Rrw

ସର୍ପ ଦଂଶନରେ ଚାଲିଗଲା ଶିଶୁର ଜୀବନ

ରାଜ୍ୟ

ଆଗରପଡ଼ା :ଆଗରପଡ଼ା ଥାନା ଅନ୍ତର୍ଗତ କାଦବରାଙ୍ଗ ପଂଚାୟତ ବନ୍ତଳା ଗ୍ରାମରେ ନାଗସାପ ଚୋଟରେ ଏକ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି । ସୂଚନାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ପ୍ରତୀପ ପ୍ରଧାନ ସପରିବାର ଶ୍ୱଶୁର ଘର ସେଣ୍ଢତିରାକୁ ଯାଇଥିଲେ । ଗତକାଲି ଉକ୍ତ ଶିଶୁ ପୁତ୍ର ଅନ୍ୟ ପିଲାମାନଙ୍କ ସାଙ୍ଗରେ ବାଡ଼ିରେ ଖେଳୁଥିବା ସମୟରେ ହଠାତ୍ ପ୍ରାୟ ୪ଫୁଟ ଲମ୍ବର ଏକ ନାଗସାପ ଗୋଟିଏ ବଡ ବେଙ୍ଗକୁ ଗିଳୁଥିବା ସମୟରେ ସାମ୍ନାରେ ଉକ୍ତ ଶିଶୁ ପୁତ୍ରକୁ ଦେଖି ଭୟଭୀତ ହୋଇ ବେଙ୍ଗକୁ ଛାଡ଼ି ଶିଶୁର ଅଣ୍ଟାକୁ ଚୋଟ ମାରିଥିଲା । ଅନ୍ୟ ପିଲାମାନେ ଏହା ଦେଖି ତାଙ୍କ ଘର ଲୋକଙ୍କୁ ଡାକିଥିଲେ । ଅଚେତ ଅବସ୍ଥାରେ ଶିଶୁକୁ ପରିବାର ଲୋକେ ତୁରନ୍ତ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ନେଇ ଆସିଥିଲେ । ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ ।ପରେ ଗ୍ରାମବାସୀମାନେ ଜାଲ ପକାଇ ନାଗସାପକୁ ଧରି ସ୍ନେକ ହେଲ୍ପ ଲାଇନ କୁ ହସ୍ତାନ୍ତର କରିଥିଲେ । ଶିଶୁ ପୁତ୍ରର ଅକାଳ ମୃତ୍ୟୁରେ ଉକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Shrutilipi ad