କ୍ରୀଡ଼ାବିତ୍ କୁଞ୍ଜବିହାରୀ ସିଂହଙ୍କ ପରଲୋକ

ରାଜ୍ୟ

ଆଗରପଡ଼ା :ଆଗରପଡ଼ା ଅଂଚଳର ବିଶିଷ୍ଟ କ୍ରୀଡ଼ାବିତ୍ ତଥା ସମାଜସେବୀ କୁଞ୍ଜବିହାରୀ ସିଂହଙ୍କର ୮୦ବର୍ଷ ବୟସରେ ପରଲୋକ ଘଟିଛି । ସେ କିଛିଦିନ ହେଲା ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ । ହଠାତ ଯଂତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ଘଟିଥିଲା ।ସେ ଜଣେ ନାମକରା ଫୁଟବଲ ଖେଳାଳୀ ଥିଲେ । ଜଣେ ସରଳ, ପରୋପକାରୀ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସମସ୍ତେ ଭଲ ପାଉଥିଲେ । ପରଲୋକ ବେଳକୁ ତାଙ୍କ ନିକଟରେ ପୁଅ ଚିତ୍ତ, ଜିତ, ଭଣଜା ସାମ୍ବାଦିକ ବିଶ୍ୱନାଥ ସିଂହ ଓ ଝିଅ ଜ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ରାଜୟୁଥ କ୍ଲବ ପକ୍ଷରୁ ରଣେନ୍ଦ୍ର ମହାନ୍ତି, ବିଜୟ ନାୟକ,ସ୍ପୋର୍ସ କ୍ଲବ ଉପଦେଷ୍ଟା ବିଜୟ ମହାନ୍ତି,ବିଜ୍ଞାନଭୂଷଣ ମହାନ୍ତି,ସଭାପତି ଯଶୋବନ୍ତ ସିଂହ,ମନୋଜ ବେହେରା, ଜିତେନ୍ଦ୍ର ଷଡ଼ଙ୍ଗୀ,ଇଲେଭେନଷ୍ଟାର କ୍ଲବ ସଭାପତି ଚିତ୍ତରଂଜନ ରାମ,ସଂପାଦକ ତାପସ ରାୟ ପ୍ରମୁଖ ତାଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Shrutilipi ad