ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ରାଜ୍ୟ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାରମାସୀ ଦଣ୍ଡା ସ୍ଥିତ ଘର ଭିତରେ ଫରେଷ୍ଟରଙ୍କ ଅଧାପୋଡା ମୃତଦେହ ଉଦ୍ଧାର। ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି।

ଘରୁ ଅଧାପୋଡା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ହତ୍ୟା ନାଁ ଆତ୍ମହତ୍ୟା କାରଣ ଜଣାପଡ଼ି ନାହିଁ। ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଛି।

ଅନ୍ୟପଟେ ଏହି ଘଟଣାରେ ନିଆଁରେ ପୋଡ଼ିହୋଇ ଆହତ ହୋଇଛନ୍ତି ଶିଶିରଙ୍କ ପତ୍ନୀ। ଘରର ଆସବାବପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଥିବା ସୂଚନା।

Shrutilipi ad