ବାରିପଦା – ବିଗତ ଆର୍ଥିକ ବର୍ଷରେ ମୟୂରଭଞ୍ଜ (ରାସ୍ତା ଓ ଗୃହ) ବିଭାଜନ ଅଧିନରେ ମୁଖ୍ୟତ ୭ ଗୋଟି କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ କରାଯାଇଅଛି । ସେଥି ମଧ୍ୟରୁ ୪୭୯୮.୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତା. ୩୧.୦୮.୨୦୨୪ ଶୁଦ୍ଧା ଶେରଗଡ-ନିଳଗିରି-କପ୍ତିପଦା-ଉଦଳା-ବା ରିପଦା-ମେଦନିପୁର ରାସ୍ତାର ୮୭ କି.ମି. ଠାରେ ବୁଢାବଳଙ୍ଗ ନଦୀ ଉପରେ ସେତୁର ନିର୍ମାଣ ହୋଇଛି। ନୂତନ ସେତୁର ନିର୍ମାଣ ଶେଷ ହେବା ପରେ ବାରିପଦା ସହର ଏବଂ ଉଦଳା ସଦର ମହକୁମା ସହିତ ଶ୍ୟାମାଖୁଣ୍ଟା, ଖୁଣ୍ଟା, ଗୋପବନ୍ଧୁନଗର ବ୍ଲକର ସମସ୍ତ ପଞ୍ଚାୟତ ମଧ୍ୟରେ ଯାତାୟାତ ନିରବିଛିନ୍ନ ହୋଇପାରିଅଛି । ସେହିପରି ୩୫୮୪.୬୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତା. ୧୨.୧୦.୨୦୨୪ ଶୁଦ୍ଧା ଧାଙ୍ଗୀଡିଶୋଳ-ଦେଉଳି-ବାଘଡା-ମୋରଡା ରାସ୍ତାର 0.000 କି. ମି.ଠାରୁ ୧୬.୭୪୪ କି.ମି. ପର୍ଯ୍ୟନ୍ତ ପ୍ରଶସ୍ତିକରଣ ଓ ସଶକ୍ତିକରଣ ହୋଇଛି । ଉକ୍ତ ରାସ୍ତା ପ୍ରକଳ୍ପଟି ସମ୍ପୂର୍ଣ ହେବା ଫଳରେ ଏହି ପ୍ରକଳ୍ପ ମାଧ୍ୟମରେ କୁଳିଅଣ। ବ୍ଲକର ଓ ୫ ଗୋଟି ଗ୍ରାମପଞ୍ଚାୟତ ର ୧୦୦୦୦ ଲୋକ ନିରବିଛିନ୍ନଭାବେ ଯାତାୟାତ କରୁଅଛନ୍ତି । ସେହିପରି ୧୫୫୭.୯୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅସ୍ତିଆ ଠାରୁ ବାଲିଡିହା ଭାୟା ରଙ୍ଗ।ମାଟିଆ ରାସ୍ତାର 0.000 କି. ମି.ଠାରୁ ୮.୨୫୦ କି.ମି. ପର୍ଯ୍ୟନ୍ତ ପ୍ରଶସ୍ତିକରଣ ଓ ସଶକ୍ତିକରଣ କାର୍ଯ୍ୟ ତା ୧୧.୦୩.୨୦୨୫ ଶୁଦ୍ଧା ଶେଷ ହୋଇଛି। ଉକ୍ତ ରାସ୍ତା ପ୍ରକଳ୍ପଟି ସମ୍ପୂର୍ଣ ହେବା ଫଳରେ ବ୍ଲକ ଶ୍ୟାମାଖୁଣ୍ଟା ଓ ବାରିପଦା ସହର ମଧ୍ୟରେ ପ୍ରତି ପଞ୍ଚାଯତ ବାସିନ୍ଦା ଓ ଲୁଲୁଙ୍ଗ ପର୍ଯ୍ୟଟନ ସ୍ଥଳୀକୁ ନିରବିଛିନ୍ନଭାବେ ଯାତାୟାତ କରୁଅଛନ୍ତି । ୩୩୩୦.୬୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫00 ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ କୋଠାର ନିର୍ମାଣ ଏବଂ ବହୁ ବ୍ୟବହାର ଉପୟୋଗୀ କୋଠାର ନିର୍ମାଣ ତା। ୩୦.୦୯.୨୦୨୪ ଶୁଦ୍ଧା ଶେଷ ହୋଇଛି। ନର୍ସ ଛାତ୍ରୀ ନିବାସ କୋଠାର ନିର୍ମାଣ ଶେଷ ହେବାପରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ୫୦୦ ଜଣ ଛାତ୍ରୀଙ୍କ ରହିବାର ସୁବ୍ୟବସ୍ଥା କରାଯାଇ ଅଛି । ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣସାହି ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ର ନିବାସର ନିର୍ମାଣ ୩୮୩.୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତା. ୩୦.୦୯.୨୦୨୪ ଶୁଦ୍ଧା ଶେଷ ହୋଇଛି।ଉକ୍ତ କୋଠାର ନିର୍ମାଣ ଫଳରେ ଲକ୍ଷ୍ମଣସାହି ଓଡିଶା ଆଦର୍ଶ ବିଦ୍ୟାଳୟର ୧୦୦ ଜଣ ଛାତ୍ରଙ୍କ ରହିବାର ସୁବ୍ୟବସ୍ଥା କରାଯାଇ ଅଛି । ସେହିପରି ମୋରଡା ବ୍ଲକ ଅନ୍ତର୍ଗତ ଚିତ୍ରଡା ଠାରେ ନୂତନ ଧାନ ମଣ୍ଡିର ନିର୍ମାଣ ୬୨.୯୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତା. ୦୧.୦୫.୨୦୨୫ ଶୁଦ୍ଧା ଶେଷ ହୋଇଛି। ଉକ୍ତ ଧାନ ମଣ୍ଡିର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଖ ପାଖରେ ଥିବା ୨ ଟି ପଞ୍ଚାଯତ ର ଗ୍ରାମବାସୀ ଏଥିରେ ଉପକୃତ ହେଉଛନ୍ତି। ଏବଂ ମୋରଡା ବ୍ଲକ ଅନ୍ତର୍ଗତ ମୋରଡା ଠାରେ ନୂତନ ଧାନ ମଣ୍ଡିର ନିର୍ମାଣ ୮୧.୬୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତା. ୦୮.୦୬.୨୦୨୫ ଶୁଦ୍ଧା ଶେଷ ହୋଇଛି। ଉକ୍ତ ଧାନ ମଣ୍ଡିର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଖ ପାଖରେ ଥିବା ୩ ଟି ପଞ୍ଚାଯତ ର ଗ୍ରାମବାସୀ ଏଥିରେ ଉପକୃତ ହେଉଛନ୍ତି।

