Wer

ବିଶ୍ୱ ରକ୍ତଦାତା ଦିବସରେ ସମ୍ବର୍ଦ୍ଧିତ ହେବେ ରକ୍ତଦାତା 

ରାଜ୍ୟ
ବାରିପଦା : କୁହାଯାଏ ରକ୍ତ ପାଉଥିବା ବ୍ୟକ୍ତିଙ୍କ ଠାରୁ ରକ୍ତଦାନ କରୁଥିବା ବ୍ୟକ୍ତିଜଣକ ଅଧିକ ଭାଗ୍ୟବାନ I ତେଣୁ ସେ ନିଜକୁ ଭାଗ୍ୟବାନ ମଣିବା ଉଚିତ ଯେ ସେ ସୁସ୍ଥଥିବାରୁ ରକ୍ତଦାନ କରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇ ପାରନ୍ତି I ସେହିପରି ଜଣେ ଗରିବ ଲୋକ ଅନ୍ୟମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ବଡ଼ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇପାରବେ ମାତ୍ର ଜଣେ ଧନୀ ବ୍ୟକ୍ତିଙ୍କର ରକ୍ତ ଦରକାର ହେଲେ ଜଣେ ରକ୍ତ ଦେଲେ ଯାଇ ତାଙ୍କ ଜୀବନ ବଂଚିପାରିବ I ତେଣୁ ସେହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ଜୁନ ୧୪ ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ରୂପେ ପାଳନ କରାଯାଏ I ଚଳିତ ବର୍ଷ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ତରଫରୁ ୩୦ ବା ତହିଁରୁ ଅଧିକ ଏବଂ ନେଗେଟିଭ ଗ୍ରୁପରେ ୧୦ ବା ତହିଁରୁ ଅଧିକ ଥର ରକ୍ତଦାନ କରିଥିବା ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ଭାବେ ଜୁନ ୧୪ ତାରିଖ ଦିନ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବାରିପଦା ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ ଜଣାଇଛନ୍ତି I ତେଣୁ ଉପଯୁକ୍ତ ରକ୍ତଦାତା ୯୪୩୮୭୦୯୪୪୫ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ I
Shrutilipi ad