- ଜନପ୍ରତିନିଧି କୁନି ସର୍ଦାର ଙ୍କ ଷଷ୍ଠ ଥର ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ
ବାରିପଦା- କେନ୍ଦ୍ର ସରକାର ଡିଜିଟାଲ ଭାରତ ନିର୍ମାଣ ସ୍ବପ୍ନ ଦେଖିଥିବା ବେଳେ ବାମନ ଘାଟି ଉପଖଣ୍ଡ ଵିଜାତଳା ବ୍ଲକ ଅନ୍ତର୍ଗତ ବଣ ପାହାଡ ଘେରା ଚଢେଇପାହାଡି ପଞ୍ଚାୟତ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସ୍ବାଧୀନତା ର 77 ବର୍ଷ ପରେ ମଧ୍ୟ ନେଟୱର୍କ ଅପହଞ୍ଚ । ଅଂଚଳ ବାସୀଙ୍କ ବହୁ ଦାବି ପରେ ଵିଏସ ଏନ୍ ଏବଂ ମୋବାଇଲ ଟାଓ୍ଵାର ଵସିଲା ହେଲେ ନେଟଓ୍ବାର୍କ ଫେଲ ।ଚଢେଇପାହାଡି ରେ ବିଏସନାଲ୍ ଟାୱାର ଅଛି କିନ୍ତୁ ଡିଜିଟାଲ ସେବା ପାଇଁ ଉପଯୋଗୀ ହୋଇପାରୁନାହିଁ। ଚଢେଇପାହାଡି ପଞ୍ଚାୟତ ର 22ଟି ଗାଁ ର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।ପଂଚାୟତ କାର୍ଯ୍ୟାଳୟ ରେ ନେଟୱର୍କ ଅପହଞ୍ଚ ଥିବାରୁ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟାନୂୟନ ବାଧାପ୍ରାପ୍ତ ହେଉଛି। ଫୋନ ରେ କଥା ହେବା ପାଇଁ ଟାଣଖରା ରେ କିମ୍ବା ଗଛ ଉପରେ ଚଢ଼ି କଥା ବାର୍ତ୍ତା ହୁଅନ୍ତି ଚଢ଼େଇ ପାହାଡି ପଂଚାୟତବାସୀ।ଚଢ଼େଇ ପାହାଡି ପଞ୍ଚାୟତ ଲୋକମାନେ ଯେପରି ମୈଳିକ ସୁବିଧା ପାଇପାରିବେ, ସେଥିପାଇଁ ଏଠାକାର ସମିତି ସଭ୍ୟା କୁନି ସର୍ଦାର ଅଣ୍ଟା ଭିଡିଛନ୍ତି । ଏହି ଅଞ୍ଚଳ ର ବିଭିନ୍ନ ସମସ୍ୟା ର ସମାଧାନ ଅନେକ ଥର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅବଗତ କରିଛନ୍ତି। ବର୍ତ୍ତମାନ ଡିଜିଟାଲ ସେବା ଯୁଗରେ ଅଞ୍ଚଳବାସୀ ମାନେ ଯେପରି ଡିଜିଟାଲ ସେବା ପାଇ ପାରିବେ ସେଥିପାଇଁ କୁନି ସର୍ଦାର ନିର୍ବାଚନ ହେବା ପରେ ପରେ ହଁ ଉଦ୍ୟମ ଆରମ୍ଭ କରିଥିଲେ। ସେ ଅଞ୍ଚଳବାସୀ ମାନଙ୍କ ସହିତ ବହୁବାର ଜିଲ୍ଲାପାଳ ଙ୍କୁ ଦାବି କରିଆସୁଛନ୍ତି l ଆଜି କୁ ମିଶି ଛଅ ଥର ଜିଲ୍ଲାପାଳ ଙ୍କୁ ନେଟୱର୍କ ବିଷୟରେ ଦାବି ପ୍ରଦାନ କରିଛନ୍ତି l ଯେତେ ଦିନ ପର୍ଯ୍ଯନ୍ତ ଡିଜିଟାଲ ସେବା ପଂଚାୟତ ବାସୀ ପାଇବେ ନାହିଁ କୁନି ସର୍ଦାର ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି lଏଥି ନେଇ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଙ୍କୁ ଭେଟି ଲିଖିତ ଦାବିପତ୍ର ଦେବାସହ ଶିଘ୍ର ପଦକ୍ଷେପ ନେବାପାଇଁ ଅନୁରୋଧ କରିଥିଲେ ।

