Img 20250611 wa0240

ମୟୂରଭଞ୍ଜ ପ୍ରାଣୀଚିକିତ୍ସା ବିଭାଗ ଦ୍ଵାରା ବିଭିନ୍ନ ଯୋଜନାର ସଫଳ ରୂପାୟନ

ରାଜ୍ୟ
ବାରିପଦା- ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ମୟୂରଭଞ୍ଜ ପ୍ରାଣୀପାଳନ ବିଭାଗଦ୍ଵାରା ବିଭିନ୍ନ ତଥା ରାଜ୍ୟ ଓ ଓମବାଡିସି ଯୋଜନା ମାଧ୍ୟମରେ ଜିଲ୍ଲାରେ ମୋଟ ୭୧୦ଜଣ ଚାଷୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ କୁକୁଡା ପାଳନ ମାଧ୍ୟମରେ ଜିଲ୍ଲାର କୁକୁଟ ସଂଖ୍ୟାରେ ମୋଟ ୫ ଲକ୍ଷ୧୯ ହଜାର ୫୦୦ ଶହ ବୃଦ୍ଧି କରାଯାଇପାରିଛି । ଏହା ଜିଲ୍ଲାର ମାଂସ ଉତ୍ପାଦନରେ ଚଳିତ ବର୍ଷ ୭୮୦ ମେଟ୍ରିକ ଟନ ବୃଦ୍ଧି ପାଇ ଚାଷୀଙ୍କ ଉନ୍ନତିରେ ସହଯୋଗ କରିଅଛି । ସେହିପରି ଛେଳି ପାଳନରେ ମୋଟ ୨୮୭ ଜଣ ଚାଷୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ କୁ ୪୩୯୬ ଗୋଟି ମାଈଛେଳି ଓ ବୋଦା ପ୍ରଦାନ କରି ମୋଟ ୪୦୫୦ ମାଈଛେଳି ମାନଙ୍କ ପ୍ରଜନନ ଦ୍ଵାରା ୬୭୫୦ ଛୁଆ ଛେଳି ଉତ୍ପାଦନ ହୋଇଛି । ଏହି ଛେଳି ମାନଙ୍କ ମଧ୍ୟରୁ ଉପଯୁକ୍ତ ୩୨୫୦ ଅଣ୍ଡିରା ଛେଳି ମାଂସ ପାଇଁ  ଆଠ(୮) ମାସ ପରେ ପ୍ରାୟ ୬୫ କ୍ଵିଣ୍ଟାଲ ମାଂସ ଉତ୍ପାଦନ କରାଯାଇପାରିଛି । ସେହିପରି ଧଳାଘୂଷୁରି ପାଳନ ରେ ଜିଲ୍ଲାର ୪୦ ଜଣ ଚାଷୀଙ୍କୁ ୩୬୦ ଗୋଟି ମାଈ ଧଳାଘୂଷୁରି ପାଳନ କରି ୭୦ ମେଟ୍ରିକ ଟନ ମାଂସ ରାଜ୍ୟ ବାହାରକୁ ପଠାଯାଇଛି । ଜିଲ୍ଲାର ୨୦୨୧ ଜଣ ଗରିବ ଚାଷୀଙ୍କୁ ବାଡିଅଗଣାରେ କୁକୁଡା ଓ ବତକ ପାଳନ ପାଇଁ ୯୧୭୬୦ ଗୋଟି କୁକୁଡା ଓ ବତକ ଯୋଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରେ ଚଳିତ ବର୍ଷ ୧୬୦ ଚାଷୀ ଗୋମହିଁଷlଦି ପାଳନ କରି ମୋଟ୧୪୯ ଗୋଟି ଊନତ ଧରଣର ଗୋମହିଷଦି ରାଜ୍ୟ ବାହାରୁ ଆଣି ସ୍ବାବଲମ୍ବୀ ହୋଇପାରିଛନ୍ତି। ସେହିପରି ମାଈ ବାଛୁରି ପାଳନ ଯୋଜନା ରେ ୧୯୩ ଜଣ ଚାଷୀଙ୍କର ୨୦୦ ମାଈ ବାଛୁରି ଙ୍କୁ ୫୦ ପ୍ରତିଶତ ରିହାତି ରେ ବାଛୁରି ଦାନା ଯୋଗାଇ ଦିଅଯାଇଛି । ଜିଲ୍ଲାରେ ଖରିଫ ଓ ରବି ଋତୁରେ ୫୦୩୯ ଚାଷୀଙ୍କୁ ମୋଟ ୭୮୨୮ ଘାସବିହନ ପୂଡିଆ ଯୋଗାଇ ଦେଇ୧୯୫୭ ଏକର ଜମିରେ ଚାଷ କରାଯାଇ ୧୨୨ଟନ ସବୁଜ ଗୋଖାଦ୍ୟ ଅମଳ କରାଯାଇଅଛି। ରାଷ୍ଟ୍ରୀୟ ଗୋକୁଳ ମିଶନ ଜରିଆରେ ଜିଲ୍ଲାରେ ମୋଟ ୯୬୦ ଜଣ ଚାଷୀଙ୍କୁ ୯୬୦ ଗୋଟି ଉନ୍ନତ ଧରଣର ଦୁଧିଆଳି ଗାଈ ଯୋଗାଇ ଦିଅଯାଇଛି ଓ ଆଗକୁ୨୦୪୦  ଜଣ ଚାଷୀଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ଅଛି ଯାହାକି ଜିଲ୍ଲାର ଦୁଗ୍ଧ ଉତ୍ପାଦନ ବୃଦ୍ଧିପାଇବା ସହ ଚାଷୀମାନେ ଉପକୃତ ହୋଇପାରିବେ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଭୂତ ଗୋ ବୀମା ଯୋଜନା ରେ ଚଳିତ ବର୍ଷ ୧୩୩୭୭ ଗୋମହିଷଦି ଙ୍କର  ବୀମା ୮୫ ପ୍ରତିଶତ ରିହାତିରେ କରାଯାଉଅଛି। ୨୦୨୫-୨୬  ଆର୍ଥିକ ବର୍ଷରେ ଜିଲ୍ଲାରେ  ଗୋମହିଁଷlଦି , କୁକୁଡା, ଛେଳି ,ଘୁଷୁରି ପାଳନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି।  ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ପ୍ରାଣୀସମ୍ପଦ ବିଭାଗ ସବୁବେଳେ ଚେଷ୍ଟିତ ।
Shrutilipi ad