Img 20250603 wa0226

ଜିଲ୍ଲା ସ୍ତରୀୟ ନାରଦ ଜୟନ୍ତୀ ପାଳିତ , ସାମ୍ବାଦିକ ମାନେ ସରକାର ଏବଂ ଲୋକଙ୍କର ପଥ ପ୍ରଦର୍ଶକ

ରାଜ୍ୟ
ବାରିପଦା: ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. ସମ୍ବିଧାନର ତିନୋଟି ପ୍ରମୁଖ ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟ ପାଳିକାର ତଦାରଖ ପାଇଁ ରହିଥିବା ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ହିଁ ସରକାର ଏବଂ ଲୋକଙ୍କ ମଧ୍ୟରେ ସେତୁବନ୍ଧ ସ୍ଥାପନ ପୂର୍ବକ ଉଭୟଙ୍କୁ ଗିଗଦର୍ଶନ ଦେଇଥାଏ. ଆଦ୍ୟଗୁରୁ ନାରଦ ମୁନି ହିନ୍ଦୁ ଧର୍ମ ଏବଂ ଭାରତୀୟ ପୁରାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱ. ମାନବ,ଦାନବ ଓ ଦେବତାଙ୍କ ମଧ୍ୟରେ ଭାବ ବିନିମୟର ସୂତ୍ରଧର ଭାବରେ ମହର୍ଷି ନାରଦଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ରହିଥିଲା. ଠିକ ସେହିପରି ଗଣମାଧ୍ୟମରେ କାର୍ଯ୍ୟରତ ପ୍ରତିନିଧି ବା ସାମ୍ବାଦିକ ମାନଙ୍କର ସମାଜ ଏବଂ ରାଷ୍ଟ୍ର ପ୍ରତି ଗୁରୁ ଦାୟିତ୍ୱ ରହିଛି ବୋଲି ଆଜି ଭାରତ ସେବା ନ୍ୟାସ ତରଫରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ନାରଦ ଜୟନ୍ତୀ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସ୍ତମ୍ଭକାର ରବିନାରାୟଣ ପଣ୍ଡା ଯୋଗଦେଇ ମତବ୍ୟକ୍ତ କରିଥିଲେ. ବର୍ଷୀୟାନ ସାମ୍ବାଦିକ ତଥା ଗବେଷକ ଡ଼. ବିଜୟ କୁମାର ଅଗ୍ରୱାଲା ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ, ସମ୍ମାନିତ ବକ୍ତା ଭାବରେ ସାମ୍ବାଦିକ ଅରୁଣ କୁମାର ଓତା, ଅଭିଜିତ ମହାନ୍ତି, ଦୀପକ କୁମାର ନାୟକ, ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ, ମନୋଜ କୁମାର ପଣ୍ଡା, କବି ବିଷ୍ଣୁ ଶତପଥି ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିଲେ. ଏହି ଅବସରରେ ଦୁଇଜଣ ବରିଷ୍ଠ ସାମ୍ବାଦିକ ବେତନଟିର ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀ ଏବଂ ରାଇରଙ୍ଗପୁରର ମନୋଜ ଦାସ ଙ୍କୁ ନାରଦ ସମ୍ମାନରେ ସମ୍ମାନିତ କରାଯାଇଥିଲା. ଭାରତ ସେବା ନ୍ୟାସର କର୍ମକର୍ତ୍ତା ତୁଷାର କୁମାର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସାମ୍ବାଦିକ ରଞ୍ଜନ କୁମାର ଦାଶ, ଦୋଳ ଗୋବିନ୍ଦ ବାରିକ, ନୀଳାଦ୍ରି ବିହାରୀ ଦଣ୍ଡପାଟ, ପ୍ରିୟବ୍ରତ ମିଶ୍ର, ଭାରତ ସେବା ନ୍ୟାସର କର୍ମକର୍ତ୍ତା ଲିଙ୍ଗରାଜ ମିଶ୍ର,ନିର୍ମଳ ପ୍ରକାଶ ଜେନା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଏବଂ ପରିଚାଳନାରେ ସହଯୋଗ କରିଥିଲେ. କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାମ୍ବାଦିକ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ |
Shrutilipi ad