Bomb explosion

ଘର ଭିତରେ ବିସ୍ଫୋରଣ ଘଟି ମହିଳା ମୃତ, ଶିଶୁ ଆହତ

ରାଜ୍ୟ

ଖୋର୍ଦ୍ଧା: ଘର ଭିତରେ ବିସ୍ଫୋରଣ ଘଟି ମହିଳା ମୃତ, ଶିଶୁ ଆହତ। ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଇଚ୍ଛାପୁର ଗାଁରେ ଘଟିଛି ଏଭଳି ଅଘଟଣ। ଆହତ ଶିଶୁ ବୋଲଗଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଛି। ବିସ୍ଫୋରଣର କାରଣ ଜଣାପଡ଼ି ନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

ବିସ୍ଫୋରଣରେ ୨୭ ବର୍ଷିୟା ଲିଲି ବେଗମ୍ ନାମକ ଜଣେ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଓ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୋଲଗଡ ମେଡିକାଲରେ ଚିକିତ୍ସା କରାଯାଉଛି।

କୁହାଯାଉଛି ଘର ଭିତରେ ବୋମା ଥିଲା। ଆଉ ଘର ସଫା ବେଳେ ଏହା ଫୁଟିଗଲା। ହେଲେ ବୋମା କେଉଁଠୁ ଆସିଲା, ସେ ପରିବାରରେ ବୋମା ତିଆରି କରାଯାଉଥିଲା କି, ଏନେଇ ସ୍ଥାନୀୟ ପୋଲିସ ତଦନ୍ତ ଜାରି ରଖିଛି।

Shrutilipi ad