Img 20250603 wa0086

୬୦ ରୁ ଉର୍ଦ୍ଧ୍ବ ଜବରଦଖଲ ଉଛେଦ କ୍ଷତିଗ୍ରସ୍ତ ପରିବାରଙ୍କୁ ନ୍ୟାୟ,କ୍ଷୟକ୍ଷତିପୂରଣ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତାରେ କଂଗ୍ରେସ ଦଳ; ମୁଣ୍ଡ ନୁଆଇଁଲା ପ୍ରଶାସନ 

ରାଜ୍ୟ
ବାରିପଦା- ବାମନଘାଟି ଉପଖଣ୍ଡ କୁ ବିକାଶ ଏବଂ  ଓଡ଼ିଶାର ଏକ ଅଗ୍ରଣୀ ସହର ତଥା ଅନନ୍ୟ ବିକଶିତ ସହର  ନିର୍ମାଣ ପାଇଁ  ଗତ ନିର୍ବାଚନରେ  ପ୍ରତିଶ୍ରୁତି ଦେଇଥିବା ଡବଲ ଇଞ୍ଜିନ ସରକାର ଏବେ ଅଣ୍ଟା ଭିଡିଛି  । ଏଥିପାଇଁ  ବିଭିନ୍ନ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଅର୍ଥ ଅନୁମୋଦନ କରିଛନ୍ତି ।ଦାଣ୍ଡବୋଷର ଉଡାନ ଯୋଜନା,ଵାଇଦାପଶୀ ଷ୍ଟାଡିୟମ , ଆଦିବାସୀ ରିସର୍ଚ୍ଚ ସେଣ୍ଟର,ହେରିଟେଜ ହୋମ,ସାର୍କିଟ ହାଉସ, ବାଇପାସ୍ ନିର୍ମାଣ,ସୁପର‌ହସ୍ପିଟାଲ ,ଆଇଟିଆଇ,ଫାଣ୍ଡି, ଫୁଡ୍ ପ୍ରୋସେସିଂ ପ୍ଳାଣ୍ଟ , ଅତ୍ୟାଧୁନିକ ରାଇରଙ୍ଗପୁର ବ୍ଳକ ଷ୍ଟାଡିୟମ ଭଳି ବହୁ ପ୍ରକଳ୍ପ ଆସୁଛି ।  ପ୍ରକଳ୍ପ ପାଇଁ ସରକାରୀ ଜମିର ଆବଶ୍ୟକ । ଅଧିକାଂଶ ସରକାରୀ ଜମି ଜବରଦଖଲକାରୀଙ୍କୁ କବଜାରେ । ତେଣୁ ସରକାର ଜବରଦଖଲକାରୀଙ୍କୁ କଳେ ବଳେ କୌଶଳେ‌  ହଟାଇବାକୁ ବାଧ୍ୟ କରୁଛି । ଅଧିକାଂଶ ଜାଗାରେ ସଫଳ ହୋଇଛି ମଧ୍ୟ ।  ଦିର୍ଘ ବର୍ଷ ହେଲା ଲୋକେ ସେଠାରେ ଘରବାଡ଼ି କରି ରହି ଆସୁଛନ୍ତି । ତେଣୁ ହଠାତ୍ ତାଙ୍କ ରକ୍ତ ,ଝାଳ ନାଳ ବୋହି ନିର୍ମାଣ କରୁଥିବା ଘରକୁ ପ୍ରଶାସନ ତରବରିଆ ଭାବରେ ଭାଙ୍ଗି ଯିବାରୁ ଅସହାୟ ଅବସ୍ଥାରେ ରାଜରାସ୍ତା  କଡରେ‌ପୋଲିଥିନ ଟାଣି ଖରା,ବର୍ଷା,କାକର,ସର୍ପ ଭୟ କୁ ସହି ପଡ଼ି ରହିଛନ୍ତି । ରୋଜି ରୋଟି ଦୋକାନ  ଗୃହ ଭଗ୍ନ ଗୃହ ତଳେ ।ତେଣୁ ସେମାନଙ୍କୁ ତୁରନ୍ତ କ୍ଷୟକ୍ଷତି ଭରଣା ଏବଂ ଆବାସ ଯୋଜନାରେ ଘର‌  ଯୋଗାଇ ଦେବାପାଇଁ ଆଜି ରାଇରଙ୍ଗପୁର ରେ  ପ୍ରତିବାଦ ସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରଖିବା ଆରମ୍ଭ କରିଛନ୍ତି ।ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିଷ୍ପତିକ୍ରମେ  ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ କଂଗ୍ରେସ  ଦଳ ତରଫରୁ ଏକ ବିଶାଳ ଶୋଭାଯାତ୍ରା ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ‌  ପର୍ଯ୍ଯନ୍ତ ପହଞ୍ଚିଥିଲା ।ସେଠାରୁ ୨୧ ଜଣିଆ ଟିମ୍ ଏବଂ ପିଡିତ ଲୋକେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କେ ପାଖରେ ନିଜର ନ୍ଯାୟୋଚିତ ଦାବି ଏବଂ ଅଗଣାତାନ୍ତ୍ରିକ  ଭାବରେ ସେମାନଙ୍କ ଗୃହ ତରବରିଆ ଭାବରେ ଭାଙ୍ଗିବା ଆଦିବାସୀଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଛି ବୋଲି ଉପଜିଲ୍ଲାପାଳଙ୍କୁ  ଅବଗତ କରାଇଥିଲେ। ପ୍ରଶାସନକୁ  ମଧ୍ୟ ସରକାର ନିୟମ କାନୁନ ଉପରେ ସୁଚାଇଥିଲେ ।ବିନା ପଲ୍ଲୀ ସଭାରେ ସେମାନଙ୍କ ସହ ଆଲୋଚନା ନ କରି ଘର ଭାଙ୍ଗିବା ଏକ ସଭ୍ୟ ଜନକଲ୍ଯାଣ ରାଷ୍ଟ୍ରରେ ଶୋଭା ପାଏ ନାହିଁ ବୋଲି ନେତୃବୃନ୍ଦ ଅସନ୍ତୋଷ ପ୍ରକାଶ କରିଥିଲେ ।ପିଡିତ ପରିବାର ଲୋକେ କୋହଭରା କଣ୍ଠରେ ନିଜର ଅସନ୍ତୋଷ ଜାହିର କରିଥିଲେ । ସରକାର ନିୟମ କରୁଛନ୍ତି , କିନ୍ତୁ ସରକାର ସେହି ନିୟମକୁ ଦଳି ଚକୁଟି  ନଷ୍ଟ  କରି ଡଷ୍ଟବିନ୍  କୁ ଫିଙ୍ଗି ଦେଉଛି । ତେଣୁ ସରକାର ତୁରନ୍ତ ଜିଲ୍ଲାପାଳ ଏବଂ ସରକାରଙ୍କ ସହ ଆଲୋଚନା କରି ପିଡିତ ପରିବାରଙ୍କୁ କ୍ଷୟକ୍ଷତି ଭରଣା ଏବଂ ଆବାସ ଯୋଜନାରେ ଗୃହ ଯୋଗାନ୍ତୁ ବୋଲି ଆଲୋଚନାରେ ଅନୁରୋଧ କରିଥିଲେ ।ପ୍ରଶାସନ ନିଜର ତରବରିଆ ନିଷ୍ପତି ଭୁଲ ସ୍ଵିକାର କରିଥିଲା ।ପରେ ଊପ ଜିଲ୍ଲାପାଳ ଶ୍ରୀ ସୋମ୍ଯ‌ରଞ୍ଜନ ପ୍ରଧାନ ସରକାରୀ ଗାଇଡ଼ ଲାଇନ ଅନୁସାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ନ୍ୟାୟ ଦେବାପାଇଁ ସରକାରଙ୍କ  ସହ ଆଲୋଚନା କରିବେ  ପ୍ରତିଶ୍ରୁତି ଦେଇଥିଲେ  ।ଏହି ଆଲୋଚନାରେ ପଶ୍ଚିମ ମୟୁରଭଞ୍ଜ କଂଗ୍ରେସ ଜିଲ୍ଲା ସଭାପତି ଭୁବନ ସାହୁ ,ଏସଟି ସେଲ ରାଜ୍ଯ‌ସଭାପତି ପ୍ରାକ୍ତନ କଂଗ୍ରେସ ସାଂସଦ ଯଶୋବନ୍ତ ସିଂ ଲାଗୁରୀ,ପ୍ରାକ୍ତନ ରାଜ୍ଯ‌ସଭା ସାଂସଦ ସୁଶିଳା  ତିରିଆ,ରାଇରଙ୍ଗପୁର  ନିର୍ବାଚନ ମଣ୍ଡଳୀ କଂଗ୍ରେସ ପର୍ଯ୍ୟବେକ୍ଷକ  ନଳିନୀ ମହାନ୍ତି, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପିସିସି ସଂପାଦକ ଲକ୍ଷ୍ମୀଧର‌  ସିଂ,ପ୍ରାକ୍ତନ ମୟୂରଭଞ୍ଜ କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ୟାମ ସୁନ୍ଦର‌  ହାଁସଦାଃ ,ମାଟସନ ଡୁଙ୍ଗ ଡୁଙ୍ଗ,ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,,  ପ୍ରାକ୍ତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦା,ପ୍ରାକ୍ତନ ଵହଳଦା ବିଧାୟକ ପ୍ରହ୍ଲାଦ ପୂର୍ତ୍ତି,  କଂଗ୍ରେସ ବିଧାୟକ ପ୍ରାର୍ଥୀ ଯୋଗେନ୍ଦ୍ର ବାନରା,ଗୌରୀ ଦିଦି,ଯାମଦା ବ୍ଳକ ପ୍ରାକ୍ତନ ଅଧ୍ୟକ୍ଷା ହେଲେନା ବାଗେ,ପ୍ରାକ୍ତନ ଏସି ସେଲ ଜିଲ୍ଲା ସଭାପତି ଭାଗିରଥି ପାତ୍ର,ରୁପକ ମହାନ୍ତି,ଭଜହରି ମହାନ୍ତ ସମେତ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ । ଦିର୍ଘ ବର୍ଷପରେ ରାଇରଙ୍ଗପୁର ରେ ସୁପ୍ତ କଂଗ୍ରେସ ଦଳ ଏବେ ବଳ ଜୁଟାଉଛି । ଯେତେଦିନ ପର୍ଯ୍ୟନ୍ତ ପ୍ରଶାସନ ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ନ ଦିଅନ୍ତି ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନକାରୀ ମାନେ ଧାରଣାରତ ଉଠିବେ ନାହିଁ ।କିଛି ଅପ୍ରିତୀକର ଘଟଣା ଘଟିଲେ। ପ୍ରଶାସନ ସେଥିପାଇଁ ଦାୟୀ ରହିବେ
Shrutilipi ad