ଆଗରପଡ଼ା :ବ୍ଲକ ଗଣିଜାଙ୍ଗ ପଂଚାୟତ ଭଦ୍ରକ–ଆନନ୍ଦପୁର ରାଜ୍ୟ ରାଜପଥ ପାର୍ଶ୍ୱ କାଶୀପୁର ଛକ ନିକଟରେ ଅବସ୍ଥିତ କାଶୀ ବିଶ୍ୱେଶ୍ୱର ମନ୍ଦିରରେ ନବମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ପାଳିତ ହୋଇ ଯାଇଛି । ପ୍ରାରମ୍ଭରେ ନିକଟସ୍ଥ ଲକ୍ଷ୍ମୀ ନାରାୟଣ ମନ୍ଦିର ପୁଷ୍କରିଣୀରୁ ୨୧ ଗୋଟି କଳସ ବାଜା ବାଣ ରୋଷଣିରେ ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପକୁ ଅଣାଯାଇଥିଲା । ପୂଜକ ଶାନ୍ତୁନୁ ପଣ୍ଡା, ନାରାୟଣ ଶତପଥୀ,ଦୀପ୍ତିମୟୀ ଉପାଧ୍ୟାୟ,କମଳା କାନ୍ତ ପାଢ଼ୀ,ଦିଲ୍ଲୀପ ଦାଶ,ପ୍ରକାଶ ଶତପଥି ପ୍ରମୁଖ ପୂଜା କାର୍ଯ୍ୟ ତୁଲାଇ ଥିବା ବେଳେ କର୍ତ୍ତା ଜଗନ୍ନାଥ ନାୟକ,ସଞ୍ଜୁ ଲତା ନାୟକ, ସୋମନାଥ ନାୟକ, ମମତା ନାୟକ, ପ୍ରିୟବ୍ରତ ନାୟକ,ଲିପିକା ନାୟକ, ନୃସିହ ନାୟକ, ମାନସୀ ନାୟକ, ସତ୍ୟବ୍ରତ ନାୟକ, ମାନସୀ ଲତା ନାୟକ, ଲଷ୍ମଣ ନାୟକ, ସସ୍ମିତା ନାୟକ, ପ୍ରମୋଦ ନାୟକ, ସୁକାନ୍ତି ନାୟକ ସମେତ ଅନ୍ୟମାନେ ମୁଖ୍ୟ କର୍ତ୍ତା କାର୍ଯ୍ୟ ତୁଲାଇ ଥିଲେ । କଳସ ଶୁଭାଯାତ୍ରା, ଗୋ ପୂଜା, ସୂର୍ଯ୍ୟପୂଜା, ନାରାୟଣଙ୍କ ଷୋଡ଼ଶ ଉପଚାର ପୂଜା,ରୁଦ୍ରାଭିସେକ,ରୁଦ୍ର ଚଣ୍ଡୀ ପୂଜା ଆଦି ପୂଜା ଅନୁଷ୍ଠିତ ହୋଇଥିଲା । ଗୁରବାର ସନ୍ଧ୍ୟା ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ପାଖ ଅଂଚଳର ଶତାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କାଶୀ ବିଶେଶ୍ୱରଙ୍କ କୃପା ଲାଭ କରିବା ସହିତ ଯଜ୍ଞ କୁଣ୍ଡରେ ନଡ଼ିଆ ପକାଇ ମାନସିକ କରିଥିଲେ ଭକ୍ତ । ଏହି କାର୍ଯ୍ୟକ୍ରମକୁ ଅଲେଖ ଚନ୍ଦ୍ର ନାୟକ, ଶଙ୍କର୍ଷଣ ନାୟକ, , ଗୋଲକ ବିହାରୀ ନାୟକ,ବ୍ରହ୍ମାନନ୍ଦ ବେହେରା,ଅଶୋକ ନାୟକ, ପ୍ରଫୁଲ୍ଲ କୁମାର ମିଶ୍ର,ସତ୍ୟବାନ୍ ନାୟକଙ୍କ ସମେତ କାଶୀପୁର ଗ୍ରାମର ସମସ୍ତ ଭକ୍ତ ବୃନ୍ଦ ସହଯୋଗ କରିଥିଲେ ।

