Img 20250603 wa0232

କୁଡୁମୀ ସେନା ର ୧୩  ତମ ପ୍ରତିଷ୍ଠା ଦିବସ

ରାଜ୍ୟ
ବାରିପଦା-  ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୩ ତାରିଖରେ କୁଡୁମୀ ସେନା ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି |  ମହୁଲଡିଆ ଡାକବଙ୍ଗଳା ଠାରେ ବାମନଘାଟି କୁଡୁମୀ ସେନା ପକ୍ଷରୁ୧୩  ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା |ଏହି ଜାତି କୁ ୧୯୫୦ ମସିହା ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିଥିଲା ।କିନ୍ତୁ ପରେ ସମ୍ବିଧାନରୁ ଆଦିବାସୀ ମାନ୍ୟତା ହଟାଇ ଦିଆଗଲ |ପୁନଃ ଆଦିବାସୀ ମାନ୍ୟତା ପାଇଁ ଏହି ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ଦାବି ରଖି ଆସୁଛନ୍ତି | ତେଵେ ଓଡିଶା ରେ କ୍ରାନ୍ତିକାରୀ ଯୁବ ନେତା ଜୈମୁନୀ ମହାନ୍ତ ଙ୍କ ନେତୃତ୍ୱ ରେ  କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଏକାଠି କରି ୨୦୧୨ ଜୁନ ୩ ରେ ସ୍ଵାଧୀନତା ସଂଗ୍ରାମୀ କାଳିଆ ମହାନ୍ତ ମାଟି ବେତନଟି ଠାରେ କୁଡୁମୀ ସେନା ଗଠନ କରି କୁଡୁମୀ ଲୋକ ଙ୍କ ର ସାମାଜିକ ,ଅର୍ଥନୈତିକ, ଭାଷା,ସଂସ୍କୃତି ର ସୁରକ୍ଷା ଓ କୁଡୁମୀ ଜାତି କୁ ପୁନଃ ଆଦିବାସୀ ତାଲିକା ରେ ସାମିଲ କରିବା ପାଇଁ ୧୨ ବର୍ଷ ଧରି ଜ଼ିଲ୍ଲା,ରାଜ୍ୟ ତଥା ଜାତୀୟ ସ୍ତର ରେ ଆୟୋଜନ କରି ଆସୁଛନ୍ତି । ଆଜିର ଦିନରେ ବାମନଘାଟୀ କୁଡୁମୀ ସେନା ଦାବୀ ହାସଲ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରଖିବା ପାଇଁ ଦୃଢ ପ୍ରତିଜ୍ଞା କଲେ | ଏହି ସଭାରେ କୁଡୁମୀ ଛାତ୍ର ସେନା ସଭାପତି ବରୁଣ କୁମାର ମହାନ୍ତ ଅନ୍ୟ ଛାତ୍ରନେତା ମାନଙ୍କ ମଧ୍ୟରୁ ସିପୁନ୍ ମହାନ୍ତ, ତୁଷାର ମହାନ୍ତ, ଗୌରବ ମହାନ୍ତ, ସ୍ୱାଗତ ମହାନ୍ତ, ବିଟୁ ମହାନ୍ତ ଉପସ୍ଥିତ ଥିଲେ | କୁଡୁମୀ ସେନା ଉପଦେଷ୍ଟା ସୁବାଷ ଚନ୍ଦ୍ର ମହାନ୍ତ, କୁଡୁମୀ ମହିଳା ସେନା ସଭାନେତ୍ରୀ ସୁଜାତା ମହାନ୍ତ, ଉପସଭାପତି ସୁମନା ମହାନ୍ତ, ସୌଭାଗ୍ୟ ମହାନ୍ତ, ସୁକୁମାରୀ ମହାନ୍ତ, ରାଇରଙ୍ଗପୁର ମୁନିସିପାଲିଟି ସଭାପତି ଭଜହରି ମହାନ୍ତ କୁଡୁମୀ ସେନା କାର୍ଯ୍ୟକର୍ତ୍ତା ଲକ୍ଷ୍ମୀଧର ମହାନ୍ତ, ରାଜା ମହାନ୍ତ, ଆନନ୍ଦ ମହାନ୍ତ, ବିରେନ୍ଦ୍ର ନାଥ ମହାନ୍ତ, କ୍ଷୀରୋଦ ଚନ୍ଦ୍ର ମହାନ୍ତ ପ୍ରମୁଖ ସକ୍ରିୟ କର୍ମୀ ଯୋଗଦେଇଥିଲେ |
Shrutilipi ad