ବାରିପଦା – ମୟୂରଭଂଜ ଜିଲ୍ଲାର ପୁରୁଣାପାଣି ପଞ୍ଚାୟତର ପୋଖରୀଢିପା ସାହିର ଗ୍ରାମ୍ୟ ରାସ୍ତାକୁ ବିରେଶ ପାତ୍ରଙ୍କ ପୁତ୍ର ଶିବାପାତ୍ର ନିଜ ଜମି କହି ଗତ ୨ ଫେବୃଆରୀ ୨୫ ମସିହାରୁ ଅବରୋଧ କରି ଆସୁଛନ୍ତି । ସେହି ରାସ୍ତା ଦେଇ ଗତ ସରକାରର ଲକ୍ଷ୍ମୀ ବସ ଏବଂ ଏବେକାର ସରକାରର ଆମ ବସ୍ ସେହି ରାସ୍ତା ଦେଇ ଯିବା ଆସିବା କରି ପାରୁ ନାହିଁ ।ତେଣୁ ଗ୍ରାମବାସୀମାନେ ବ୍ଳକ କାର୍ଯ୍ୟାଳୟକୁ ବିଭିନ୍ନକାମ ପାଇଁ ଯାଇ ପାରୁ ନାହାଁନ୍ତି ।ବେସରକାରୀ ବସରେ ଗଲେ ଅଧିକ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ।ଠିକ୍ ସମୟରେ ବସ ସେବା ପାଉ ନାହାଁନ୍ତି ।ଏହାକୁ ନେଇ ସେମାନେ ବ୍ଲକରେ ବାରମ୍ବାର ଲିଖିତ ଅଭିଯୋଗ କରୁଛନ୍ତି ।ସେମାନଙ୍କ କହିବା ଅନୁଯାୟୀ ଆରଆଇ ଯାଇ ସେହି ରାସ୍ତା ମାପଚୁପ କରିଥିଲେ ।ସେହି ରାସ୍ତାଟି ସରକାର ଜମିରେ ଅଛନ୍ତି ।କିନ୍ତୁ ଶିବା ପାତ୍ର କହୁଛି ସେହି ରାସ୍ତାଟି ତାଙ୍କ ଜମି ଦେଇ ଯାଇଛି ।ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ଯ ରଞ୍ଜନ ପ୍ରଧାନଙ୍କୁ ସାକ୍ଷାତ କରି ବିହିତ ପଦକ୍ଷେପ ନେବାପାଇଁ ଅନୁରୋଧ କରି ସେମାନଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି ।

