Photo for the news of society president

ସେବା ସମବାୟ ସମିତି ସଭାପତିଙ୍କ ବିୟୋଗ

ରାଜ୍ୟ

ଆଗରପଡ଼ା  : ରାମକୃଷ୍ଣପୁର ସେବା ସମବାୟ ସମିତି ସଭାପତି ଭକ୍ତିପଦ ସାମଲଙ୍କ ୩୮ ବର୍ଷ ବୟସରେ ହୃଦାଘାତ ଯୋଗୁଁ ବିୟୋଗ ଘଟିଛି । ଗତ କିଛିଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ଓ ଭୁବନେଶ୍ୱରସ୍ଥିତ ଘରୋଇ ମେଡିକାଲରେ ଚିକିତ୍ସା କରାଯାଇଥିଲା । ମାତ୍ର ଅବସ୍ଥା ଗମ୍ଭିର ଥିବାରୁ କୋଲକତାସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଥିଲା । ସେଠାରେ ତାଙ୍କର ବିୟୋଗ ଘଟିଥିଲା ।

ଜିଲ୍ଲା ଏଆର ପ୍ରଦୀପ ସେଠୀ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି,ରଂଜନ ସାହୁ, ବସନ୍ତ ବେହେରା, ସରପଂଚ ହିରେନ୍ଦ୍ର ଖିଲାର,ଗିରିଧାରୀ ସାହୁ,ଆଇନଜୀବୀ ଶତୃଘ୍ନ ଖିଲାର, ବିଷ୍ଣୁମୋହନ ମୁଦୁଲି, ମହେଶ୍ୱର ସେଠୀ, ଗୋକୁଳାନନ୍ଦ ଖିଲାର,ମହେନ୍ଦ୍ର ସାହୁ ପ୍ରମୁଖ ବହୁ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ ।ତାଙ୍କ ବିୟୋଗ ବେଳକୁ ପତ୍ନୀ, ୮ବର୍ଷ ର ଝିଅ,୨ ମାସର ପୁଅ ସମେତ ଅନ୍ୟାନ୍ୟ ଜ୍ଞାତି କୁଟୁମ୍ବ ମାନେ ଉପସ୍ଥିତ ଥିଲେ । ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Shrutilipi ad