ବାରିପଦା: ଆଜି ପୂର୍ବାହ୍ନ ସମୟରେ ବାରିପଦା ସହରର ଏମ କେ ସି ହାଇସ୍କୁଲ ଛକ ନିକଟରେ ଜଣେ ମହିଳା ଙ୍କୁ ଜଣେ ଦୁବୃତ୍ତ ଛୁରା ମାଡ଼ କରିଛି l ମହିଳା ଜଣକ ଗୋଟେ ଦୋକାନ ପାଖରେ ଛିଡା ହୋଇଥିବା ସମୟରେ ଦୁବୃତ୍ତ ଜଣକ ଆସି ହଠାତ ଏକ ଛୁରାରେ ତାଙ୍କୁ ଆକ୍ରମଣ କରଛି l ଜନଗହଳି ପୁନ୍ନ ସ୍ଥାନରେ ଦୁବୃତ୍ତ ଜଣକ କିପରି ଏତେ ସାହସ ରେ ଏପରି କାଣ୍ଡ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଅଛି l ଦୁବୃତ୍ତ ଜଣକ ନାମ ରବିନ୍ଦ୍ର ସାହୁ l ତାକୁ ସ୍ଥାନୀୟ ଲୋକମାନେ କାବୁ କରିବା ସହ ଉତ୍ତମ ମଧ୍ୟମ ଦେଇ ପୋଲିସ କୁ ହସ୍ତାନ୍ତର କରିଛନ୍ତି l ତେବେ କେଉଁ କାରଣରୁ ସିଏ ଏହିଭଳି ଘଟଣା ଘୋଟାଇଛି ତାହା ଜଣା ପୋଡିନାହିଁ l ପୋଲିସ ତାକୁ ଅଟକ ରଖିବା ସହ ତଦନ୍ତ ଜାରିରଖିଅଛି l ଅନ୍ୟପଟେ ଗୁରୁତର ଆହତ ମହିଳା ଙ୍କୁ ଚିକିତ୍ସା ପାଇଁ ପିଆରଏମ ମେଡ଼ିକାଲରେ ଭର୍ତ୍ତି କରାଯାଇଅଛି l

