1

୩ ଦିନିଆ ଅମ୍ବିକା ସାହି “ରଜ ମଉଜ”ର ପ୍ରଥମ ସନ୍ଧ୍ୟା

ରାଜ୍ୟ
ବାରିପଦା : ସ୍ଥାନୀୟ ଅମ୍ବିକା ସାହି ସ୍ଥିତ ଶିଶୁ ଉଦ୍ୟାନ ପରିସରରେ ୩ ଦିନିଆ ୧୩ ତମ “ରଜ ମଉଜ” ଉତ୍ସବର ୧ମ ସନ୍ଧ୍ୟାରେ ବିଭିନ୍ନ ବର୍ଗର ପିଲାମାନଙ୍କ ମଧ୍ୟରେ ନୃତ୍ୟଗୀତ, ମ୍ୟୁଜିକ ଚେୟାର, ସ୍କିପିଙ୍ଗ ଓ ପୁଚି ଖେଳ ଅନୁଷ୍ଠିତ ହୋଇଥିଲା । ପିତାମାତାଙ୍କ ସମେତ ବହୁ ସଂଖ୍ୟାରେ କୁନିକୁନି ପ୍ରତିଭା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବେଶ ଉପଭୋଗ କରିଥିଲେ । ଗୁରୁକୁଳ ଡ୍ୟାନ୍ସ ଏଣ୍ଡ ଭିଜୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବର ୧ମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ବାରିପଦା ବିଧାୟକ ପ୍ରକାଶ ସୋରେନ ବାରିପଦା ସହରରେ ଏଭଳି ନିଆରା ଢଙ୍ଗରେ ରଜ ଉତ୍ସବ ପାଳନ କରାଯାଉଥିବାରୁ ଆୟୋଜକଙ୍କୁ ବେଶ ପ୍ରଶଂସା କରିଥିଲେ ।
ପୂର୍ବତନ ଉପ ନଗରପାଳ ତଥା ବିଶିଷ୍ଟ ସମାଜସେବୀ ଜୀତେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ କଳିଙ୍ଗ କେଶରୀ ଜେନା, ଏମ ପି ସି ମହାବିଦ୍ୟାଳୟର ପୂର୍ବତନ ସଭାପତି ତଥା ସାମ୍ବାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ବାଙ୍ଗିରିପୋଷି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡଃ ପୁଷ୍ପା ପାତ୍ର ଓ ବରିଷ୍ଠ ସଦସ୍ୟ ଆଇନଜୀବୀ ସତ୍ୟ ସ୍ୱରୂପ ଦାଶ ପ୍ରମୁଖ ଉପସ୍ଥିତ ରହି କୁନିକୁନି ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ କମିଟି ତରଫରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଆୟୋଜକ ତଥା ନିର୍ଦ୍ଦେଶକ ଲିଟନ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Shrutilipi ad