Img 20250604 wa0222

ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ, ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ରାଜ୍ୟ
ବାରିପଦା: ରାଜ୍ୟ ପଞ୍ଚାୟତ ରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ପ୍ରଥମ ଥର କରି ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବାମନଘାଟି ଉପଖଣ୍ଡ ର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଫେରି ଯାଇଛନ୍ତି । ବୁଧବାର ଦିନ   ସ୍ଥାନୀୟ ପୂର୍ତ ବିଭାଗ ଡାକବଙ୍ଗଳାରେ ଦଳୀୟ ନେତୃବୃନ୍ଦ ଏବଂ କର୍ମୀଙ୍କ ସହ ଅଂଚଳର ସମସ୍ୟା ଓ ବିକାଶ  ଉପରେ ଆଲୋଚନା କରିଥିଲେ ।ପରେ ପୂର୍ବାହ୍ନ ୯ ଘଟିକା ରେ ବହଳଦା ବ୍ଳକର ଗମ୍ଭାରିଆ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ଏକ ଅମୃତ ସରୋବର ପ୍ରକଳ୍ପ କାର୍ଯ୍ୟ ଦେଖିବାକୁ ଯାଇଥିଲେ । କିନ୍ତୁ ସେଠାକାର କାମରେ ଶ୍ରମିକ ମାନଙ୍କର ଶ୍ରମ କାର୍ଡ  ପଞ୍ଜିକୃତ ହୋଇ ନ ଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରି ତୁରନ୍ତ ଶ୍ରମିକ ମାନଙ୍କୁ ଶ୍ରମ କାର୍ଡ ଦେବାପାଇଁ ତାଗିଦ୍ କରିଥିଲେ ।ଏହି ସରକାର ଲୋକଙ୍କ ଓ ଶ୍ରମିକଙ୍କ ସରକାର ।ଶ୍ରମ କାର୍ଡ ଥିଲେ ପରିବାର ଲୋକେ ଆର୍ଥିକ ଲାଭାନ୍ଵିତ ହେବା ସହ ଛୁଆ ପିଲାଙ୍କ ପାଠପଢା,ଵିଵାହ ଖର୍ଚ୍ଚ, ଦୁର୍ଘଟଣା ଜନିତ କ୍ଷୟକ୍ଷତି ପାଇଁ ପାରିବେ ।ପରେ ସେ ରାଇରଙ୍ଗପୁର ବ୍ଳକର ଆନନ୍ଦପୁର ଗ୍ରାମ ନିକଟରେ  ଏକ ନିର୍ମାଣାଧୀନ  ନିକଟ ଦେଖିଥିଲେ ।ପରେ ମହିଳା ଗ୍ରାମରେ ଏଲ ଏଣ୍ଟ ଟି ପ୍ରକଳ୍ପ ଦ୍ବାରା ଓ୍ବାଟାର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହିତ ସିଧାସିଧି ପାନୀୟ ଜଳ ଉପରେ ବିଭିନ୍ନ ପ୍ରଶ୍ନ କରିଥିଲେ ।ଗ୍ରାମବାସୀ ଦିନକୁ ଥରେ ପାଣି ପାଉଛନ୍ତି ଯାହାକି ସେମାନଙ୍କୁ ନିଅଣ୍ଟ ।ପାଣି ସଙ୍କଟ ଦେଖା ଯାଉଛି ।କେତୋଟି ଗ୍ରାମକୁ ମଧ୍ୟ ପାଣି ଯାଉନାହିଁ ବୋଲି ମହିଳାମାନେ କହୁଥିଲେ । ମନ୍ତ୍ରୀ ଗ୍ରାମବାସୀ କିଭଳି ଦିନକୁ ୨ ଓଳି ପାଣି ପାଇବେ ତାହା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ତଦସହ ଦାଣ୍ଡବୋଷ ପାଖରେ ଆଉ ଗୋଟିଏ ନିକଟ ଏବଂ ଏଣ୍ଡଟି ପ୍ରକଳ୍ପ ନିର୍ମାଣ ହେଉଛି ।ତାହା ନିର୍ମାଣ ହେଲେ ରାଇରଙ୍ଗପୁର ବ୍ଳକର ଜଳ ସମସ୍ୟା ଦୂର‌ହେବ ବୋଲି କହିଥିଲେ । ମନ୍ତ୍ରୀଙ୍କ ସହ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ,ବିଧାୟକ ଜଲେନ ନାଏକ, ମୟୂରଭଞ୍ଜ ପିଡି ଧର୍ମାନନ୍ଦ ଵେହେରା ,ରାଜ୍ୟ  ଆରଡବ୍ଲ୍ଯୁ ଏସ ଏସ ଚିଫ୍ ଇଞ୍ଜିନିୟରି ଇଂ ରତ୍ନାକର ଶିଅଳ, ରାଇରଙ୍ଗପୁର ଆରଡବ୍ଲ୍ଯୁଏସଏସ ର ମୁଖ୍ୟ  ଯନ୍ତ୍ରୀ ଇଂ ଶ୍ରୀକାନ୍ତ  ରାଉତ,ଏସଡିଓ ଅଭିମନ୍ୟୁ ମେଳା ଏବଂ ସମସ୍ତ ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ ।
Shrutilipi ad