1600x960 1492558 minister suresh

କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା: ତଦନ୍ତରୁ କେହି ବର୍ତ୍ତିବେ ନାହିଁ କହିଲେ ରାଜସ୍ୱ ମନ୍ତ୍ରୀ

ରାଜ୍ୟ

ଭୁବନେଶ୍ୱର: କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା। ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜି ଖୋଜି ଦଣ୍ଡ ଦିଆଯିବ। ପାତାଳରେ ଥିଲେ ବି ଅପରାଧିଙ୍କୁ ଧରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

ଗୋଟେପଟେ ବାଲି ତସ୍କରୀକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି। କିନ୍ତୁ ଅନ୍ୟପଟେ ବିହାର, ବେଙ୍ଗଲ ଭଳି ଓଡ଼ିଶାର ମାଫିଆମାନେ ଆଇନ୍‌କୁ ହାତକୁ ନେଉଛନ୍ତି। ବଡ଼ ବଡ଼ ସରକାରୀ ଅଧିକାରୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହି ଆକ୍ରମଣ କରିବାର ଯେଉଁ ଦୁଃସାହସ ସେମାନେ କରଛନ୍ତି ଏହା ତାଙ୍କର ଶେଷ ଦୁଃସାହସ ହେଉ। ଏ ଘଟଣାରେ ମୁଁ ଅଧିକାରୀମାନଙ୍କ ସହ କଥା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୈତିକ ଦଳ ସାମିଲ ଥାଉ ବା ଯେତେ ବଡ଼ ପ୍ରଭାବଶାଳୀ ଲୋକ ଏହି କାଣ୍ଡ ପଛରେ ଥାଉ, ରାଜଧର୍ମରେ କାହା ମୁହଁ ଦେଖାଯିବନି। ଓଡ଼ିଶାକୁ ଆଉ ଗୋଟେ ବିହାର ଆଉ ଗୋଟେ ବେଙ୍ଗଲ କରିବାକୁ ଦେବୁନାହିଁ। ଏହା ଏକ ଛୋଟ ଘଟଣା ନୁହେଁ, ତେଣୁ ମୁଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ଯେ ଏହା ଓଡ଼ିଶାରେ ଶେଷ ଘଟଣା ହେଉ । ଅପରାଧକୁ ମୂଳରୁ ନାଶ କରାଯାଉ । ଭବିଷ୍ୟତରେ ଯେମିତି ଏଭଳି ଘଟଣା ନ ଘଟୁ । ଓଡ଼ିଶାକୁ ମୋର ଏହି ସନ୍ଦେଶ ରହିବ , ଯିଏ ଅପରାଧ କରିବ ସେ ଆଇନ ଆଖିରୁ ବର୍ତ୍ତିବ ନାହିଁ । ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

Shrutilipi ad