Screenshot 2025 06 02 132402

ଚୋରା ଚାଲାଣକାରୀକୁ ମାଡ଼ି ବସିଲା ଏସଟିଏଫ, ୫୦ ଲକ୍ଷ ଟଙ୍କାର ହାତୀ ଦାନ୍ତ ଜବତ

ରାଜ୍ୟ

ବୌଦ୍ଧ: ଦିନକୁ ଦିନ ହାତୀ ଚୋରା ଚାଲାଣକାରୀଙ୍କ ଦୈରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବୌଦ୍ଧ ଜିଲ୍ଲାରେ ପୁଣି ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରୁ ୫୦ ଲକ୍ଷ ଟଙ୍କାର ହାତୀ ଦାନ୍ତ ଜବତ କରିଥିବା ସୂଚନା ରହିଛି।

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରେ ହାତୀ ଦାନ୍ତ ଚୋରା ଚାଲାଣକାରୀକୁ ମାଡ଼ି ବସିଲା ଏସଟିଏଫ। ତେଲିବନ୍ଧ ଛକ ନିକଟରେ ପ୍ରମୋଦ ପରିଡ଼ାକୁ ଧରିଲା ଏସଟିଏଫ। ତେବେ ଏହି ଘଟଣାରେ ପ୍ରମୋଦ ଠାରୁ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି।

ଏହି ହାତୀ ଦାନ୍ତର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି। ଜବତ ୨ଟି ହାତୀ ଦାନ୍ତଙ୍କୁ ବୌଦ୍ଧ ଏସିଏଫଙ୍କୁ ହସ୍ତାନ୍ତର କରିଛି ଏସଟିଏଫ।

Shrutilipi ad