ବାରିପଦା : ମୟୁରଭଞ୍ଜ ଜିଲ୍ଲା ଗୃହ ରକ୍ଷୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୭୦ ତା ୧୩-୦୬-୨୦୨୫ ରିଖ ଅନୁଯାୟୀ ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚାଇ ଦିଆଯାଉଅଛିକି ଶ୍ରୀମାନ ମହସମlଦେଷ୍ଟା ଗୃହରକ୍ଷୀ ବାହିନୀ, ଓଡିଶା, କଟକଙ୍କ ପତ୍ର ସଂଖ୍ୟା ୨୩୩/ତା ୦୫-୦୨-୨୦୨୫ ରିଖ ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ଥାନା ଗୁଡିକରେ ଖାଲି ପଡିଥିବା ମୋଟ ୧୭୫ ଗୋଟି ଗୃହରକ୍ଷୀ ସ୍ବେଛାସେବୀ ପଦବୀ ନିମନ୍ତେ ପୂର୍ବରୁ ଵିଜ୍ଞାପନ ସଂଖ୍ୟା ୧୦୮ ତା ୦୩-୦୩-୨୦୨୫ ରିଖରେ ଆବେଦନ ଆହ୍ୱାନ କରାଯାଇଥିଲା।
ବର୍ତମାନ ଶ୍ରୀମାନ ମହାସମାଦେଷ୍ଠା ଗୃହରକ୍ଷୀ ବାହିନୀ, ଓଡିଶା କଟକଙ୍କ ପରବର୍ତ୍ତୀ ଚିଠି ସଂଖ୍ୟା ୧୪୨୯/ତା ୧୭-୦୪-୨୦୨୫ ରିଖ ଅନୁଯାୟୀ ଓଡିଶା ସରକାରଙ୍କ ଦ୍ୱାରା ଅତିରିକ୍ତ ୧୦୫ ଗୋଟି ନୂତନ ଗୃହରକ୍ଷୀ ସ୍ବେଛାସେବୀ ପଦବୀ ପାଇଁ ମଂଜୁର କରିଥିବା ହେତୁ ପୁନର୍ବାର ଇଛୁକ ପ୍ରାର୍ଥୀ /ପ୍ରାର୍ଥୀନୀ ମାନଙ୍କ ଠାରୁ ନିର୍ଦ୍ଧରିତ ଦରଖାସ୍ତ ଫର୍ମ ‘କ ‘ ରେ (୧୭୫+୧୦୫) ସମୁଦାୟ ୨୮୦ ପଦବୀ ପାଇଁ ପୁନଃ ଦରଖାସ୍ତ ଆହ୍ୱାନ କରାଯାଉଛି ।ଵିଜ୍ଞାପନ ପତ୍ର ସଂଖ୍ୟା ୧୦୮/ଗୃହରକ୍ଷୀ, ତା -୦୩.୦୩.୨୦୨୫ ରିଖ ଅନୁଯାୟୀ ଯେଉଁମାନେ ଆବେଦନ କରିସାରିଛନ୍ତି ସେମାନେ ପୁନର୍ବାର ଆବେଦନ କରିବା ଆବଶ୍ୟକତା ନାହିଁ।ପୂର୍ବରୁ ପ୍ରାପ୍ତ ଆବେଦନ ଫର୍ମ କୁ ଚୟନ ପ୍ରକ୍ରିୟାରେ ବିବେଚନା କରାଯିବ।
ଇଛୁକ ପ୍ରାର୍ଥୀ /ପ୍ରାର୍ଥୀନୀ ମାନେ ସମଦେଷ୍ଟା, ଗୃହରକ୍ଷୀ ବାହିନୀଙ୍କ,ମୟୂରଭଞ୍ଜ କାର୍ଯ୍ୟାଳୟରେ ତା -୧୬.୦୬.୨୦୨୫ ରିଖ ଠାରୁ ତା ୨୨.୦୬.୨୦୨୫ ରିଖ ଅପରାହ୍ନ ସୁଦ୍ଧା ଆବେଦନ ଫର୍ମ ଦାଖଲ କରିବାକୁ ପଡିବ। ଠିକ ଭାବରେ ପୂରଣ ହୋଇଥିବା ଆବେଦନ ଫର୍ମ ଗୁଡିକ ସମଦେଷ୍ଟା ଗୃହରକ୍ଷୀ ବାହିନୀ କର୍ଯ୍ୟାଳୟ, ମୟୂରଭଞ୍ଜ, ଓଡିଶା, ଠିକଣାରେ ପହଞ୍ଚିବା ଆବଶ୍ୟକ। ଆବେଦନ ଫର୍ମ ଗୁଡିକ ଏହି ଜିଲ୍ଲାର ସମସ୍ତ ଥାନା, ଫାଣ୍ଡି ଓ ସମଦେଷ୍ଟା ଗୃହରକ୍ଷୀ ବାହିନୀଙ୍କ (ଆରକ୍ଷୀ ନିରୀକ୍ଷକ, ଗୃହରକ୍ଷୀ ବାହିନୀ ) କାର୍ଯ୍ୟାଳୟ ରେ ଉପଲବ୍ଧ ହେବ।
ନିଯୁକ୍ତି ପରୀକ୍ଷ। କେବେ ଏବଂ କେଉଁଠାରେ ଅନୁଷ୍ଠିତ ହେବ ତାହା ଆବେଦନକାରୀ ମାନେ ନିକଟସ୍ଥ ଥାନା, ଫାଣ୍ଡି ଏବଂ ସମଦେଷ୍ଟା ଗୃହରକ୍ଷୀ ବାହିନୀ ଆରକ୍ଷୀ ନିରୀକ୍ଷକ, ଗୃହରକ୍ଷୀ ବାହିନୀଙ୍କ, କାର୍ଯ୍ୟାଳୟ ରୁ ବୁଝିପାରିବେ। ଚୟନ ପ୍ରକ୍ରିୟା ର ସମସ୍ତ ନିୟମାବଳୀ ଦିଆଯାଇଥିବା ବିଜ୍ଞାପନ ସଂଖ୍ୟା ୧୦୮/ଗୃହରକ୍ଷୀ, ତା -୦୩. ୦୩.୨୦୨୫ ରିଖ ଅନୁଯାୟୀ ଅନୁପାଳନ କରାଯିବ।
୨୮୦ ଗୋଟି ଖାଲି ପଦବୀ ପାଇଁ ଦରଖାସ୍ତ ଆବେଦନ କରିବାର ଆରମ୍ଭ ତାରିଖ ୧୬-୦୬-୨୦୨୫ ଥିବାବେଳେ ଆବେଦନର ଶେଷ ତାରିଖ ତା ୨୨-୦୬-୨୦୨୫ ରିଖ ରହିଛି। ଏହାର ସମସ୍ତ ବିବରଣୀ mayurbhanj. odisha.gov.in ରେ ଉପଲବ୍ଧ ହେବ। ଚୟନ ପ୍ରକ୍ରିୟାର ତାରିଖ ଏବଂ ବିବରଣୀ ଖୁବ ଶୀଘ୍ର mayurbhanj.odisha. gov. in ରେ ଉପଲବ୍ଧ ହେବ ବୋଲି ସମାଦେଷ୍ଠା, ଗୃହରକ୍ଷୀ ବାହିନୀ, ମୟୁରଭଞ୍ଜଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

