ଆଗରପଡ଼ା :ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ବରିଷ୍ଠ ଶିକ୍ଷକ ଅଜିତ ରାଉଳଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି । ଆଗରପଡ଼ା ଦକ୍ଷିଣ ଚଣ୍ଡି ରଜ ମହୋତ୍ସବରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ହାଇକୋର୍ଟ ଆଇନଜୀବୀ ମନୋଜ ରାୟ ଓ ମହୋତ୍ସବ କମିଟି ସଭାପତି ପ୍ରଦ୍ୟୁମ୍ନ ପୁହାଣ ପ୍ରମୁଖ ଏହି ସମ୍ମାନ ଶ୍ରୀ ରାଉଳଙ୍କୁ ପ୍ରଦାନ କରିଛନ୍ତି । ଶ୍ରୀ ରାଉଳଙ୍କ ଶିକ୍ଷାଦାନ ଶୈଳୀ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ବୋଲି ବାରି ହୋଇପଡ଼େ । ଯଦ୍ଦ୍ୱାରା ସେ ଅଧିକ ଲୋକପ୍ରିୟତା ଅର୍ଜ୍ଜନ କରିଛନ୍ତି । ହାଇସ୍କୁଲ ପ୍ରଧାନଶିକ୍ଷକ ଚିତ୍ତରଂଜନ ମହାନ୍ତି, ପରିଚାଳନା କମିଟି ସଭାନେତ୍ରୀ ବର୍ଷାରାଣୀ ମଲ୍ଲିକ, ସଭ୍ୟ ସାମ୍ବାଦିକ ଅକ୍ଷୟ ସିଂହ ପ୍ରମୁଖ ଶ୍ରୀ ରାଉଳଙ୍କୁ ଶୁଭେଚ୍ଛା ଜଣାଇବା ସହ ମହୋତ୍ସବ କମିଟି କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

