Img 20250612 wa0272

ବିପୁଳ ପରିମାଣର ମହୁଲ ଫୁଲ ଜବତ, ଜଣେ ଗିରଫ

ରାଜ୍ୟ
ବାରିପଦା : ମୟୂରଭଂଜ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ  ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ  ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣ୍ଡିଦା ଗ୍ରାମରେ ଚଢ଼ାଉ କରାଯାଇ ୨୨୫୦ କିଲୋଗ୍ରାମ ମହୁଲ ଫୁଲ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଗଣ୍ଡିଦା ଗ୍ରାମର କବିତା ମହନ୍ତଙ୍କୁ ଗିରଫ କରାଯାଇଛି l ଜବତ ହୋଇଥିବା ମହୁଲ ଫୁଲର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ସବର, ଶୁକୃଳି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ  କୃଷ୍ଣଚନ୍ଦ୍ର ବିନ୍ଧାଣି, କନେଷ୍ଟବଳ ଦିଲ୍ଲୀପ ଜେନା, ଅରୁଣ କୁମାର ମୁଦୁଲି, ସୁରେନ୍ଦ୍ର ସୋରେନ, କାଶୀନାଥ ସୋରେନ, ମହେନ୍ଦ୍ର କୁମାର ପୃଷ୍ଟି, ମକରା ସର୍ଦ୍ଦାର, ସୁଜ୍ଞାନ ଶେଖର ମହାକୁଡ଼, ଚୂଡ଼ାମଣି ସିଂ ପ୍ରଭୃତି ସାମିଲ ଥିଲେ । ଏ ନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ କେସ ନଂ: ୪୭/୨୦୨୫-୨୬ ମୂଳେ ମାମଲା ରୁଜୁ କରାଯାଇଛି l
Shrutilipi ad