ବାରିପଦା : ଆଜି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତୃପକ୍ଷଙ୍କ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମ ସମ୍ୱନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି |
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ୱର ସହଯୋଗରେ ଆସନ୍ତା ତା ୧୮.୦୬.୨୦୨୫ ରିଖରେ ଜିଲ୍ଲାର ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ଓ ପୌରପରିଷଦରେ ହେବାକୁ ଥିବା ଟେବୁଲ ଟପ ଏକ୍ସରସାଇଜ ଓ ତା ୧୯.୦୬.୨୦୨୫ ରିଖ ରେ ଜିଲ୍ଲାରେ ଥିବା ୧୦ ଗୋଟି ବହୁମୁଖି ବନ୍ୟା ଆଶ୍ରୟସ୍ଥଳୀରେ ହେବାକୁ ଥିବା ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକରେ ଡି ପି ଓ ଜଗବନ୍ଧୁ ମହାନ୍ତି ସ୍ବାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ ଆଜିର ପ୍ରସ୍ତୁତି ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଜରୁରୀ କାଳୀନ ପରିଚାଳନା ଅଧିକାରୀ ଶ୍ରୀମତୀ ଶ୍ରଦ୍ଧା ସୁମନ ଆସନ୍ତା ତା ୧୮.୦୬.୨୦୨୫ ରିଖରେ ଜିଲ୍ଲାର ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ଓ ପୌରପରିଷଦରେ ହେବାକୁ ଥିବା ଟେବୁଲ ଟପ ଏକ୍ସରସାଇଜ ଓ ତା ୧୯.୦୬.୨୦୨୫ ରିଖ ରେ ଜିଲ୍ଲାରେ ଥିବା ୧୦ ଗୋଟି ବହୁମୁଖି ବନ୍ୟା ଆଶ୍ରୟସ୍ଥଳୀରେ ହେବାକୁ ଥିବା ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ବ୍ଲକ, ଗ୍ରାମପଞ୍ଚାୟତ, ସ୍ଵେଚ୍ଛାସେବୀ ସଂଗଠନ ଓ ଲୋକ ପ୍ରତିନିଧି ମାନଂକ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଏହା କିଭଳି ସମସ୍ତଙ୍କ ସହଯୋଗରେ ସଫଳ ରୂପାୟନ ହୋଇ ପାରିବ ତାର ସୂଚନା ଦେଇଥିଲେ। ଏଥି ସହିତ ଅଗ୍ନିଶମ ବିଭାଗ ତା ୧୮.୦୬.୨୦୨୫ ରିଖ ପୂର୍ବରୁ ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ଥିବା ଉପକରଣ ଗୁଡିକର ଉପଯୁକ୍ତ ପରୀକ୍ଷା କରି ତାର ରିପୋର୍ଟ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଏତଦବ୍ୟତୀତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମ ସରକାରଙ୍କ ଏସ ଓ ପି ଅନୁସାରେ କରିବାକୁ କହିଥିଲେ।
ସାମାଜିକ କର୍ମୀ ଶ୍ରୀ ବିବେକାନନ୍ଦ ପଟ୍ଟନାୟକ ବନ୍ୟା ଆଶ୍ରୟସ୍ଥଳୀଗୁଡିକୁ ସମୟପୋଯୋଗୀ କରାଯିବା ସହିତ ତାର ସୁରକ୍ଷା ଓ ଉପକରଣଗୁଡ଼ିକର ନିୟମିତ ଯାଞ୍ଚ ସହିତ ସୌରଶକ୍ତି ସୁବିଧା ଉପଲବ୍ଧ କରିବାକୁ ଅନୁରୋଧ କରିଥିଲେ ଓ ତତ୍ ସହିତ ବିପର୍ଯ୍ୟୟ ପରିଚାଳନା କିଭଳି ଭଲ ଭାବରେ ହୋଇ ପାରିବ ସେଥି ନିମନ୍ତେ କେତେ ଗୁଡ଼ିଏ ମୂଲ୍ୟବାନ ପରାମର୍ଶ ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ଏହା କିଭଳି ସୁସଂଗଠିତ, ଗୁଣାତ୍ମକ ହୋଇ ପାରିବ ଓ ଏହା ଦ୍ଵାରା କିଭଳି ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ପାରିବ ତାହା ବୁଝାଇ ଥିଲେ। ବିଗତ ଦିନରେ ବିପର୍ଯ୍ୟୟ ପରିଚାଳନାରେ ଯେଉଁ ସବୁ ପ୍ରତିବନ୍ଧକ ଥିଲା ତାର ସମୀକ୍ଷା କରିବା ସହିତ ଏହି ଭଳି ଅଭ୍ୟାସ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସେସବୁର ସମାଧାନ କରି କରି ଆଗକୁ ବଢ଼ି ପାରିବା ବୋଲି କହିଥିଲେ। ଏକ ମୁକ୍ତ ଆଲୋଚନା ମାଧ୍ୟମରେ ଉପସ୍ଥିତ ଅଧିକାରୀଗଣ, ସ୍ଵେଚ୍ଛାସବୀ ସଙ୍ଗଠନର ପ୍ରତିନିଧି, ସମସ୍ତ ବନ୍ୟା ଆଶ୍ରୟସ୍ଥଳୀର ସଚିବ ଓ ସଭାପତି ଅଂଶ ଗ୍ରହଣ କରି ନିଜ ନିଜର ମତ ପ୍ରକାଶ କରିଥିଲେ। ଶେଷରେ ଡି ପି ଓ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

