ଢେଙ୍କାନାଳ ଜିଲାକୁ ଡେଇଁଲା ଝାଡ଼ାବାନ୍ତି, ଭୁବନରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟ

ଭୁବନେଶ୍ବର : ଢେଙ୍କାନାଳ ଜିଲାକୁ ବ୍ୟାପିଲା ଝାଡ଼ାବାନ୍ତି। ଯାଜପୁର ଜିଲା ଏବଂ କଟକର ବାଙ୍କୀ ପରେ ଢେଙ୍କାନାଳର ଭୁବନ ବ୍ଲକ ଏବଂ ଏନଏସି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିବା ସାମ୍ନାକୁ ଆସିଛି। ଝାଡ଼ାବାନ୍ତିରେ ଭୁବନର ଜଣେ ବ୍ୟକ୍ତି ପ୍ରାଣ ହରଇଥିବା ସୂଚନା ମିଳିଛି। ମୃତକ ହେଲେ ଭୁବନ ଏନଏସି ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡର କୃପାସିନ୍ଧୁ ମଲ୍ଲିକ।
ଭୁବନରେ ୪୦ରୁ ଅଧିକ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଭୁବନ ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

Shrutilipi ad