Img 20250604 wa0235

ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଙ୍କ ସମୀକ୍ଷା ବୈଠକ

ରାଜ୍ୟ
ବାରିପଦା ତା ୦୪-୦୬- ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଶ୍ରୀ ରବି ନାରାୟଣ ନାଏକ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଆଜି ଅପରାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ  ସାଂସଦ ଶ୍ରୀ ନବ ଚରଣ ମାଝୀ, ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ଉଦଳା ବିଧାୟକ ଶ୍ରୀ ଭାସ୍କର ମଢେଇ, ବଡ଼ସାହି ବିଧାୟକ ଶ୍ରୀ ସନାତନ ବିଜୁଳି, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ, ବାଙ୍ଗରିପୋଷୀ ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଙ୍କ ସମେତ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ଯୋଗ ଦେଇଥିଲେ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଅଧୀନରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ଜନକଲ୍ୟାଣ ଯୋଜନାର ପ୍ରକଳ୍ପ କାର୍ଯ୍ୟ ଗୁଡିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ମୁଖ୍ୟତଃ କନଭରଜେନ୍ସ ଜରିଆରେ ବିଭିନ୍ନ ବିଭାଗର ହିତାଧିକାରୀମାନେ ପାଉଥିବା ବିଭାଗ ଯଥା ମତ୍ସ୍ୟ, ପ୍ରାଣୀ ସମ୍ପଦ, ଜଙ୍ଗଲ, ଶ୍ରମ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, କୃଷି, ସାଧାରଣ ଯୋଗାଣ, ସାମାଜିକ ସୁରକ୍ଷା, ସମାଜ ମଙ୍ଗଳ, ମଙ୍ଗଳ,ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଇତ୍ୟାଦି ବିଭାଗର ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଯୋଜନା କାର୍ଯ୍ୟକାରିତା କ୍ଷେତ୍ରରେ ଉପୁଜୁ ଥିବା ବିଭିନ୍ନ ପ୍ରତିବନ୍ଧକ ଉପରେ ଅନୁଧ୍ୟାନ କରି ଏହାକୁ କିପରି ସମାଧାନ କରାଯିବ ସେ ବିଷୟରେ ପରାମର୍ଶ ଦେବା ସହ ଜନ କଲ୍ୟାଣ ଯୋଜନା ଗୁଡିକ ଯେମିତି ଶତ ପ୍ରତିଶତ ହିତାଧିକାରୀ ପାଖରେ ପହଂଚିବ ଓ ସେଥିରୁ ସେମାନେ ଲାଭାନ୍ୱିତ ହେବେ ସେଥିପାଇଁ ଟାର୍ଗେଟ ରଖି ହିତାଧିକାରୀ ସୃଷ୍ଟି ନିମନ୍ତେ ଦାୟିତ୍ୱର ସହ କାର୍ଯ୍ୟ କରିବା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେବା ସହ ଜିଲ୍ଲାରେ ସମସ୍ତ ଯୋଜନାର ଫଳପ୍ରସୂ କାର୍ଯ୍ୟକାରିତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଆଜିର ବୈଠକରେ ଜ଼ିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଭାତ କୁମାର ବେହେରା, ଏସିଡିଓ ଶ୍ରୀ ଶାନ୍ତନୁ କୁମାର ନାୟକ, ଶ୍ରୀ କାନ୍ଦ୍ରା ସୋରେନ ପ୍ରମୁଖଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ପଦାଧିକାରୀ,ବିଭିନ୍ନ ବ୍ଲକର ଉନ୍ନୟନ ଅଧିକାରୀ ଓ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଜ଼ିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ
Shrutilipi ad