Photo for the news of debadampati bibaha

ଦେବ ଦମ୍ପତି ବିବାହ ସମ୍ପନ୍ନ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ମଙ୍ଗୁଲି ଗ୍ରାମରେ ମଙ୍ଗଳେଶ୍ୱର ପୀଠରେ ଦେବ ଦମ୍ପତି ବିବାହ ସମ୍ପନ୍ନ ହୋଇଯାଇଛି । ଏହି ବିବାହ ଉତ୍ସବରେ ପୁରୋହିତ ତଥା ମନ୍ଦିର ପୂଜକ ଅନନ୍ତ ଦାଶ ଓ ହରିହର ପାଣିଗ୍ରାହୀ ଲମ୍ବୋଦର ପତି ଭଗବାନ ପତି କାର୍ଯ୍ୟ ତୁଲାଇଥିଲେ । ବରପିତା ଲଷ୍ମୀଧର ଜେନା ମାତା ଶାନ୍ତିଲତା ଜେନା କନ୍ୟା ପିତା ରଘୁନାଥ ଦାସ, ମାତା ଲଷ୍ମୀପ୍ରିୟା ଦାସ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ପ୍ରାରମ୍ଭରେ ବର ପକ୍ଷରୁ ବାଜା ବାଣ ରୋଷଣୀରେ ଗ୍ରାମ ବଜାର ପରିକ୍ରମା ପୂର୍ବକ ମନ୍ଦିରକୁ ଆସିଥିଲେ । ମଙ୍ଗଳପାକ,ବରା ନୁଗମାନ ଓ ପାଣିଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରାନୁଗମନ କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ସାମିଲ ଥିଲେ । ଉକ୍ତ ଦେବ ଦମ୍ପତି ବିବାହ ସମ୍ପନ୍ନ କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରିଥିଲେ ।

Shrutilipi ad