Mundari exam 2

ମୁଣ୍ଡାରୀ କେନ୍ଦ୍ରୀୟ ଶିକ୍ଷା ବୋର୍ଡ ଦ୍ୱାରା ମେଟ୍ରିକପରୀକ୍ଷା ଅନୁଷ୍ଠିତ

ରାଜ୍ୟ

ବାରିପଦା : ମୁଣ୍ଡାରୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଆନୁକୁଲ୍ୟରେ ପ୍ରଥମ ଶ୍ରେଣୀରୁ ମେଟ୍ରିକ ପର୍ଯ୍ୟନ୍ତ ମୁଣ୍ଡାରୀ ବାନି (ଲିପିରେ) ଅନୁଷ୍ଠିତ ପରୀକ୍ଷାରେ ଓଡିଶା , ଝାରଖଣ୍ଡ , ପଶ୍ଚିମବଙ୍ଗ ରାଜ୍ୟରେ ୧୦୫୦ ଜଣ ପରୀକ୍ଷାର୍ଥୀ ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ଓଡିଶା ରାଜ୍ୟର ପରୀକ୍ଷା କେନ୍ଦ୍ରରେ ଭାରତ ମୁଣ୍ଡା ସମାଜର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ନାଥ ସିଂ, ଓଡିଶା ରାଜ୍ୟ ଉପସଭାପତି ସୁନାରାମ ସିଂ , ସମ୍ପାଦକ ବାଇଧର ସିଂ, ଜୟରାମ ସିଂ, ବସନ୍ତ କୁମାର ସିଂ, ରଘୁନାଥ ସିଂ, ଝାରଖଣ୍ଡ ରାଜ୍ୟର ପରୀକ୍ଷା କେନ୍ଦ୍ର ଗୁଡିକରେ ସଂଘର ଓଡିଶା ରାଜ୍ୟ ସଭାପତି ରବିନ୍ଦ୍ରନାଥ ସିଂ, ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ସିଂ, ଯୁବ କମିଟି ଅଧ୍ୟକ୍ଷ ସବରନ ସିଂ ଓ ପଶ୍ଚିମବଙ୍ଗ ପରୀକ୍ଷା କେନ୍ଦ୍ରଗୁଡିକରେ ସର୍ଦ୍ଦାର ସିଂ ଓ ବିଜୟ କୁମାର ସିଂ ସ୍କଆର୍ଡ ଡ୍ୟୁଟି କରିଥିଲେ । ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଓ ମୁଣ୍ଡାରୀ ଶିକ୍ଷକମାନେ ମୁଣ୍ଡାରୀ ବାନୀ(ଲିପି)ରେ ହେଉଥିବା ପରୀକ୍ଷାକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିଥିବାରୁ ବୋର୍ଡତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

Mundari exam

Shrutilipi ad