ବାରିପଦା – ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ଭାରତୀୟ ମଜଦୁର ସଂଘର ୧୪୭ତମ କାର୍ଯ୍ଯକାରିଣୀ ସଭାପତି ବାଦଲ କୁମାର ମହାରଣାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକକୁ ସାଧାରଣ ସମ୍ପାଦକ ଶ୍ରୀ ପୁଥ୍ବୀରାଜ ପଣ୍ଡା ସଂଚାଳନ କରୁଥିବା ବେଳେ ଅଖିଳ ଭାରତୀୟ ସହସଂଗଠନ ସମ୍ପାଦକ ଶ୍ରୀ ଗଣେଶ ପ୍ରସାଦ ମିଶ୍ର ସମ୍ପୂର୍ଣ୍ଣ ସମୟ ରହି ମାର୍ଗଦର୍ଶନ କରିଥିଲେ l ଏହି ବୈଠକରେ ଓଡିଶା ରାଜ୍ଯର ସମସ୍ତ ଜିଲ୍ଲାରୁ ସଭାପତି, ଉପସଭାପତି, ସମ୍ପାଦକ, କୋଷାଧ୍ଯକ୍ଷ ଓ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯସଦସ୍ଯା ଯୋଗ ଦେଇଥିଲେ l ପ୍ରାରମ୍ଭରେ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଶ୍ରୀ ନିଗମାନନ୍ଦ ପଟ୍ଟନାୟକ ସମସ୍ତ ରାଜ୍ଯ କାର୍ଯ୍ଯକର୍ତ୍ତାକୁ ସ୍ବାଗତ ଓ ସମ୍ଭର୍ନ୍ଧନା କରିଥିଲେ l ଗତ ୭ ଓ ୮ ତାରିଖ ଦୁଇଦିନ ଧରି ଚାଲୁଥିବା ଏହି କାର୍ଯ୍ଯକ୍ରମରେ ରାଜ୍ଯର ଶ୍ରମିକମାନଙ୍କର କଲ୍ଯାଣ ପାଇଁ ଚର୍ଚ୍ଚା ଆଲୋଚନା କରାଯାଇଥିଲା l ମୟୂରଭଞ୍ଜ ଜିଲ୍ଲାରେ କୁଷି, ଶିଳ୍ପ, ଖଣି ପ୍ରଚୁର ମାତ୍ରାରେ ଥିବାସତ୍ତ୍ବେ ଏଠାରେ କୌଣସି ବଡଧରଣର କଳକାରଖାନା ପ୍ରତିଷ୍ଠା ହୋଇ ନ ଥିବାରୁ ସଭାରେ କ୍ଷୋଭ ପ୍ରକାଶ କରାଯାଇଥିଲା l ଏଠାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେଲେ ଲୋକେ ନିଯୁକ୍ତି ସୁଯୋଗ ଲାଭ ପାଇପାରିବେ l ଭାରତୀୟ ମଜଦୁର ସଂଘର ୭୦ତମ ପୂର୍ତ୍ତୀ ଉପଲକ୍ଷେ କିପରି ବିଭିନ୍ନ ଘାତପ୍ରତିଘାତ ଭିତରେ ସାରା ପ୍ରଦେଶରେ ୧ ନମ୍ବର ସ୍ଥାନ ପାଇଛି, ସେ ଉପରେ ବିଶେଷଭାବେ ସମୀକ୍ଷା ହୋଇଥିଲା l ମୟୂରଭଞ୍ଜର ବିକାଶ ପାଇଁ ଟ୍ରେନ ସଂଯୋଗୀକରଣ ନିମନ୍ତେ ଗୋରୁମହିଷାଣୀ – ବାଙ୍ଗିରିପୋଷି ଓ ବାଦାମପାହାଡ – କେନ୍ଦୁଝର ସଂଯୋଗକୁ ବିଳମ୍ବ କରୁଥିବାରୁ ସମାଲୋଚନା କରାଯାଇଥିଲା l ଏ ସମ୍ପର୍କରେ ଖୁର୍ବ ଶୀଘ୍ର ଯୁଦ୍ଧକାଳୀନ ଭିତରେ ରେଳ ସଂଯୋଗ ତଥା ବୁହତ୍ତ ଶିଳ୍ପାନୁଷ୍ଠାନ କରାଯିବା ପାଇଁ ଗୁରୁତ୍ବାରୋପ କରାଯାଇଥିଲା l
ଏହି କାର୍ଯ୍ଯକ୍ରମରେ ରାଜ୍ଯର ୩୦ଟି ଜିଲ୍ଲାରୁ ଶତାଧିକ କର୍ମକର୍ତ୍ତା ଯୋଗ ଦେଇ ସାଧାରଣ ଶ୍ରମିକମାନଙ୍କ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ସ୍ତରରେ ଥିବା ଲୋକମାନଙ୍କର ସମସ୍ଯା ଭାରତୀୟ ମଜଦୁର ସଂଘ ଚିନ୍ତା କରିଆସିଛି ବୋଲି ମତ ଦେଇଥିଲେ l ମଜଦୁର ସଂଘର ୭୦ ବର୍ଷ ଅବସରରେ ପଞ୍ଚାୟତ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ଯନ୍ତ ଶ୍ରମିକମାନଙ୍କର ହିତ ଦୁଷ୍ଟିକୁ ଆଖିରେ ରଖି ସଂଗ୍ରାମ କରିବ ବୋଲି ବଜ୍ରଶପଥ ଗ୍ରହଣ କରିଛନ୍ତି l ଆସନ୍ତା ୨୦୨୬ ଫେବୁୟାରୀ ମାସ ୬, ୭ ଓ ୮ ତାରିଖରେ ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ୨୧ତମ ଅଧିବେସନ ପୁରୀ ଠାରେ ହେବ l ଏଥିନିମନ୍ତେ ବିଶେଷ ପ୍ରସ୍ତୁତି ଆରମ୍ଭ କରାଯାଇଛି l ଏଥିରେ ରାଜ୍ଯର ବହୁ ପଦାଧିକାରୀ ମଧ୍ଯରୁ ଲକ୍ଷ୍ମଣ ଦାସ, ସତ୍ଯବ୍ରତ ପଣ୍ଡା, ସୁନିତା ମହାପାତ୍ର, ବସନ୍ତ କୁମାର ସାହୁ, ଏ ଶ୍ରୀନିବାସ ରାଓ, ସୁରେନ୍ଦ୍ର ରାୟ ଓ ଜଗେଶ୍ବର ଦାସ ପ୍ରମୁଖ ଉପସ୍ଥିତ ଥିଲା ବେଳେ ରାଜ୍ଯ କାର୍ଯ୍ଯକାରୀ ସଦସ୍ଯ ନିଗମାନନ୍ଦ ପଟ୍ଟନାୟକ, ଜିଲ୍ଲା ସଭାନେତ୍ରୀ ସରସ୍ବତୀ ଟୁଡୁ, ସମ୍ପାଦକ ବୋଧିରଜତ ମହାନ୍ତ, ଜିଲ୍ଲା ସଂଗଠନ ସମ୍ପାଦକ ମେଘରାୟ ମାର୍ଣ୍ଡି, ବ୍ଲକ ସମ୍ପାଦକ ଜୟନ୍ତ ବେହେରା, କୋଷାଧ୍ଯକ୍ଷ ନିଳାଦ୍ରୀ ପାତ୍ର, ମନୋରମା ବେହେରା, ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ଡାକ୍ତର ମହାନ୍ତ , ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଜିଲ୍ଲା କାର୍ଯ୍ଯବାହକ ବଳରାମ ବାରିକ, ଜିଲ୍ଲା ମିଡିଆ ପ୍ରମୁଖ ଶ୍ଯାମଳେନ୍ଦୁ ପରିଡା ତଥା ଅନ୍ଯାନ୍ଯ ଜିଲ୍ଲାର କାର୍ଯ୍ଯକର୍ତ୍ତା ମାନେ ଯୋଗ ଦେଇଥିଲେ l ରାଜ୍ଯ କାର୍ଯ୍ଯକାରୀ ସଦସ୍ଯ ତଥା ମୟୂରଭଞ୍ଜ ଜିଲ୍ଲା ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଏହି କାର୍ଯ୍ଯକ୍ରମ ସମ୍ପନ୍ନ ହୋଇଥିଲା l

