Photo1 for the news of cycle

ସମୟ ଚକ୍ରରେ ହଜିବାକୁ ବସିଛି ଶୂନଗାଡ଼ି

ରାଜ୍ୟ
  • ସ୍ଥାୟୀ ଭବିଷ୍ୟତ ଚିନ୍ତାରେ ବିଶ୍ୱ
  • କାଗଜ କଲମରେ ସୀମିିତ ବିଶ୍ୱ ସାଇକଲ ଦିବସ

ଆଗରପଡ଼ା :ଆଧୁନିକ ଯୁଗରେ ଅନେକ ଯାନବାହାନ ସୃଷ୍ଟି ହେଲାଣି । ସେହିସବୁ ଭିତରେ ହଜିବାକୁ ବସିଲାଣି ବିନା ପେଟ୍ରୋଲରେ ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ ବୁଲି ଆସୁଥିବା ଏକମାତ୍ର ଯାନ ସାଇକେଲ । ଯାହାକୁ ଓଡ଼ିଆରେ ଶୂନ ଗାଡ଼ି କୁହାଯାଇଥାଏ । ତେଣୁ ଏହି ଶୂନ ଗାଡ଼ି ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ ୩ ତାରିଖକୁ ବିଶ୍ୱ ସାଇକଲ ଦିବସ ଭାବରେ ପାଳନ କରାଯାଉଛି । ଚଳିତ ବିଶ୍ୱ ସାଇକର ଦିବସର ପ୍ରସଙ୍ଗ ହେଉଛି ‘ସ୍ଥାୟୀ ଭବିଷ୍ୟତ ପାଇଁ ସାଇକେଲ ଚଲେଇବା’ । ଭାରତରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ମଧ୍ୟ ସାଇକେଲର ବ୍ୟବହାର ବୃଦ୍ଧି ପାଇଥିଲା । ଏହି ସାଇକଇ ସର୍ବପ୍ରଥମେ ୧୭୯୧ ମସିହାରେ ଫ୍ରାନ୍ସ ନାଗରିକ କୋମେଟ ମେଡ଼େ ଡ଼ି ସିଭରାଜ ନିର୍ମାଣ କରିଥିଲେ । ସମୟାନୁସାରେ ଏହାର ଲୁକ୍ସରେ ପରିବର୍ତ୍ତନ ଆସିଥିଲା । ଏବଂ ବିଭିନ୍ନ ନିର୍ମାତାମାନେ ସାଇକେଲକୁ ବିକଶିତ କରିବା ପାଇଁ ଅନେକ ପ୍ରଚେଷ୍ଟା ମଧ୍ୟ କରିଥିଲେ ତେବେ ୧୮୬୯ ମସିହା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ମାନଙ୍କରେ ସାଇକଲ ଦେଖିବାକୁ ମିଳିଥିଲା । ପୂର୍ବରୁ ପ୍ରତ୍ୟେକ ଘରେ ଯାତାୟାତ କରିବା ପାଇଁ ଲୋକ ମାନେ ସାଇକେଲ ଉପରେ ନିର୍ଭରଶୀଳ ଥିଲେ । କିନ୍ତୁ ସମୟ ଅନୁସାରେ ଲୋକମାନେ ଯାତାୟତ କରିବା ପାଇଁ ସାଇକେଲ ଉପରେ ଆଉ ନିର୍ଭର କରୁନାହାନ୍ତି । କେଉଁଠି କାଁ ଭାଁ ଲୋକେ ସାଇକେଲ ନେଇ ବଳାରକୁ ଆସୁଥିବା ଦେଖାଯାଉଛି । ଅଧ୍ୟୟନ ପାଇଁ ସ୍କୁଲ ଓ କଲେଜକୁ ଯିବା ପାଇଁ ଏହା ପିଲାଙ୍କ ମୁଖ୍ୟ ଅଙ୍ଗ ସାଜୁଥିବା ବେଳେ ବର୍ତ୍ତମାନ ସେମାନଙ୍କ ରୁଚିରେ ପରିବର୍ତ୍ତନ ଆସିଛି । ଯଦ୍ୱାରା ଏହା ପିଲାଙ୍କ ପାଇଁ ଅଲୋଡ଼ା ହୋଇପଡ଼ିଛି । ଆମ ଜେଜେବାପା ଜେଜେମାଙ୍କ ଅମଳରେ ବାହାଘର ବେଳେ ପୁଅ ମାନଙ୍କୁ ଯୌତୁକ ରେ ସାଇକଇ ଦିଆଯାଇଥୁଲା । କିନ୍ତୁ ସେ ସମୟ ଏବେ ଚାଲିଯାଇଛି । ଆଧୁନିକତ୍ୱର ପରିଭାଷା ମଧ୍ୟରେ ହଜିଯାଉଛି ଏହି ସାଇକଲ । ସାଇକେଲର ବ୍ୟବହାର ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଥିବା ବେଳେ ବିଶ୍ୱର ୫ଟି ମୁଖ୍ୟ ବ୍ୟାୟାମ ମଧ୍ୟରୁ ସାଇକଲ ବାଳନା ଅନ୍ୟତମ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ କିଛି ଲୋକ ସାଇକେଲ ଚଲାଇଥିବା ଜଣାପଡ଼ିଛି । ସାମ୍ବାଦିକ ବିନୋଦ ଧଳ ସାମନ୍ତଙ୍କ କହିବା ଅନୁଯାୟୀ ତାଙ୍କ ପାଖରେ କାର,ବାଇକ ଆଦି ଥିବା ସତ୍ତ୍ୱେ ତାଙ୍କ ବାପା ବିଜୟ ଧଳ ସାମନ୍ତ ୭୪ ବର୍ଷ ବୟସରେ ମଧ୍ୟ ସାଇକଲଙ୍କୁ ତାଙ୍କ ଗମନାଗମନର ମୁଖ୍ୟ ଅଙ୍ଗ ରୂପେ ବିବେଚନା କରିଥାନ୍ତି । ପ୍ରତିଦିନ ପାଖାପାଖି ୧୦ କିଲୋମିଟର ସାଇକେଲ ଚଲାଇଥାନ୍ତି ସେ ଏବଂ ଏହି ବୟସରେ ମଧ୍ୟ ସେ ନିଜକୁ ସୁସ୍ଥ କରି ଗଢି ତୋଳିଛନ୍ତି । ତେଣୁ ବିଶ୍ୱର ଏକ ସ୍ଥାୟୀ ଭବିଷ୍ୟତ ଚିନ୍ତା କରି ସମସ୍ତେ ସାଇକଲକୁ ପୁଶି ବହୁଳ ଭାବରେ ବ୍ୟବହାର କରିବାକୁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad