ବାରିପଦା – ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଜ଼ିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ଯୋଜନା ଓ ସେବା ଯଥା:-୧ .ପରିପୂରକ ପୁଷ୍ଟିକର ଖାଦ୍ୟ,୨.ସ୍ୱାସ୍ଥ୍ୟ ଓ ପୃଷ୍ଟି ସମ୍ଭନ୍ଧୀୟ ଶିକ୍ଷା, ୩. ଅଣ ଆନୁଷ୍ଠାନିକ ପ୍ରାକ ବିଦ୍ୟାଳୟ ଶିକ୍ଷା, ୪, ମମତା ଓ ପ୍ରଧାନ ମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ୫. ମୁଖ୍ୟମୁନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା, ୬. CMAM କାର୍ଯ୍ୟକ୍ରମ ଓ ୭. ସୁଭଦ୍ରା ଯୋଜନା ଇତ୍ୟାଦିରେ ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କୁ ସେବା ଯୋଗାଇ ଦିଆଯାଉଅଛି I ଜ଼ିଲ୍ଲାରେ ୫୧୫୨ ଗୋଟି ଅଂ. କେନ୍ଦ୍ର ଅଧୀନ ରେ ମୋଟ ୮୦୯୦୪ ସଂଖ୍ୟକ ଶିଶୁଙ୍କୁ ସକାଳ ଜଳଖିଆ ଓ ଗରମ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଅଛି I ସେହିପରି ୩୨୫୬୨ ସଂଖ୍ୟକ ଗର୍ଭବତୀ ଓ ପ୍ରସ୍ଵାତିଙ୍କୁ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ଶିକ୍ଷା ଦେବା ସହିତ ସଙ୍କଟାପନ୍ନ ଗର୍ଭବତୀମହିଳାଙ୍କୁ ଚିହ୍ନଟ କରି ସ୍ୱାସ୍ଥ୍ୟସେବା ଯୋଗାଇ ଦେଇପାରୁଛୁ I ୮୦୯୦୪ ସଂଖ୍ୟକ ୩ ରୁ ୫ ବର୍ଷ ର ଶିଶୁଙ୍କୁ ନୂଆ ଅରୁଣିମା ମାଧ୍ୟମରେ ଅଣ ଆନୁଷ୍ଠାନିକ ପ୍ରାକ ବିଦ୍ୟାଳୟ ଶିକ୍ଷା ଦେଇ ବିଦ୍ୟାଳୟ ଯିବା ନିମେନ୍ତେ ପ୍ରସ୍ତୁତ କରିପାରୁଛି I ଶିଶୁଙ୍କର ଓଜନ /ଉଚ୍ଚତା ମାପି SAM ଶିଶୁ ଚିହ୍ନଟ କରି ସେମାନଙ୍କୁ CMAM କାର୍ଯ୍ୟକ୍ରମ ରେ ଅନ୍ତଭୁର୍କ୍ତ କରାଯଇପାରିଛି I ମୟୁରଭଞ୍ଜ ଜିଲ୍ଲାର ମହିଳା ଓ ଶିଶୁ ବିକାଶ ବିଭାଗର ୨୦୨୪-୨୫ ଆର୍ଥିକବର୍ଷରେ ମମତା ଓ ପ୍ରଧାନ ମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ୨୫୫୪୭ ଜଣ ଗର୍ଭବତୀ ଓ ପ୍ରସୂତୀ ମାମାନଙ୍କୁ ପ୍ରଥମ କିସ୍ତି ରେ ୬୦୦୦ ଟଙ୍କା ଏବଂ ୨୫୦୮୪ ମାମାନଙ୍କୁ ଦ୍ୱିତୀୟ କିସ୍ତିରେ ୪୦୦୦ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଅଛି । ଏତଦବ୍ୟତୀତ ୨୫୦୮୪ ହିତାଧିକାରୀଙ୍କ ବାବଦରେ ଯଥାକ୍ରମେ ୨୦୦ ଟଙ୍କା ଏବଂ ୧୦୦ ଟଙ୍କା ଲେଖାଏ ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକାଙ୍କୁ ପ୍ରୋତ୍ସାହନ ର।ଶି ପ୍ରଦାନ କରାଯାଇଅଛି । ମୟୁରଭଞ୍ଜ ଜିଲ୍ଲାର ମହିଳା ଓ ଶିଶୁ ବିକାଶ ବିଭାଗର ୨୦୨୪-୨୫ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନାରେ ୬୫୫୦୮୭ ଜଣ ହିତାଧିକାରୀ ଆବେଦନ କରିଛନ୍ତି, ସେଥିମଧ୍ୟରୁ ମୋଟ ୬୦୭୬୬୬ ଜଣ ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୫୦୦୦ ଟଙ୍କା ଓ ୬୦୧୧୬୫ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତିରେ ୫୦୦୦ ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଅଛି । ୫୧୫୨ ଜଣ ଅଙ୍ଗନବାଡି କର୍ମୀଙ୍କୁ ୧୫୦୦ ଟଙ୍କା ଓ ୪୯୪୮ ଜଣ ଅଙ୍ଗନବାଡି ସହାୟିକାଙ୍କୁ ୫୦୦ ଟଙ୍କା ସୁଭଦ୍ରା ପ୍ରୋତ୍ସାହନ ର।ଶି ପ୍ରଦାନ କରାଯାଇଅଛି । ମା ଓ ଶିଶୁ କୁ ସୁସ୍ଥ ରଖିବା ନିମନ୍ତେ ୧୦୦୦ ଦିନ ର ବାର୍ତ୍ତା ସମସ୍ତଙ୍କ ପାକହରେ ପହଞ୍ଚାଇ ପାରୁଛୁ ତତ୍ସହିତ ୮୭୫୮୬ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ଯୋଜନା ରେ ସାମିଲ କରିପାରୁଛୁ I ମିଶନ ଶକ୍ତି ଆଧିନରେ ଜ଼ିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଦ୍ୱାରା ମୟୁରଭଞ୍ଜ ଜ଼ିଲ୍ଲା ରେ ମୋଟ ୩୮୧୬୪ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେଥିରେ ୪୪୧୧୧୧ ମହିଳାଙ୍କୁ ସାମିଲ କରିବା ସହିତ ୧୦୨୦୧୯ ଜଣ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି I ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ସମସ୍ତ ସେବା ଓ ଯୋଜନା ଅପହଞ୍ଚ ଅଞ୍ଚଳରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚାଇ ସମସ୍ତ ଯୋଜନର ସଫଳ ରୂପାୟନ କରିବାରେ ଆମେ ସମର୍ଥ ହୋଇପାରିଛୁ I

