ଭୋଜି କରିବା ହେଲା କାଳ, ପର୍ଯ୍ୟଟନ ସ୍ଥଳୀରେ ନଦୀରେ ବୁଡି ଦୁଇ ଯୁବକ ଙ୍କ ମୃତ୍ୟୁ

ରାଜ୍ୟ

ବାରିପଦା: ଭୋଜି ଖାଇବାକୁ ଯାଇ ନଦୀରେ ବୁଡିଗଲେ ଦୁଇ ଯୁବକ । ଏହିପରି ଏକ ଦୁଃଖଦ ଘଟଣା ଘଟିଅଛି ବାରିପଦା ସହରରୁ ପାଖାପାଖି କୋଡିଏ କିଲୋମିଟର ଦୂର ପର୍ଯ୍ୟଟନସ୍ଥଳୀ ଲୁଲୁଙ୍ଗ ଠାରେ । ଆଜି ପୂର୍ବାହ୍ନରେ ବାରିପଦା ସହରର କିଛି ଯୁବକ ରଜ ଉତ୍ସବର ମଜାନେବା ପାଇଁ ଭୋକି କରିବାକୁ ଲୁଲୁଙ୍ଗ ଯାଇଥିଲେ । ମାତ୍ର ଭୋଜି କରିବା ହେଲା କାଳ । ସେଠାରେ ପହଞ୍ଚି ଲୁଲୁଙ୍ଗ ପାଶ୍ୱରେ ଥିବା ପଳପଳା ନଦୀ କୁ ଗାଧେଇବାକୁ ଯାଇଥିବା ସମୟରେ ହଠାତ ଗୋଡ ଖସି ଯିବାରୁ ଦୁଇ ଜଣ ସାଙ୍ଗ ଗଭୀର ନଦୀ ଜଳରେ ଭାସିଯାଇଥଲେ । ମାତ୍ର ସେହି ସମୟରେ ଅନ୍ୟ ସାଙ୍ଗ ମାନେ ଉପସ୍ଥିତ ଥିଲେ ମଧ୍ୟ କିଛି କରିବାକୁ ସକ୍ଷମ ହୋଇପାରିନଥିଲେ । ଖବର ପାଇ ଅଗ୍ନିଶ୍ରମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକ ଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ କୁ ଆଣିଥିଲେ । ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଦୁଇଜଣ ହେଲେ ବାରିପଦା ସହରର ଓାର୍ଡ ନମ୍ବର ୨୧ ସ୍ଥିତ ବିଜୟ ପୂନ୍ନଚନ୍ଦ୍ରପୁର ଏବଂ ୨୩ ସ୍ଥିତ ରଘୁନାଥପୁର ଅଞ୍ଚଳର ଅଙ୍କିତ କୁମାର ଭୁଜବଳ ଏବଂ ଅଂଶୁମାନ ନାଏକ । ଏହି ଦଃୁଖଦ ଘଟଣା ପ୍ରଚାର ହେବାପରେ ଡାକ୍ତରଖାନାରେ ଲୋକମାନଙ୍କର ଭିଡ ଜମିଯାଇଥିଲା । ପରିବାରବର୍ଗ ଙ୍କ କାନ୍ଦ ବୋବାଳିରେ ଡାକ୍ତରଖାନାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ବାରିପଦା ସଦର ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ କୁ ଜବତ କରିବା ସହ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଅଛି । ସୂଚନା ଯୋଗ୍ୟ କି ପୂର୍ବରୁ ମଧ୍ୟ ଏହିଭଳି ଲୁଲୁଙ୍ଗ ଏବଂ ପାଖରେ ଥିବା ସିତାକୁଣ୍ଡ ରେ ପର୍ଯ୍ୟଟକମାନେ ଭୋଜି କରିବାକୁ ଆସି କୁଣ୍ଡରେ ବୁଡି ମୃତ୍ୟୁବରଣ କରିଥିବାର ନଜିର ରହିଅଛି । ହେଲେ ସେଠାରେ ବନବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ କୈାଣସି ସତର୍କତା ଅବଲମ୍ବନ କରାଯାଉନାହିଁ ଯହା ଫଳରେ ଅନେକ ମୂଲ୍ୟବାନ ଜୀବନ ଯାଉଅଛି ।

Shrutilipi ad