ବାରିପଦା – ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ସମଗ୍ର ଶିକ୍ଷା, ମୟୂରଭଞ୍ଜର ବିଭିନ୍ନ ବିଭାଗ କାର୍ଯ୍ୟ କରୁଅଛି ଯଥା- ଯୋଜନI (Planning & Access), ଶିକ୍ଷାତତ୍ତ୍ଵ (Pedagogy), ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ପିଲାଙ୍କ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଓ ଗୋଷ୍ଠୀ ସଞ୍ଚାଳନ, ସମନ୍ନିତ ଶିକ୍ଷା ବ୍ୟବସ୍ଥା (ଭିନ୍ନକ୍ଷମ ପିଲାଙ୍କ ପାଇଁ ) ଓ ବାଳିକା ଶିକ୍ଷା । ଜିଲ୍ଲାର ୩୧ ଟି ଉଚ୍ଚ ବିଦ୍ୟାଳୟକୁ ଭାରତ ସରକାରଙ୍କ ପିଏମ-ଶ୍ରୀ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଅଛି। ପ୍ରଥମ ପର୍ଯ୍ୟାୟରେ ୭ ଗୋଟି ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୧୮ ଗୋଟି ପ୍ରାଥମିକ ବିଦ୍ୟାଳୟକୁ ଓଡିଶା ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଅଛି । ମୋଟ ୪0 ଜଣ ପ୍ରବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆବାସିକ ସ୍ଵତନ୍ତ୍ର ପ୍ରଶିକ୍ଷଣ ଶିବିର ମାଧ୍ୟମରେ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯାଇଅଛି I ଏପ୍ରିଲ ୧ ତାରିଖରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ମାନଙ୍କରେ ଓଡିଆ ପକ୍ଷ ପାଳନ ଅବସରରେ “ଓଡିଶା ଦିବସ”, “ପ୍ରବେଶ ଉତ୍ସବ”, “ଖଡି ଛୁଆଁ” ଓ “ବର୍ଣ୍ଣବୋଧ ଉତ୍ସବ” ପାଳନ କରାଯାଇଅଛି । ୨୦୨୫-୨୬ ଶିକ୍ଷାବର୍ଷରେ ଜିଲ୍ଲାର ପ୍ରତି ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଶ୍ରେଣୀ ଖୋଲାଯାଇଅଛି । ୨୦ ଡିସେମ୍ବର ୨୦୨୪ ଠାରୁ ୨୩ ଡିସେମ୍ବର ୨୦୨୪ ମଧ୍ୟରେ ଆସାମର ଗୌହାଟି ଠାରେ ଅନୁଷ୍ଠିତ ହୋଇଯାଇଥିବା ଜୋନାଲ ସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାରୁ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ, କରଞ୍ଜିଆ ର ଛାତ୍ର ମାନେ ପାଇପ ବ୍ୟାଣ୍ଡ ବିଭାଗରେ ଅଂଶ ଗ୍ରହଣ କରି ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ନିପୁଣ ଓଡିଶା ମିଶନ-୨୦୨୪ ର ଶୁଭ ଉନ୍ମୋଚନ ବିଦ୍ୟାଳୟ, କ୍ଲୁଷ୍ଟର ଏବଂ ବ୍ଲକସ୍ତରରେ ତା ୫-୧୦-୨୦୨୪ ମଧ୍ୟରେ ପାଳନ କରାଯାଇଥିଲା । ୧୯.୦୨.୨୦୨୫ ରିଖରେ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲାସ୍ତରୀୟ ନିପୁଣ ମେଳା ଆୟୋଜନ କରାଯାଇଥିଲା ।ଏହି ମିଶନର ଉଦ୍ଦେଶ୍ୟ ୩ ବର୍ଷରୁ ୮ ବର୍ଷ ମଧ୍ୟରେ ପଢୁଥିବା ପିଲାମାନେ, ତୃତୀୟ ଶ୍ରେଣୀ ସୁଦ୍ଧା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (FLN) ଦକ୍ଷତା ହାସଲ କରିବେ । ଅର୍ଥାତ ବୟସ ଅନୁସାରେ ପିଲାମାନେ ସହଜରେ ପଢିବେ, ପଢି ବୁଝିବେ, ଲେଖିବେ, ଗଣିତ କରିବେ ଓ ଦୈନନ୍ଦିନ ଜୀବନରେ ସମସ୍ୟାର ସମାଧାନ କରିବେ । ମୟୂରଭଞ୍ଜ ଜିଲ୍ଲାରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲ କରିବା ପାଇଁ ମୋଟ ୨,୨୮,୯୦୦ (FLN) ଏଫ.ଏଲ.ଏନ ପୁସ୍ତକ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୨୦୨୫-୨୬ ଶିକ୍ଷା ବର୍ଷରେ ପ୍ରତ୍ୟେକ ଛାତ୍ର ଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଅଛି । ଜିଲ୍ଲାର ୨୬ ଗୋଟି ବ୍ଲକରେ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ Excursion Trip ଏବଂ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ Study Trip ର ବ୍ୟବସ୍ଥା କରଯାଇଥିଲା । ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ମାଧ୍ୟମରେ ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ଶିକ୍ଷା ଗ୍ରହଣ କରୁଥିବା ସମସ୍ତ ବର୍ଗର ପିଲାମାନଙ୍କୁ ଚକ୍ଷୁ ପରୀକ୍ଷା କରାଯାଇ ସେଥିମଧ୍ୟରୁ ଦୃଷ୍ଟି ଦୋଷ ଥିବା ୩,୩୨୭ ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇ ମାଗଣାରେ ଚଷମା ପ୍ରଦାନ କରାଯାଉଅଛି । ଜିଲ୍ଲାରେ ୩୧ ଗୋଟି ପି.ଏମ.ଶ୍ରୀ ସ୍କୁଲରେ ଭିନ୍ନକ୍ଷମ ପିଲାମାନେ ଶ୍ରେଣୀ ଗୃହକୁ ସହଜରେ ଗମନାଗମନ କରିବା ପାଇଁ ବାଧାମୁକ୍ତ ପରିବେଶ ସୃଷ୍ଟି କରାଯିବା ସହିତ ବିଭିନ୍ନ ପ୍ରକାର ସେବା ଦେବା ପାଇଁ ଉକ୍ତ ବିଦ୍ୟାଳୟ ମଧ୍ୟରୁ ୧୬ ଗୋଟି ବିଦ୍ୟାଳୟରେ “ସକ୍ଷମ” ନାମକ ସାଧନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଦୁଇ ହଳ ପୋଷାକ, ଜୋତା, ମୋଜା, ଟି ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, ଟୋପି, ପରିଚୟ ପତ୍ର ଯୋଗାଇ ଦେବା ସହିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିବା ପାଇଁ ସମାଜର ଅବହେଳିତ ବର୍ଗର ବାଳିକା (ST,SC, OBC, Minority ବର୍ଗର), ଅଧାରୁ ପାଠଛାଡିଥିବା ବାଳିକା, ଦୀର୍ଘଦିନ ଧରି ସ୍କୁଲରେ ଅନୁପସ୍ଥିତ ଥିବା ବାଳିକା, ସ୍କୁଲରେ ଆଦୌ ନାମ ଲେଖାଇନଥିବା ୧୧ ବର୍ଷ ବୟସରୁ ଅଧିକ ଥିବା ବାଳିକାମାନଙ୍କର ଷଷ୍ଠ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

