ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ର ଯୋଡପୋଖରୀ ଗାଁ ମୁଣ୍ଡରେ ବୁଧବାର ଦିନ ରାତି ସମୟରେ ଏକ ଵାଇକ୍ ( OD11E2761 ଦୁର୍ଘଟଣା ଗ୍ରସ୍ତ ହେଵା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି l ରାତିସାରା ଦୁର୍ଘଟଣା ଜାଗା ରେ ହିଁ ଦୁଇ ଜଣ ଗୁରୁତର ହୋଇ ପଡି ରହିଥିଲେ l ଆଜି ସକାଳେ ରାସ୍ତାରେ ଯାଉଥିବା ଲୋକ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଦେଖିଲା ପରେ ୧୦୮ ଆମ୍ବୁଲାନ୍ସ କୁ ଡାକି ଥିଲେ l ଏଥିରେ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି l ଗୁରୁତର କୁ ପ୍ରଥମେ ବିଜାତଳା ଡାକ୍ତରଖାନା କୁ ନେଇଯାଇଥିଲେ l ମୃତକ ହେଲେ ବାଦାମପାହାଡ ଥାନା ଅନ୍ତର୍ଗତ ସୁଲାଇପାଟ ଅଂଚଳର ଖଣ୍ଡା ଡେରା ଗ୍ରାମର ସାଗର ପାତ୍ର (୨୧) l ଗୁରୁତର ଖଗେଶ୍ୱର ପାତ୍ର ମଧ୍ୟ ଉକ୍ତ ଗାଁର ବୋଲି ଜଣା ପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ମାମଲା କେଶ ନମ୍ବର ୮୧/୨୫ ରୁଜ୍ଜୁ କରିବା ସହ ଶବ ବ୍ୟବଚ୍ଛଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ବାଇକ କିଭଳି ଦୁର୍ଘଟଣା ଗ୍ରସ୍ତ ହେଲା ପୋଲିସ ତଦନ୍ତ କରୁଛି ।

