Img 20250611 wa0237

ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଫଳତା

ରାଜ୍ୟ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର କୃଷି ବିଭାଗରେ 2024-25 ଆର୍ଥିକ ବର୍ଷରେ ଖରିଫ ଋତୁରେ 4,22,280 ହେକ୍ଟର ଜମିରେ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ଏବଂ 4,21,968.60 ହେକ୍ଟର ଜମିରେ ଚାଷ ହୋଇଥିଲା I ସେହିପିର ରବି ଋତୁରେ 1,11,530 ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ଏବଂ 1,18,279.20 ହେକ୍ଟର ଜମିରେ ଚାଷ ହୋଇଥିଲା I 2024-25 ଆର୍ଥିକ ବର୍ଷରେ ଧାନ 9400 କୁଇଣ୍ଟାଲ, ମୁଗ 4120.60 କୁଇଣ୍ଟାଲ, ବିରି 1517.20 କୁଇଣ୍ଟାଲ, ବୁଟ 3202.80 କୁଇଣ୍ଟାଲ, ଚିନାବାଦାମ 1471.50 କୁଇଣ୍ଟାଲ, ସୂର୍ଯ୍ୟମୁଖୀ 26.25 କୁଇଣ୍ଟାଲ, ଖସା 38.18 କୁଇଣ୍ଟାଲ ଏବଂ ମସୁର 750 କୁଇଣ୍ଟାଲ ବିହନ ରିହାତି ମୁଲ୍ୟରେ ଚ଼ାଷୀମାନଙ୍କୁ ଯୋଗାଇ ଦିଆଯାଇଥିଲା I ଭାରତ ସରକାରଙ୍କର ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଯୋଜନା ଅନୁଯାୟୀ ପ୍ରତ୍ୟେକ ବ୍ଳକରୁ ବଛାଯାଇଥିବା ସମସ୍ତ ଜମିର ମୃତ୍ତିକା ପରୀକ୍ଷା କରିବା ପାଇଁ ନମୁନା ମାଟି ସଂଗ୍ରହ କରାଯାଇଥିଲା I ସର୍ବମୋଟ 25,000 ମାଟି ନମୁନା ଆମର ପରୀକ୍ଷାଗାରରେ ପରୀକ୍ଷା ନିମନ୍ତେ ଆସିଅଛି I ଯାହାର ପରୀକ୍ଷା ପରେ ପରେ ତୁରନ୍ତ କାର୍ଡ ହିତାଧିକାରୀଙ୍କ ଯୋଗାଇ ଦିଆଯାଇଥିଲା I ବିଭିନ୍ନ ଯୋଜନା ମାଧ୍ୟମରେ ପାଖାପାଖି 74,425 ହେକ୍ଟର ଜମିରେ ମାଣ୍ଡିଆ, ଚିନାବାଦାମ, ଖସା, ସୋରିଷ, ମୁଗ ଏବଂ ବିରି ଇତ୍ୟାଦି ଫସଲର କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଆମ ଜିଲ୍ଲାରେ କରାଯାଇଥିଲା ଏବଂ ଏତଦ୍ଵାରା ପାଖାପାଖି 65,000 ଚାଷି ଉପକୃତ ହେଇଥିଲେ I

ବିଗତ ବର୍ଷ ଆମ ଜିଲ୍ଲାରେ TDCC ମାଧ୍ୟମରେ 18675 କୁଇଣ୍ଟାଲ ମାଣ୍ଡିଆ ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟରେ ସରକାର 3064 ଜଣ ଚାଷୀଙ୍କ ଠାରୁ କ୍ରୟ କରାଯାଇଥିଲା I ପାଖାପାଖି 198 ଗୋଟି ପ୍ରକ୍ରିୟା କରଣ ଇଉନିଟ ଯଥା ଡାଲି ମିଲ, ତେଲ ମିଲ, ମାଣ୍ଡିଆ ଥ୍ରେସର ଇତ୍ୟାଦି ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠିଙ୍କୁ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଅଛି I ଗତ ରବି ଋତୁରେ 305.90 କୁଇଣ୍ଟାଲ ଚିନାବାଦାମ ଏବଂ 33.50 କୁଇଣ୍ଟାଲ ମୁଗ PSS ଜରିଆରେ ସର୍ବ ନିମ୍ନ ସହାୟକ ମୂଲ୍ୟରେ ସରକାର କ୍ରୟ କରିଥିଲେ I ମୂଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ 185 ଜଣ ଉଦ୍ୟୋଗୀଙ୍କୁ Go-ahead ଦିଆଯାଇଅଛି I ରିହାତି ମୂଲ୍ୟରେ ଏ ଯାବତ 576 ଟ୍ରାକଟର, 905 ପାଓ୍ବାରଟିଲର, 422 ରୋଟାଭେଟର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତିକୁ ମିଶାଇ ସର୍ବମୋଟ 3570 ଗୋଟି କୃଷି ଯନ୍ତ୍ରପାତି ବିଭିନ୍ନ ଚାଷୀଙ୍କୁ ଯୋଗାଇ ଦିଆଯାଇଅଛି I PMFBY ଯୋଜନା ମାଧ୍ୟମରେ ଖରିଫ 2024 ଋତୁରେ 5,08,083 ଜଣ ଚାଷି ପଞ୍ଜିକୃତ ହୋଇଛନ୍ତି ଏବଂ 54273.29212 ହେକ୍ଟର ଜମି ବୀମିତ ହୋଇଅଛି ଓ ରବି 2024-25 ଋତୁରେ 3433 ଜଣ ଚାଷି ପଞ୍ଜିକୃତ ହୋଇଛନ୍ତି ଏବଂ 513.94953 ହେକ୍ଟର ଜମି ବୀମିତ ହୋଇଅଛି I ଆମ ଜିଲ୍ଲାରେ 2,23,791 ଜଣ ଚାଷୀ ଚଳିତ ବର୍ଷ PM-KISAN ଯୋଜନାରେ ପାଖାପାଖି 44.75 କୋଟି ଟଙ୍କା ସହାୟତା ରାଶି ପାଇଛନ୍ତି ଏବଂ CM-KISAN ମାଧ୍ୟମରେ 2,32,589 ଜଣ ଚାଷୀ 46.51 କୋଟି ଟଙ୍କା ସହାୟତା ରାଶି ପାଇଛନ୍ତି I

Shrutilipi ad