Photo1 for the news of display board

ମୂଲ୍ୟହୀନ ପାଲଟିଛି ସୂଚନା ଫଳକ, କେଉଁଠି ଗଡ଼ିପଡ଼ିଲାଣିତ କେଉଁଠି ଗଡ଼ିପଡ଼ିବା ଅବସ୍ଥା ହେଲାଣି

ରାଜ୍ୟ

ଆଗରପଡ଼ା :ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ଭଦ୍ରକ ଜିଲ୍ଲା ବନ୍ତ ପଂଚାୟତ ସମିତି ପକ୍ଷରୁ ହେଉଥିବା ଉନ୍ନୟନ କାର୍ଯ୍ୟରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ନିର୍ମାଣାଧିନ ଫଳକ ନିର୍ମାଣର ଅଳ୍ପ ଦିନ ମଧ୍ୟରେ କେଉଁଠି ଗଡ଼ିପଡ଼ିଲାଣିତ ଆଉ କେଉଁଠି ଗଡ଼ାଇଦିଆଗଲାଣିତ ଆଉ କେଉଁଠୀ ଗଡ଼ିବଡ଼ିବା ଅବସ୍ଥା ସୃଷ୍ଟି ହେଲାଣି ଯଦ୍ୱାରା ସୂଚନା ଫଳକ ନିର୍ମାଣ ମୂଲ୍ୟହୀନ ପାଲଟିବା ସଦୃଶ ହୋଇଛି । ପୂର୍ବରୁ ବିଭିନ୍ନ ପଂଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟରେ ଏହିପରି ଅବ୍ୟବସ୍ଥା ଦେଖାଯାଇଥିବା ବେଳେ ବର୍ତ୍ତମାନ ପୂର୍ତ୍ତବିଭାଗ ପକ୍ଷରୁ ବନ୍ତ-ଆଗରପଡ଼଼ା ଓ ଆଗରପଡ଼ା-କୁପାରୀ ରାସ୍ତାରେ ଜନ ପରାମର୍ଶ ଭିତ୍ତିକ ସୂଚନା ଫଳକ କ୍ଷେତ୍ରରେ ପୁଣି ଏହିପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

Photo2 for the news of display board

କେତେକ ସ୍ଥାନରେ ଲୁହାରେ ନିର୍ମିତ ଏହି ବୋର୍ଡ଼ ସବୁ ବର୍ତ୍ତମାନ ରାସ୍ତା ଆଡ଼କୁ ଢଳି ରହିଛି । ଯେଉଁ ବୋର୍ଡ଼ରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିତ୍ର ସହ ସୂଚନା ରହିଛି । ଏହା ବର୍ତ୍ତମାନ ଏହିପରି ଅବସ୍ଥାରେ ରହିଛିଯେ ଯଦି ଜୋରରେ ପବନ ହେବ ତେବେ ତାହା କାହା ପାଇଁ ବିପଦ ସାଜିବ କହିବା କଷ୍ଟକର । ଏହିପରି ପରିସ୍ଥିତି ଯୋଗୁଁ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ ନିଜକୁ ସୁରକ୍ଷିତ ମଣୁ ନଥିବା ଜଣାପଡ଼ିଛି । ସେହିପରି କେତେକ ସ୍ଥାନରେ ତାହା ତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଛି । ତେଣୁ ଲକ୍ଷାଧିକ ଟଙ୍କାରେ ନିର୍ମିତ ଉକ୍ତ ଫଳକର ଏହିପରି ଅବସ୍ତା ପାଇଁ କିଏ ଦାୟୀ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିବା ସହିତ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ତେଣୁ ବିଭାଗୀୟ ଉଚ୍ଛପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Shrutilipi ad