Img 20250530 wa0175

ଲଞ୍ଚ ଉଇଣ୍ଡୋଜ୍ କମ୍ପୁଟରର ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ ପକ୍ଷରୁ ରକ୍ତଦାନ ଶିବିର; ୨୪ ୟୁନିଟ୍ ରକ୍ତ ସଂଗୃହିତ

ରାଜ୍ୟ
ବାରିପଦା- ଏକ ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଲଞ୍ଚ ଉଇଣ୍ଡୋଜ୍ କମ୍ପୁଟର ଏଜୁକେସନ ର ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ  ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅନୁଷ୍ଠାନର ସଦସ୍ଯ ,ସମ୍ବାଦ ଆମ ଓଡିଶା ଓ ଜୁନିୟର୍ ରେଡକ୍ରସ୍ ମିଳିତ ଭାବେ  ସହଯୋଗ କରିଥିଲେ  । ଟ୍ରଷ୍ଟର ଟ୍ରଷ୍ଟି ଦୀପକ କୁମାର ବେହେରା,ଡାଇରେକ୍ଟର୍ ଗିତାଞଳୀ ମହାକୁଡ,ଏମଡି ଆଶିଷ କୁମାର ଦଳେଇ, ସମ୍ବାଦର  ପ୍ରତିନିଧି  ତୁଷାର କାନ୍ତ ମହାନ୍ତ, ଜୁନିୟର୍ ରେଡକ୍ରସ୍ ର  ଶିକ୍ଷକ ସ୍ମୃତିରଞନ ପାଣି ପ୍ରମୁଖଙ୍କ  ବଳିଷ୍ଠ ନେତୃତ୍ବରେ ରକ୍ତ ଦାନ ,ମହାପୁଣ୍ଯ ଭଳି ମହତ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ  ହୋଇଯାଇଛି । ଏହି ରକ୍ତଦାନ  ଶିବିରରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟରଞନ ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ସ୍ପୋଶାଲ ବ୍ରାଞ୍ଚ ଅଫିସର ଉପେନ୍ଦ୍ରନାଥ ବେହେରା,ଅତିଥି ଭାବେ ଦି କମନ ଟାଇମ ବ୍ୟୁର ଚିପ ଶ୍ରୀ ଦିଲ୍ଲୀପ ଚୋୖଧରୀ ଓ  ବିଶିଷ୍ଟ ସମାଜସେବୀ ମନମୋହନ ପରମାଣିକ ଯୋଗଦେଇ ଫିତାକାଟି  ଶୁଭ ଉଦଘାଟନ କରିଵା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ  ।   ମଣିଷ ଜୀବନ ଦୁର୍ଲଭ ।ଦେହ ଅଛି ରୋଗ ଅଛି । କିନ୍ତୁ  ରକ୍ତ ସଙ୍କଟରେ ପଣ୍ଡିତ ହୋଇ ଛଟପଟ ହୋଇ ମରିବା ଏକ ଦୁଃଖଦ ଘଟଣା । ତେଣୁ  ଆମର ରକ୍ତ ରକ୍ତ ସଙ୍କଟରେ ଥିବା ବ୍ୟକ୍ତି ରେ ବିପଦ ସମୟରେ ଲାଗି ହୋଇ  ବଞ୍ଚିବା ରେ ସାହାଯ୍ୟ କଲେ ତାହାହିଁ ହେବ ମାନବୀୟ ମୂଲ୍ୟବୋଧ । ମାନବ ସେବା ହିଁ ମାଧବ ସେବା ।ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚାଇବା ଭଳି ମହତ କାମ ଦୁନିଆରେ  କିଛି ନାହିଁ । ଗ୍ରୀଷ୍ମ ଋତୁ ଚାଲିଛି । ଡାକ୍ତରଖାନାନାରେ ରକ୍ତ ସଙ୍କଟ ଦେଖାଦେଇଛି ।
ତେଣୁ ଡାକ୍ତରଖାନାରେ ରକ୍ତ ସଙ୍କଟ ସାମାନ୍ୟ ‌ଦୂର ପାଇଁ ଏହି ଅନୁଷ୍ଠାନ ମାନେ ଯେଉଁ  ରକ୍ତଦାନ ଶିବିର ଆୟୋଜନ କରିଛନ୍ତି ସେମାନଙ୍କୁ ବହୁତ ପ୍ରଶଂସା ଜଣାଇଛନ୍ତି ଡାକ୍ତରଖାନାରେ ରକ୍ତ ବିନ୍ଦୁ ପାଇଁ ଛଟପଟ ହେଉଥିବା ରୋଗୀମାନେ ।୨୪ ଜଣ ରକ୍ତଦାତା  ରକ୍ତଦାନ କରି ନିଜକୁ ଧନ୍ୟ ମଣିଛନ୍ତି ।ଏହି ରକ୍ତଦାନ  ଶିବିରରେ  ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଡି.ଏନ୍ ଟୁଡୁ,ଅଧ୍ୟାପକ ବିଜୟ କୁମାର ରାମ,୬୦ ରୁ ଉର୍ଦ୍ଧ୍ବ  ରକ୍ତଦାନ କରିଥିବା ରକ୍ତଦାତା ଗତିକୃଷ୍ଣ ମହାନ୍ତ, ଜଗନ୍ନାଥ ପଲେଇ,ସତ୍ୟନାଥ ଦାସ,ସଞିବ ପଲେଇ,ଶଶାଙ୍କ କୁମାର,ଲଷ୍ମୀକାନ୍ତ ପାତ୍ର,ଆକାଶ ରାଉତଙ୍କ ସମେତ କମ୍ପୁଟର୍ ଏଜୁକେସନ ଟ୍ରଷ୍ଟର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରଥମ ଥର ପାଇଁ ରକ୍ତଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଟ୍ରଷ୍ଟି ଦୀପକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଶିବିରରେ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ସୁଦିବ୍ୟ ଲୋଚନ ସିଂ,ଏଲଟି ଦେବବ୍ରତ ଗିରି,ଚିରଞିବି ମହାନ୍ତି,ସୁମନ୍ତ ଗିରି,ଅଙ୍କିତା ମହାନ୍ତ,ସୁଜାତା ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ସୂଚନା ଯୋଗ୍ୟ ଯେ ଲଞ୍ଚ ଉଇଣ୍ଡୋଜ୍ କମ୍ପୁଟର୍ ର ୧୧ ବର୍ଷ ପୂର୍ତ୍ତି ଅବସରରେ ଏହି ଶିବିର ଆୟୋଜନ କରାଯାଇଥିଲା ।
ରକ୍ତଦାତା ମାନେ ହେଲେ ଅଭିଜିତ୍ ଗିରି,ସଞୟ କୁମାର ଟୁଡୁ, କୃଷ୍ନଚନ୍ଦ୍ର ମାରାଣ୍ଡି,ଅଙ୍କିତ ବାରିକ,ମାର୍ଶାଲ୍ ବେଶ୍ରା,ସୋନାମଣୀ ମହାନ୍ତ,ସଞୟ ଜେରାଇ,ଲକ୍ଷବଚ୍ଚ ବେଶ୍ରା,ଆଶିଷ କୁମାର ଦଳାଇ,ଉଦୟ ଭାନୁ ପ୍ରଧାନ,ସତ୍ୟନାଥ ଦାସ,କୁବେଇ ଦାସ,ସୁକଦେବ ଦାସ,ସଞିବ କୁମାର ପଲାଇ,ଶୈଳେଶ ବାରିକ,ରତିକାନ୍ତ ମହାନ୍ତ,ଚନ୍ଦ୍ରଦିପ କୁମାର ସାହୁ,ଦେବବ୍ରତ ପାତ୍ର,ଲକ୍ଷ୍ମିୁକାନ୍ତ ପାତ୍ର,ସତ୍ୟପ୍ରିୟା ମହାନ୍ତ, ରାମ ନାରାୟଣ ମହାନ୍ତ,ନିତିଶ ହାଁସଦାଃ,ଦୀପକ କୁମାର ବେହେରା, ଦିଲ୍ଲୀପ ଚୌଧରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Shrutilipi ad