ଭ୧୧

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ

ରାଜ୍ୟ
ବାରିପଦା  :  ଆଜି  ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ତା’ଙ୍କ କରକମଳରେ ବାରିପଦା ସହରରେ ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।  ଏହି ଅବସରରେ ମନ୍ତୀ କହିଥିଲେ ଯେ ବାରିପଦା ସହରବାସୀଙ୍କ ପାଇଁ ଏଗୁଡିକର ଅତ୍ୟନ୍ତ ଆବଶ୍ୟକତା ଥିବାରୁ ଏହି ପ୍ରକଳ୍ପକାର୍ଯ୍ୟ ଗୁଡିକ ହାତକୁ ନିଆଯାଇଛି। ଯେପରିକି ସହର ରେ ବର୍ଷା ଜଳ ନିଷ୍କାସନକୁ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରମ କାର୍ଯ୍ୟାଳୟ ନିକଟ, ତୁଳସୀ ଚଉରା,ଷ୍ଟେସନ ବନ୍ଧ ନିକଟ, ଦୋଳି ପଡିଆ ଏବଂ ଭଂଜପୁର ଷ୍ଟେସନ ନିକଟରେ ନାଳ ନିର୍ମାଣ ଓ ଶବ ସତ୍କାର ପାଇଁ ଦାରୋଗାଡାହି, ବାରୁଣୀ ଓ ବେଲଗଡିଆ ଠାରେ ଶ୍ମଶାନ ନିର୍ମାଣ କରାଯିବ। ୧୦ କୋଟି ୫୦ ଲକ୍ଷରୁ ଉର୍ଦ୍ଧ ମୂଲ୍ୟର ଏହି ୮ ଗୋଟି ପ୍ରକଳ୍ପର ଆଜି ଶିଳାନ୍ୟାସ କରାଗଲା।  ଖୁବ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
ଏହାପରେ ମନ୍ତ୍ରୀ ବାରିପଦା ପୌରପାଳିକା କଲ୍ୟାଣ ମଣ୍ଡପ ଠାରେ ବାରିପଦା ସହରର ବିଭିନ୍ନ ୱାର୍ଡ ର ଅତ୍ୟନ୍ତ ଗରିବ ଶ୍ରେଣୀ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ  ୯୩ ଜଣ ହିତାଧିକାରୀକାରୀଙ୍କୁ କାର୍ଯ୍ୟା ଦେଶ ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ବାରିପଦା ପୌର ପାଳିକାର ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଭିନ୍ନ ୱାର୍ଡର କାଉନସିଲର ମାନେ ଉପସ୍ଥିତ ଥିଲେ।
ବାରିପଦା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Shrutilipi ad