର ପ୍ରଥମ ନାଗରିକ, ମହାମହିମ ରାଷ୍ଟ୍ରପତି ଆସନ ଅଳଙ୍କୃତ କରି ଦେଶକୁ ଗୌରବାନ୍ଵିତ କରୁଛନ୍ତି।
 ଭାରତୀୟ ସଂସ୍କୃତି ଓ ପରମ୍ପରା ଜନଜାତିଙ୍କ ବିନା କଳ୍ପନା କରିବା ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି।
ସେ କହିଛନ୍ତିଯେ, କେନ୍ଦ୍ର ସରକାରଙ୍କ ସହିତ ଓଡିଶା ରାଜ୍ୟ ସରକାର ଜନଜାତି କଲ୍ୟାଣ ପାଇଁ ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧିନରେ ରାଜ୍ୟର ଜନଜାତି ସମୁଦାୟର ଜୀବିକା ବିକାଶକୁ ପ୍ରୋତ୍ସାହନ କରାଯାଉଛି । କୃଷି, ଜଳସେଚନ ଓ ପଶୁପାଳନ ମାଧ୍ୟମରେ ୧.୪୫ ଲକ୍ଷ ଜନଜାତି ପରିବାରର ଜୀବିକା ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି । ୫ ହଜାର  ଆଦିବାସୀ ଯୁବକ ଓ ଯୁବତୀମାନେ ପ୍ରତ୍ୟେକେ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପାଇ ଲଘୁ ଉଦ୍ୟୋଗ ଆରମ୍ଭ କରି ଉପକୃତ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଆବାସିକ ଶିକ୍ଷାକୁ ସହଜ କରିବା ପାଇଁ ୨୦୨୪ ଆର୍ଥିକ ବର୍ଷରେ ୮୩ ଗୋଟି ନୂତନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରାବାସ, ୨୩ଟି ଅନ୍ୟାନ୍ୟ ପଛୁଆବର୍ଗ ଛାତ୍ରାବାସ ଏବଂ ୨୨୯ ଗୋଟି ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସ ପାଇଁ ମୋଟ ୭୩୨.୪୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଶିକ୍ଷାକୁ ସୁଦୂରପ୍ରସାରି କରିବା ସହ ଅଧାରୁ ପାଠ ପଢ଼ା ଛାଡିଦେଉଥିବା ଛାତ୍ର ଛାତ୍ରୀଙ୍କୁ  ଶିକ୍ଷା ସ୍ରୋତକୁ ଆଣିବା ନିମନ୍ତେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଆରମ୍ଭ ହୋଇଛି । ଆବାସିକ ବିଦ୍ୟାଳୟଗୁଡ଼ିକୁ ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନରେ ପରଣିତ କରିବା ଲକ୍ଷ୍ୟରେ ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ଆଶ୍ରମ ବିଦ୍ୟାଳୟ ଯୋଜନା ନିମନ୍ତେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।  ‘ବିକଶିତ ଓଡିଶା, ବିକଶିତ ଭାରତ’ର ସାରଥି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ପିଏମ୍-ଜନମନ ଯୋଜନାର ପ୍ରଚାରପ୍ରସାର କରାଯାଉଛି । ଏହି ଅଭିଯାନ ରାଜ୍ୟର ୧୪ ଟି ଜିଲ୍ଲାର ୧୬୭୯ ଟି ଗ୍ରାମରେ ବାସ କରୁଥିବା ୨,୯୪,୭୧୨ ଜଣ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ (ପିଭିଟିଜି) ଙ୍କ ନିକଟରେ ପହଞ୍ଚିବ । ରାଜ୍ୟ ସରକାର ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ନିମନ୍ତେ ଯଥାକ୍ରମେ ୧୦୦ କୋଟି ଓ ୫୦ କୋଟି ଟଙ୍କା ବ୍ୟୟ ବରାଦରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଓଡିଶାର ସାମଗ୍ରିକ ବିକାଶ ପାଇଁ ଆମ ସରକାର ଆଦିବାସୀମାନଙ୍କ ଉନ୍ନତି ପାଇଁ ସମ୍ବେଦନଶୀଳ ଅଛନ୍ତି । ଆଦିବାସୀ ସଶକ୍ତିକରଣ ପାଇଁ ଆମ ସରକାର  ସଦା ସର୍ବଦା ଚେଷ୍ଟିତ।
ପ୍ରତ୍ୟେକ ଆଦିବାସୀ ପରିବାରରେ ଶିକ୍ଷାର ପ୍ରସାର ହେଲେ ହିଁ ଆଦିବାସୀ ସମାଜର ବିକାଶ ହେବ ବୋଲି ଗଣଶିକ୍ଷା ତଥା ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ।
ସେହିପରି ଗରିବ, ଅବହେଳିତ ଆଦିବାସୀ ଭାଇ ଭଉଣୀ ମାନଙ୍କ ସମସ୍ତ ମୌଳିକ ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଥିଲେ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣ ଚନ୍ଦ୍ର ମହାପାତ୍ର କହିଥିଲେଯେ, ଜନଜାତିମାନଙ୍କ ସାମାଜିକ ବ୍ୟବସ୍ଥା, ସାଂସ୍କୃତିକ ବୈଭବ ଓ ମୌଳିକତାକୁ ବଜାୟ ରଖିବାକୁ ପଡିବ କାରଣ ଆମ ସଂସ୍କୃତିର ମୂଳପିଣ୍ଡ ହେଉଛନ୍ତି ଆମ ଆଦିମ ଅଧିବାସୀ।
ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଥିଲେ ଯେ, ଆଦିବାସୀଙ୍କ ଉନ୍ନତିର କେବଳ ଆମ ସଂସ୍କୃତିର ବିକାଶ ନୁହେଁ ବରଂ ଆମ ପର୍ଯ୍ୟାବରଣର ବିକାଶ।
ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ ଲୋକକଳା, ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ, ଶ୍ରୀମତୀ ମମତା ମହାନ୍ତ, ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୟୁରଭଞ୍ଜ ସାଂସଦ,  ଶ୍ରୀ ନବଚରଣ ମାଝୀ, ଉଦଳା ବିଧାୟକ, ଶ୍ରୀ ଭାସ୍କର ମଢେଇ, କରଞ୍ଜିଆ ବିଧାୟକ, ଶ୍ରୀ ପଦ୍ମଚରଣ ହାଇବୁରୁ, ସାରସକଣା ବିଧାୟକ ଶ୍ରୀ ଭାଦବ ହାଂସଦା, ବାରିପଦା ବିଧାୟକ, ଶ୍ରୀ ପ୍ରକାଶ ସୋରେନ, ରାଇରଙ୍ଗପୁର ବିଧାୟକ, ଶ୍ରୀ ଜଲେନ୍‍ ନାଏକ ବାଙ୍ଗିରିପୋଷି ବିଧାୟିକା, ସୁଶ୍ରୀ ସଞ୍ଜଳି ମୁର୍ମୁ ପ୍ରମୁଖ ମଂଚାସୀନ ଥିଲେ।
ବଡ଼ସାହି ବିଧାୟକ ଶ୍ରୀ ସନାତନ ବିଜୁଳି ସ୍ୱାଗତଭାଷଣ ଦେଇଥିବା ବେଳେ  ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ନିର୍ଦ୍ଦେଶିକା ଶ୍ରୀମତୀ ପୋମା ଟୁଡୁ ଧନ୍ୟବାଦ ଦେଇଥିଲେ।
ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ବିଭାଗୀୟ ବରିଷ୍ଠ ଅଧିକାରୀ, ପଦାଧିକାରୀମାନେ  ପ୍ରତିନିଧି ଉପସ୍ଥିତ ଥିଲେ।
Shrutilipi ad