ବାରିପଦା: ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର କନଭେନସନ ହଲ ଠାରୁ ଆଭାସୀ ଜରିଆରେ
ମୟୂରଭଞ୍ଜରେ ସ୍ଥାପିତ ହେଉଥିବା ADTS (ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା କେନ୍ଦ୍ର) ଓ ATS (ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥା ) ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ୱରାଜ ବେହେରାଙ୍କ ତତ୍ୱାବଧାନ ରେ ଆୟୋଜିତ ଶୁଭାରମ୍ଭ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ଯୋଗ ଦେଇଥିଲେ।
ଆଜିର ଏହି ଶୁଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଭାସୀ ମାଧ୍ୟମରେ ବାରିପଦା ଏବଂ ରାଇରଙ୍ଗପୁର ର ୨ଟି ସ୍ୱୟଂ ଚାଳିତ ଯାନ ଚାଳନା ପରୀକ୍ଷା କେନ୍ଦ୍ରର ଲୋକାର୍ପଣ ଏବଂ ବାରିପଦାର ଗୋଟିଏ ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥାର ଶିଳାନ୍ୟାସ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭଉଦଘାଟନ ଓ ଶିଳାନ୍ୟାସ ହେବା ପରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଉଦଘାଟନ ଓ ଶିଳାନ୍ୟାସ ସମ୍ବନ୍ଧିତ ଫଳକକୁ ଅନାବରଣ କରିଥିଲେ।
ଆଜିର ଅନୁଷ୍ଠିତ ଉକ୍ତ ବୈଠକ ରେ ରାଇରଙ୍ଗପୁର ଏଆରଟିଓ ଶ୍ରୀ ସନ୍ଦୀପ କୁମାର ପାଇକରାୟ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବିଜେପିର ଜିଲ୍ଲା ସଭାପତି ଶ୍ରୀ ନିହାର ରଞ୍ଜନ ମୋଦୀ ପ୍ରମୁଖଙ୍କ ସମେତ ପରିବହନ କାର୍ଯ୍ୟାଳୟର କର୍ମକର୍ତ୍ତା ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

