Img 20250605 wa0152

ହାତୀ ଆକ୍ରମଣରେ ଯୁବକ ଗୁରୁତର 

ରାଜ୍ୟ
ବାରିପଦା: ବୁଧବାର  ବିଜାତଳା ବ୍ଲକ ଅନ୍ତର୍ଗତ ଯୁଡିଆ ଗ୍ରାମର ବାବୁଲାଲ ପାତ୍ର  (୩୧)ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ  ବାବୁଲାଲ ପାତ୍ର ରାତି ୧୦ ଟା ପାଖାପାଖି ସମୟରେ ଘରୁ ଖାଇପିଇ ନିଜ ଗାଁ ପାଖ ପୋଖରୀ ପାଖକୁ  ଯାଇଥିଲା । ସେଠାରେ  ଫୋନରେ କଥା ହେଉଥିବାବେଳେ ଏକ ହାତୀ ହଠାତ୍ ସାମନା ପଟୁ ଆସି ଶୁଣ୍ଢରେ ବାବୁଲାଲ କୁ ଧରି କଚାଡି ଦେଇଥିଲା ।ଏହି ସମୟରେ ବାବୁଲାଲ ମରିଗଲି ମରିଗଲି  ଵୋଲି ଚିତ୍କାର  କରିବା ଫଳରେ ଶୌଚ ପାଇଁ  ପୋଖରି ପାଖକୁ ଯାଇଥିବା ଜଣେ ଗ୍ରାମବାସୀ ଟର୍ଚ ମାରିଥିଲା ।   ଟର୍ଚ ଆଲୁଅ ଦେଖି ହାତୀଟି ସ୍ଥାନ ଛାଡି ପଳାଇଥିଲା । ଅଳ୍ପକେ ବାବୁଲାଲ ମୃତ୍ୟୁ ମୁଖରୁ ଵର୍ତିଗଲା ।ଲୋକେ ଗୁରୁତର ଭାବରେ ବାବୁଲାଲ କୁ ରାଇରଙ୍ଗପୁର ହସ୍ପିଟାଲ କୁ ଆଣିଥିଲେ ।ତା’ ର ଅଣ୍ଟା  ମାଡ଼ ହୋଇଛି ।ଅଧିକ ଚିକିତ୍ସା ପାଇଁ ବନ ବିଭାଗ ତରଫରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ବନ ବିଭାଗ ତରଫରୁ ସମସ୍ତ କଥା ଵୁଝାଯାଉଛି ।
Shrutilipi ad