ବାରିପଦା: ବାରିପଦାସ୍ଥିତ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ସଭାଗୃହରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି l ଉକ୍ତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ସଭାପତିତ୍ୱ କରିଥିବାବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ବିଭାଗୀୟ ଅଧିକାରୀ ସୁଦୀପ୍ତ ମୌଲିକ, ବରିଷ୍ଠ ସହାୟକ ଶକୁନ୍ତଳା ସେଠୀ, କନିଷ୍ଠ ସହାୟକ କ୍ଷେତ୍ରମୋହନ ବେହେରା, ଓଷ୍ଟା ର ଜିଲ୍ଲା ସଭାପତି ଚିତ୍ତରଞ୍ଜନ ପଳତା ଓ ସମ୍ପାଦକ କିଶୋର କୁମାର ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ବିଶ୍ୱଜିତ ବିଶ୍ୱାଳ ଉପସ୍ଥିତ ଥିଲେ l ଉକ୍ତ ଦିବସରେ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ମୋଟ ୧୫ ଜଣ ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀ ଅବସର ଗ୍ରହଣ କରିଥିଲେ l ୧୫ ଜଣଙ୍କ ମଧ୍ୟରୁ ଦ୍ୱାରଶୁଣି ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀପତି ମହାନ୍ତ ଙ୍କୁ ପୂର୍ଣ୍ଣାଙ୍ଗ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯାଇଥିଲା l ଅନ୍ୟ ୧୪ ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀ ଙ୍କୁ ସାମୟିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯାଇଥିଲା l ଅବସରଗ୍ରହଣ କରିଥିବା ପ୍ରଧାନଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀମାନେ ହେଉଛନ୍ତି ଜ୍ୟୋତ୍ସ୍ନାରାଣୀ ମହାପାତ୍ର,ଡ଼ ରମାକାନ୍ତ ମହାନ୍ତ, ରାଜକିଶୋର ଘଣା, ରଞ୍ଜନ କୁମାର ସାମଲ, ବିଜୟ ଲକ୍ଷ୍ମୀ ଦାସ, ରୂପ କୁମାର ମହାନ୍ତ, ସୁଧାକର ଦେହୁରୀ, ଗାଗାରିନ ଧଳ, ନୀଳରତ୍ନ ମହାନ୍ତ, ସତ୍ୟେନ୍ଦ୍ରନାଥ ନାଏକ, ସପନ କୁମାର ବାରିକ, ଧୃବେନ୍ଦ୍ରନାଥ ମହାନ୍ତ, ସନ୍ତୋଷ କୁମାର ଦାସ, ସହଦେଵ ସି l ଅବସର ଗ୍ରହଣ କରିଥିବା ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ, ଏବଂ କର୍ମଚାରୀ ମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଉପଢୌକନ ଏବଂ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ସହ ସେମାନଙ୍କର ସୁସ୍ଥ ଏବଂ ନିରାମୟ ଜୀବନ କାମନା କରିଥିଲେ l ସର୍ବଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରକାଶ ଥାଉକି, ଆଗାମୀ ଦିନରେ ଅବସର ଗ୍ରହଣ କରିବାକୁ ଥିବା ଶିକ୍ଷକ ଏବଂ କର୍ମଚାରୀମାନେ ତିନି ମାସ ପୂର୍ବରୁ ପେନସନ ସଂକ୍ରାନ୍ତୀୟ ଦସ୍ତାବିଜ ଶିକ୍ଷାକାର୍ଯାଳୟରେ ପୈଠ କଲେ ଅବସର ଦିବସ ରେ ସମସ୍ତଙ୍କୁ ପୂର୍ଣ୍ଣାଙ୍ଗ ଅବସରକାଳୀନ ପ୍ରାପ୍ୟପ୍ରଦାନ କରାଯାଇପାରିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଥିଲେ l

